Posted inଜାତୀୟ

ପାକ୍‌ ଲିଙ୍କ୍‌ ଥିବା ୨ ଅଭିଯୁକ୍ତ ପଞ୍ଜାବରୁ ଗିରଫ

ଚଣ୍ଡିଗଡ଼,୧୬ା୧୧: ରାଜସ୍ଥାନର ଶ୍ରୀଗଙ୍ଗାନଗର ରେଳଲାଇନରେ ବିସ୍ଫୋରଣ ସହ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କ ସହ ୨ ଜଣଙ୍କୁ ପଞ୍ଜାବରୁ ଗିରଫ କରାଯାଇଛି। ରାଜସ୍ଥାନ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌), ଶ୍ରୀଗଙ୍ଗାନଗର ପୋଲିସ ଏବଂ ପଞ୍ଜାବ ପୋଲିସ ମିଳିତ ଅଭିଯାନ ଚଳାଇ ଅଭିଯୁକ୍ତ ୨୧ ବର୍ଷୀୟ ମହକଦୀପ କୌର ଏବଂ ୨୨ ବର୍ଷୀୟ ଦାବିନ୍ଦର ସିଂଙ୍କୁ ଗିରଫ କରିଛି। ପାକିସ୍ତାନର ୨ ଜଣ ହ୍ୟାଣ୍ଡଲରଙ୍କ ସହ କୌର ଯୋଗାଯୋଗରେ ଥିଲେ ବୋଲି ପୋଲିସ କହିଛି। ଜଣେ ହ୍ୟାଣ୍ଡଲର ଚାଚା ଭାବେ ପରିଚିତ ଥିବାବେଳେ ଅନ୍ୟ ଜଣେ ଶାହ ବୋଲି ଜଣାପଡ଼ିଛି। ସେମାନେ ପ୍ରେମଭରା କଥାବାର୍ତ୍ତା କରି ଓ ଟଙ୍କା ଦେଇ କୌରଙ୍କୁ ଫସାଇଥିଲେ। ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଏହା ଏକ କ୍ରମାଗତ ଧାରାରେ ପରିଣତ ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଗଙ୍ଗାନଗରର ବବିତା ନାମ୍ନୀ ମହିଳାଙ୍କୁ ଫସାଇବା ପାଇଁ ଆଇଏସ୍‌ଆଇ ସମାନ ପଦ୍ଧତି ବ୍ୟବହାର କରିଥିଲା ବୋଲି ପୋଲିସ ପୂର୍ବରୁ କହିଥିଲା।
ନିଶା ଚୋରା କାରବାର ମାମଲାରେ କୌରଙ୍କ ସ୍ବାମୀ ଜେଲରେ ଥିବାରୁ ସେ ଘରେ ଏକାକୀ ରହୁଥିଲେ। ରେଳ ଷ୍ଟେଶନରେ ବିସ୍ଫୋରଣ କରାଇବା ପାଇଁ ସେ ଟଙ୍କା ପାଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ପୋଲିସ ତାଙ୍କଠାରୁ ୨ଟି ଅସ୍ତ୍ର, ୪୬ଟି କାଟ୍ରିଜ୍‌ ଓ ୩୦,୦୦୦ ଟଙ୍କା ଜବତ କରିଛି। ଏଥିସହିତ ପୋଲିସ ଅନ୍ୟ ୩ ଜଣଙ୍କୁ ହାଜତକୁ ନେଇ ପଚରାଉଚରା କରୁଛି। ସେମାନେ ଅଭିଯୁକ୍ତଙ୍କୁ ରହିବା ପାଇଁ ସ୍ଥାନ, ମୋଟର ସାଇକେଲ ଦେବା ସହ ଅପରାଧ ସ୍ଥଳକୁ ଯିବାରେ ସହାୟତା କରିଥିବା ସନ୍ଦେହ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁମ୍ବାଇ ଆସିବେ ବ୍ରିଟିଶ ଯୁବରାଜ ଓ୍ବିଲିୟମ୍‌

ଲଣ୍ଡନ,୧୬ା୧୧(ପି.ଟି.): ବ୍ରିଟିଶ ଯୁବରାଜ ଓ୍ବିଲିୟମ ୨୦୨୬ ଆର୍ଥଶଟ୍‌ ପ୍ରାଇଜ୍‌ ପାଇଁ ଯୁବରାଣୀ କେଟ୍‌ ମିଡିଲଟନ୍‌ଙ୍କ ସହ ସୋମବାର ମୁମ୍ବାଇ ଆସିବେ। ମଙ୍ଗଳବାର ସେମାନେ ନୂଆଦିଲ୍ଲୀ ଯାଇ ବୁଧବାର…

ପୂର୍ବରୁ ଭୋଟର ଥାଇ ଫର୍ମ-୬ ଭରିଲେ କାର୍ଯ୍ୟାନୁଷ୍ଠାନ ହେବନାହିଁ

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ପୂର୍ବରୁ ଭୋଟର ତାଲିକାରେ ନାମ ପଞ୍ଜୀକୃତ ହୋଇଥିବା ସତ୍ତ୍ୱେ ଯଦି ଚିଠା ତାଲିକାରେ ନ ଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା…

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?