ଇନ୍ଦୋର,୨୪ା୯: ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଗସ୍ତରେ ଆସିବା ଲାଗି ଭିଜା ପାଇଁ ଅପେକ୍ଷାରେ ଅଛନ୍ତି ପାକିସ୍ତାନୀ ଖେଳାଳି ଓ ଟିମ୍ ଅଫିସିଆଲ। ପାକିସ୍ତାନ ଏହାର ଓପ୍ନିଂ ଓ୍ବାର୍ମଅପ୍ ଖେଳିବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୨୭ରେ ଭାରତରେ ପହଞ୍ଚତ୍ବ। ଦଳ ଦୁବାଇ ବାଟ ଦେଇ ହାଇଦ୍ରାବାଦ ଆସିଥାନ୍ତା ଏବଂ ସେଠାରେ ଦୁଇ ଦିନ ଅଭ୍ୟାସ କରିଥାନ୍ତା। ମାତ୍ର ଏବେ ସୁଦ୍ଧା ଭିଜା ମିଳି ନ ଥିବାରୁ ଏହା ସମ୍ଭବପର ନୁହେଁ। ବାବର ଆଜାମଙ୍କ ନେତୃତ୍ୱାଧୀନ ଦଳ ଏହାର ପ୍ରଥମ ଓ୍ବାର୍ମଅପ୍ ସେପ୍ଟେମ୍ବର ୨୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରୁ ମିଳିଥିବା ସୂଚନା ଅନୁସାରେ, ଖେଳାଳିମାନେ ଇସ୍ଲାମାବାଦସ୍ଥିତ ଭାରତୀୟ ହାଇକମିଶନରୁ ଭିଜାକୁ ଅପେକ୍ଷା କରି ରହିଥିବାରୁ ଦଳର ଦୁବାଇ ଗସ୍ତକୁ ବାତିଲ କରିଦିଆଯାଇଛି। ଏହି ଅବ୍ୟବସ୍ଥା ସମ୍ପର୍କରେ ପିସିବି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଗତଥର ୨୦୧୬ରେ ଟି୨୦ ବିଶ୍ୱକପ୍ ଖେଳିବା ଲାଗି ଭାରତ ଗସ୍ତରେ ଆସିଥିଲା। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ଯୋଗୁ ଉଭୟେ କେବଳ ଏସିଆ କପ୍ ଓ ଆଇସିସି ଟୁର୍ନାମେଣ୍ଟରେ ପରସ୍ପର ସହ ଖେଳୁଛନ୍ତି। ପିସିବି ପାସ୍ପୋର୍ଟ ସଂଗ୍ରହ ପାଇଁ ଶୁକ୍ରବାର ଏହାର ଅଫିସିଆଲଙ୍କୁ ଇସ୍ଲାମାବାଦ ପଠାଇଥିଲା। ମାତ୍ର ଭିଜା ପ୍ରକ୍ରିୟା ଏପର୍ଯ୍ୟନ୍ତ ଚାଲିଛି। ଫଳତଃ ବୋର୍ଡ ଦୁବାଇରେ ଦୁଇଦିନିଆ ଅଭ୍ୟାସ କାର୍ଯ୍ୟକ୍ରମକୁ ବାତିଲ କରିଛି। ଭିଜା ମିଳିବା ମାତ୍ରେ ପାକିସ୍ତାନ ଦୁବାଇ ବାଟ ଦେଇ ସେପ୍ଟେମ୍ବର ୨୭ରେ ହାଇଦ୍ରାବାଦରେ ପହଞ୍ଚତ୍ବ।
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…
ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…
ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

