Posted inଖେଳ

କଳିଙ୍ଗରୁ ଓଏଫ୍‌ସିର ବିଜୟ ଅଭିଯାନ

ଭୁବନେଶ୍ୱର,୨୪ା୯(ସରୋଜ ଜେନା): ଇଣ୍ଡିଆନ୍‌ ସୁପର୍‌ ଲିଗ୍‌(ଆଇଏସ୍‌ଏଲ୍‌)ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ଚେନ୍ନାଇନ୍‌ ଏଫ୍‌ସିକୁ ୨-୦ ଗୋଲରେ ପରାସ୍ତ କରି ସମ୍ପୂର୍ଣ୍ଣ ୩ ପଏଣ୍ଟ ଅର୍ଜନ କରିଛି ଓଏଫ୍‌ସି। ଦଳ ପକ୍ଷରୁ ଜେରି ମାହ୍ବିମିଙ୍ଗଥାଙ୍ଗା ଓ ଡିଏଗୋ ମରିସିଓ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବା ଓଏଫ୍‌ସି ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୫୮ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲା ଓଏଫ୍‌ସି। ୪-୨-୩-୧ କମ୍ବିନେଶନ ସହିତ ଓଏଫ୍‌ସି ଦଳ ମ୍ୟାଚକୁ ଓହ୍ଲାଇଥିଲା। ଷ୍ଟାର୍ଟିଂ ଲାଇନ୍‌ ଅପ୍‌ରେ ରୟ କ୍ରିଷ୍ଣା ରହିଥିବା ବେଳେ ଦ୍ୱିତୀୟ ହାଫ୍‌ରେ ସବ୍‌ଷ୍ଟିଚ୍ୟୁଟ୍‌ ଭାବରେ ଆସିଥିଲେ ଡିଏଗୋ ମରିସିଓ। ମ୍ୟାଚ୍‌ର ଷଷ୍ଠ ମିନିଟରେ ବିପଜ୍ଜନକ ଖେଳ ପାଇଁ ଆମେ ରଣାଓ୍ବଡେଙ୍କୁ ୟେଲୋ କାର୍ଡ ମିଳିଥିଲା। ୧୫ ମିନିଟରେ ଖରାପ ପାଗ କାରଣରୁ ଖେଳ ବନ୍ଦ ରହିବା ପରେ ପୁନର୍ବାର ଓଡ଼ିଶା ପ୍ରାଧାନ୍ୟ ବିସ୍ତାର କରିଥିଲା। ପ୍ରଥମାର୍ଦ୍ଧ ଶେଷ ହେବାର ଠିକ୍‌ ପୂର୍ବରୁ ଜେରୀଙ୍କ ଗୋଲରେ ଓଡ଼ିଶା ୧-୦ରେ ଆଗୁଆ ହୋଇଥିଲା। ଆମେ ରଣାଓ୍ବଡେଙ୍କେ ଏକ ଶକ୍ତିଶାଳୀ ଶଟ୍‌କୁ ଚେନ୍ନାଇନ୍‌ ଗୋଲକିପର ସମିକ୍‌ ମିତ୍ର ଡିଫ୍ଲେକ୍ଟ କରିଥିଲେ। ପୁନର୍ବାର ଆମେଙ୍କ ନିକଟରେ ଶଟ୍‌ ମାରିବାର ସୁଯୋଗ ଥିଲେ ମଧ୍ୟ ସେ ଜେରୀଙ୍କୁ ପାଶ୍‌ ଦେଇଥିଲେ। ବାମପାଦରେ ଏକ ଚମତ୍କାର ଶଟ୍‌ ଜରିଆରେ ଜେରୀ ଦୁଇଜଣ ଡିଫେଣ୍ଡର ଓ ସମିକ୍‌ ମିତ୍ରଙ୍କୁ ପରାସ୍ତ କରି ଓଏଫ୍‌ସିକୁ ୧-୦ରେ ଆଗୁଆ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଓଏଫ୍‌ସି ଆକ୍ରମଣ ଜାରି ରଖିଥିଲା। ୪୭ ତମ ମିନିଟରେ ଚେନ୍ନାଇନ୍‌ ପକ୍ଷରୁ କନର ସିଲ୍ଡ ଗୋଲ ସ୍କୋର କରିବାକୁ ପ୍ରୟାସ କରିଥିଲେ ମଧ୍ୟ ଅମରିନ୍ଦର ଏହାକୁ ରୋକିବାରେ ସଫଳ ହୋଇଥିଲେ। ୫୮ ତମ ମିନିଟରେ ରୟ କ୍ରିଷ୍ଣାଙ୍କ ସ୍ଥାନରେ ବିଗତ ସିଜନର ଗୋଲ୍ଡେନ୍‌ ବୁଟ୍‌ ବିଜେତା ଡିଏଗୋ ମରିସିଓ ବଦଳ ଖେଳାଳି ଭାବରେ ଆସିଥିଲେ। ପଡିଆକୁ ଆସିବାର ୫ ମିନିଟ ମଧ୍ୟରେ ମରିସିଓ ଗୋଲ ସ୍କୋର କରି ଓଏଫ୍‌ସିକୁ ୨-୦ରେ ଆଗୁଆ କରିଥିଲେ। ଲେଫ୍ଟ କର୍ନରରୁ ମିଳିଥିବା ଏକ ପାଶ୍‌କୁ ଆଗେଇ ନେଇଥିଲେ ମରିସିଓ। ସାମ୍ନାରେ ଜଣେ ଖେଳାଳି ଡିଫେଣ୍ଡ କରିବା ପାଇଁ ରହିଥିବା ବେଳେ ଗୋଲ କିପର ମଧ୍ୟ ରହିଥିଲେ। ତେବେ ବାମ ପାଦରେ ଏକ କ୍ରସ କରିବା ସହିତ ସିଜନର ପ୍ରଥମ ଗୋଲ ସ୍କୋର କରିଥିଲେ ମରିସିଓ। ପରବର୍ତ୍ତୀ ସମୟରେ ଓଏଫ୍‌ସି ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ସହିତ ସିଜନର ପ୍ରଥମ ବିଜୟ ହାସଲ କରିଥିଲା। ଓଏଫ୍‌ସି କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୮ ତାରିଖରେ ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ୍‌ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?