Posted inଖେଳ

ଏସିଆନ୍‌ ଗେମ୍ସ ଲାଗି ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ହେବେ ଭିିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ,୨୭।୮: ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପ୍‌ ମଧ୍ୟରେ ଏସିଆନ୍‌ ଗେମ୍ସ ଖେଳାଯିବ। ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଇନାର ହାଙ୍ଗଜୋରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ପୁରୁଷ ଏବଂ ମହିଳା କ୍ରିକେଟ ଦଳ ପ୍ରଥମ ଥର ଲାଗି ଭାଗ ନେବାକୁ ଯାଉଛନ୍ତି। ବିଶ୍ୱକପ୍‌ ଦଳରେ ମନୋନୀତ ହୋଇଥିବା ଖେଳାଳିମାନେ ଚାଇନା ଯାଇପାରିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ପୂର୍ବରୁ ଏଥିଲାଗି ଦଳ ଘୋଷଣା କରିଛି।

ନିର୍ଦ୍ଧାରିତ ମହିଳା ଟିମ୍‌ରେ ହରମନପ୍ରିତ କୌର ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିଭଳି ଋତୁରାଜ ଗାଏକଓ୍ବାଡ ପୁରୁଷ ଟିମ୍‌ର ନେତୃତ୍ୱ ନେବେ। ପୁରୁଷ ଟିମ୍‌ କୋଚ୍‌ ବିଷୟରେ କଥା ହେଲେ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ବିଶ୍ୱକପ୍‌ ଲାଗି ବ୍ୟସ୍ତ ରହିବେ। ଏଥିଲାଗି ଭିଭିଏସ୍‌ ଲକ୍ଷ୍ମଣ ଏସିଆନ ଗେମ୍ସ ଲାଗି ପୁରୁଷ ଟିମ୍‌ର ମୁଖ୍ୟ କୋଚ୍‌ ହେବେ। ଏହାଛଡ଼ା ସାଇରାଜ ବହୁତୁଲେ ବୋଲିଂ କୋଚ୍‌ ଏବଂ ମନୀଷ ବାଲି ଫିଲ୍ଡିଂ କୋଚ୍‌ ଭୂମିକା ତୁଲାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

୧୬ ବର୍ଷ ପ୍ରତୀକ୍ଷାର ଅନ୍ତ: ଏସିଆନ୍ ଗେମ୍ସରେ ହିମାଚଳର ଝିଅ ସୀମା ରଚିଲେ ଇତିହାସ, ଭାରତ ପାଇଁ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୪।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍ ସୀମା କୁମାରୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ମହିଳା ୧୦,୦୦୦ ମିଟର ରେସ୍ ଇଭେଣ୍ଟରେ ସୀମା ୩୨:୪୧.୫୪…

ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା… ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା…

ନୂଆଦିଲ୍ଲୀ,୨୪।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ‘ଟାଇଟଲ ସ୍ପନ୍ସର’ (ମୁଖ୍ୟ ପ୍ରାୟୋଜକ) ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?