ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ କରାଯାଇ ରୋବଟ କିମ୍ବା ଏଆଇ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କରାଯାଉଛି। ଏହାରି ଭିତରେ ଚାଇନାର ଏକ ମହିଳା ରୋବଟର ଚାକିରି ଛଡାଇ ନେଇଛନ୍ତି। ଆଉ ଏବେ ମହିଳା ଜଣକ ଠିକ୍‌ ରୋବଟ ପରି ସେଠାରେ କାମ କରୁଛନ୍ତି।
ଚାଇନାର ଚୋଙ୍ଗକିଙ୍ଗରେ ହଟପଟ ନାମକ ଏକ ରେଷ୍ଟୁରାଣ୍ଟରେ ଆଣ୍ଡ୍ରଏଡ ଓ୍ବେଟର୍ସ ନାମକୁ ଜଣେ ମହିଳା କାମ କରୁଛନ୍ତି। ସେ ପୁରା ରୋବଟଟି ଭଳି ଦେଖାଯାଉଛି। ରୋବଟଙ୍କ ଭଳି ଦେଖାଯାଉଥିବା ଏହି ମହିଳା ଗ୍ରାହକଙ୍କୁ ରେଷ୍ଟୁରାଣ୍ଟକୁ ଯେପରି ସ୍ବାଗତ କରୁଛି ଓ ଅର୍ଡର ନେଉଛି ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ ମହିଳାଜଣକୁ ନିଜ ଟ୍ୟାଲେଣ୍ଟ ବଳରେ ରୋବଟ ଭଳି ବ୍ୟବହାର କରୁଛନ୍ତି। ଏହି ମହିଳା ହେଉଛନ୍ତି ୨୬ବର୍ଷିୀୟ କିନ। ଯିଏକି ଏହି ରେଷ୍ଟୁରାଣ୍ଟର ମାଲିକାଣୀ ଅଟନ୍ତି। କିନ ନିଜ ରୋବଟିକ ଡ୍ୟାନ୍ସ ଫର୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। କିନ ଅବିକଳ ରୋବଟ ପରି ବ୍ୟବହାର କରୁଛନ୍ତି। ରେବଟ ପରି ଗତି କରିବା ସହ ରୋବଟ ପରି ମେକଅପ ମଧ୍ୟ କରୁଛନ୍ତି। ଯାହାଯୋଗୁଁ ଲୋକେ ମଧ୍ୟ ସେ ରୋବଟ ନା ମଣିଷ ସନ୍ଦେହରେ ପଡୁଛନ୍ତି।

ଏ ସମ୍ପର୍କରେ କିନ କହିଛନ୍ତି, ଡ୍ୟାନ୍ସ ତାଙ୍କ ଜୀବନର ସବୁଠୁ ବଡ ନିଶା ଅଟେ। ସେ ୩ବର୍ଷ ପୂର୍ବେ ହଟପଟ ରେଷ୍ଟୁରାଣ୍ଟ ଖୋଲିଥିଲେ। ସେବେଠାରୁ ସେ ଏବଂ ତାଙ୍କର କିଛି ସାଙ୍ଗ ମିଶି ଗ୍ରାହକଙ୍କୁ ରେଷ୍ଟୁରାଣ୍ଟ ଆସିବା ପାଇଁ ଆପର୍ଷିତ କରିବାକୁ କିଛି ୟୁନିକ କରିବାକୁ ଚାହିଁଥିଲେ। କିନ ସେଥିରେ ତାଙ୍କ ଟ୍ୟାଲେଣ୍ଟର ପାରଦର୍ଶିତା ଦେଖାଇଥିଲା। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରେଷ୍ଟୁରାଣ୍ଟକୁ ବହୁ ଲୋକ ଆସିବାକୁ ଲାଗିଲେ। ଏହି ସମୟରେ ଏପରି କହିବା କି, ରୋବଟ ମଣିଷଙ୍କ ହାତରୁ ଚାକିରି ଛଡେଇବା ପୂର୍ବରୁ କିନ ରୋବଟ ହାତରୁ ଚାକିରି ଛଡାଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?