ପୁଣି ଏକାଠି ନଜର ଆସିଲେ ମଲାଇକା-ଅର୍ଜୁନ, ଫ୍ୟାନ୍ସ କହିଲେ ଭାଙ୍ଗିବନି ଏହି ଯୋଡି

ମୁମ୍ବାଇ: ବଲିଉଡର ଗଳିକନ୍ଦିରେ ମଲାଇକା ଆରୋରା ଓ ଅର୍ଜୁନ କପୁରଙ୍କ ଲଭ ଷ୍ଟୋରୀ ପ୍ରଚାରିତ ହୋଇ ସାରିଛି। ଏବେ କିଛିଦିନ ତଳେ ଉଭୟଙ୍କ ବ୍ରେକଅପ ଖବର ବି ଖୁବ ଚର୍ଚ୍ଚା ହେଉଥିଲା।ସୋସିଆଲ ମିଡିଆ ସମେତ ଅନେକ ୱେବସାଇଟରେ ବ୍ରେକଅପ ଖବରର ଗୁଜବ ଉଡୁଛ। ଏହି ଖବର ପରେ ଉଭୟଙ୍କ ପ୍ରଶଂସକ ମଧ୍ୟ ହୃଦୟ ଭାଙ୍ଗିଥିଲେ। ରବିବାର ଅର୍ଜୁନ କପୁର ଏବଂ ମଲାଇକାଙ୍କ ପ୍ରଶଂସକମାନେ ଦୀର୍ଘ ନିଶ୍ୱାସ ତ୍ୟାଗ କରିଥିଲେ। ସୂଚନାଯୋଗ୍ୟ, ବର୍ତ୍ତମାନ ଏହି ରିପୋର୍ଟଗୁଡିକ ମଧ୍ୟରେ ଚମକାଇବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି ।
୨୭ ଅଗଷ୍ଟ ରବିବାର ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ସେଲିବ୍ରିଟି ଭାଇରାଲ ଭାୟାନୀ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଅର୍ଜୁନ ଏବଂ ମଲାଇକାଙ୍କ ଭିଡିଓ ଦେଖି ଲାଗୁଛି ଯେ ଏହି ଯୋଡି ଲଞ୍ଚ କରିବାକୁ ବାହାରକୁ ଯାଇଥିଲେ। ଏହି ଅବସରରେ ଅଭିନେତାଙ୍କୁ ଅଲ ବ୍ଲାକ ଲୁକରେ ଦେଖିବାକୁ ମିଳିଥିବାବେଳେ ମଲାଇକା ଅଲ ହ୍ବାଇଟ ଲୁକରେ ନଜର ଆସିଛନ୍ତି। ଉଭୟଙ୍କ ମୁହଁରେ ଏକ ଖୁସି ମଧ୍ୟ ସ୍ପଷ୍ଟ ଦେଖାଯାଉଛି।

ଏହି ଲଭ ବାର୍ଡଙ୍କ ବ୍ରେକଅପ ଖବର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଅର୍ଜୁନ କପୁର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୋଲୋ ଭ୍ୟାକେଶନ ଫଟୋ ସେୟାର କରିଥିଲେ। ଏହି ସମୟରେ ସେ କ୍ରିପଟିକ ପୋଷ୍ଟ ଲେଖିଥିଲେ। ସେ ଲେଖିଥିଲେ, ‘ନୀବନ ଖୁବ ଛୋଟ, ନିଜ ଓ୍ବିକଏଣ୍ଡକୁ ଲମ୍ବା ବନାନ୍ତୁ’। ହେଲେ ଏବେ ପର୍ଯ୍ୟନ୍ତ ଏସବୁ ଘଟଣାକୁ ନେଇ ମଲାଇକା କି ଅର୍ଜୁନ କେହି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

ପଛକୁ ପଛ ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଓଡ଼ିଶାକୁ ଜାରି ହେଲା…

ଭୁବନେଶ୍ୱର,୧୦।୮: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହାରି ମଧ୍ୟରେ ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ…

ପରିବହନ ବିଭାଗର କଠୋର ଆଭିମୁଖ୍ୟ: ବୈଧ ବୀମା ନଥିବା ଗାଡ଼ି…

ଭୁବନେଶ୍ୱର, ୧୦।୮: ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ। ଟୋଲଗେଟ୍‌ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରାଯିବ। ବୀମା, ଫିଟନେସ,…

ଜିଲା ଶିକ୍ଷାଅଧିକାରୀଙ୍କୁ କଳାହାଣ୍ଡି ଘରୋଇ ସଂଘର ଦାବିପତ୍ର: ସିଓଆର ଓ ଆରଟିଇ ପ୍ରତିପୂରଣ ପାଇଁ …

ଭବାନୀପାଟଣା,୧୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଘରୋଇ ସ୍କୁଲ ସଂଘ ର ସଭ୍ୟମାନେ ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ସିଓଆର ଓ ଆରଟିଇ ପ୍ରତିପୂରଣ ଏକ…

ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ

ରିଷିଡା, ୧୦।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷ (କଳା ଓ ବିଜ୍ଞାନ)…

ରାଜନୀତିରେ ହଲଚଲ: ଯୁବମୋର୍ଚ୍ଚା ସଭାପତି ନିଯୁକ୍ତ କଲା ଭାଜପା, ଏହି ୨ ଜଣଙ୍କୁ ମିଳିଲା ଗୁରୁଦାୟିତ୍ୱ

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ପଞ୍ଚାୟତ ଓ ପୌର ନିର୍ବାଚନ ଯେତିକି ପାଖାଉଛି ରାଜନୈତିକ ଉଷ୍ମତା ସେତିକି ବଢୁଛି ।ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତ…

ଗାଁରେ ଚାଞ୍ଚଲ୍ୟ: ଘରେ ଆତ୍ମହତ୍ୟା କଲେ ନାବାଳିକା, ପୋଲିସ ପହଞ୍ଚି…

ଗୁଣପୁର,୧୦।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହରର ପୁରୁଣା ଗୁଣପୁର ଉପର ସଉରା ସାହିରେ ଜଣେ ୧୪ ବର୍ଷୀୟା ନାବାଳିକା ଘରେ ଆତ୍ମହତ୍ୟା କରିଥିବା ଘଟଣା ଘଟିଛି।…

ଘର ତାଲା ଭାଙ୍ଗି ଚୋରି: ୩୦ ଭରି ସୁନା ଅଳଙ୍କାର, ୮ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ….

ଦିଗପହଣ୍ଡି,୧୦|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧ ନଂ ୱାର୍ଡ ରାଜପୁର ରୋଡରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ସାହୁଙ୍କ ଘର ସମ୍ମୁଖ କବାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri