Posted inTrending, ଖେଳ

କ୍ୟାଚ ଧରିବା ପାଇଁ ଦୌଡ଼ିଲେ ୩ ଫିଲ୍ଡର: ପାକିସ୍ତାନୀ ଫିଲ୍ଡରଙ୍କ ହାସ୍ୟାସ୍ପଦ କାରନାମା

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଫିଲ୍ଡିଂ। ଏକ ସହଜ କ୍ୟାଚ ଧରିବାକୁ ଯାଇ ୩ ଜଣ ଖେଳାଳି ଏପରି ଗୋଲମାଳ କଲେ ଯେ, ଶେଷରେ ବଲ ହାତରୁ ଖସି ତଳେ ପଡ଼ିଗଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଓମାନରେ ଚାଲିଥିବା ଅଣ୍ଡର-୧୯ ମେନ୍ସ ଏସିଆ କପ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ-ଏ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିଲା। ଭାରତୀୟ ଇନିଂସର ୪୫ତମ ଓଭରର ତୃତୀୟ ବଲ୍‌ରେ କାବ୍ୟ ପଟେଲ ଏକ ଶଟ ଖେଳିଥିଲେ। ବଲ୍‌ଟି ପିଚ ନିକଟରେ ଉପରକୁ ଉଠିଥିଲା। ପାକିସ୍ତାନ ପାଖରେ ଏକ ସହଜ କ୍ୟାଚ ଧରି ଭାରତର ଶେଷ ଉଇକେଟ ନେବାର ସୁଯୋଗ ଥିଲା।

କିନ୍ତୁ ଏହି ସୁଯୋଗକୁ ପାକିସ୍ତାନୀ ଫିଲ୍ଡରମାନେ ହାତଛଡ଼ା କରିଥିଲେ। ବୋଲର ମହମ୍ମଦ ସୟ୍ୟାମ କ୍ୟାଚ ଧରିବା ପାଇଁ ଆଗକୁ ଆସିଥିବା ବେଳେ ତାଙ୍କ ପାଖରେ ଆଉ ଜଣେ ଫିଲ୍ଡର ମଧ୍ୟ ପହଞ୍ଚିଥିଲେ। ସେହିପରି ଉଇକେଟ କିପର ହମଜା ଜହୁର ମଧ୍ୟ କ୍ୟାଚ ଧରିବା ପାଇଁ ଦୌଡ଼ି ଆସିଥିଲେ।

ତିନି ଜଣ ଖେଳାଳି ବଲ ଧରିବା ପାଇଁ ଆଗକୁ ଆସିଥିଲେ ମଧ୍ୟ କେହି କ୍ୟାଚ ନେଇପାରିନଥିଲେ। ବଲ ଧରିବାକୁ ହାତ ବଢ଼ାଇଥିବା ସୟ୍ୟାମ ଶେଷ ମୁହୂର୍ତ୍ତରେ ହାତ ପଛକୁ ଟାଣି ନେଇଥିଲେ। ଫଳରେ ବଲ୍‌ଟି ତିନି ଜଣଙ୍କ ମଝିରେ ତଳେ ପଡ଼ିଯାଇଥିଲା। ଏହାଦ୍ୱାରା ଭାରତୀୟ ବ୍ୟାଟରଙ୍କୁ ଜୀବନଦାନ ମିଳିଥିଲା। ପାକିସ୍ତାନୀ ଫିଲ୍ଡରଙ୍କ ଏହି ଭୁଲ୍‌କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ଆରମ୍ଭ ହୋଇଯାଇଛି। ଫିଲ୍ଡିଂରେ ଏଭଳି ଭୁଲ କରିଥିଲେ ମଧ୍ୟ ବୋଲିଂରେ ପାକିସ୍ତାନୀ ଦଳର ପ୍ରଦର୍ଶନ ଭଲ ରହିଥିଲା। ଭାରତୀୟ ଦଳ ୫୦ ଓଭର ପୂର୍ବରୁ ମାତ୍ର ୨୦୮ ରନ୍‌ରେ ଅଲଆଉଟ ହୋଇଯାଇଥିଲା।

ଭାରତ ମାତ୍ର ୮୬ ରନ୍‌ରେ ୫ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଅର୍ଜୁନ ରାଜପୁତ ଦମ୍‌ଦାର ବ୍ୟାଟିଂ କରି ଶତକ ହାସଲ କରିଥିଲେ। ସେ ମାତ୍ର ୮୫ଟି ବଲ୍‌ରୁ ୧୦୭ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ତେବେ ଅର୍ଜୁନ ଆଉଟ ହେବା ପରେ ଭାରତୀୟ ଇନିଂସ ପୁଣି ଥରେ ଭୁଶୁଡ଼ି ପଡ଼ିଥିଲା।

ପାକିସ୍ତାନ ପକ୍ଷରୁ ଅଲି ରଜା ସର୍ବାଧିକ ୩ଟି ଉଇକେଟ ନେଇଥିଲେ। ଏଭଳି ଭାବେ ବୋଲିଂରେ ଭଲ ପ୍ରଦର୍ଶନ କରିଥିବା ପାକିସ୍ତାନୀ ଦଳ ଫିଲ୍ଡିଂର ଏକ ଅଜବ ଭୁଲ ପାଇଁ ଚର୍ଚ୍ଚାକୁ ଆସିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଶ୍ୱକପ ଜିତିବା ପାଇଁ ରୋହିତ ଶର୍ମାଙ୍କ ବଡ଼ ପ୍ଲାନ୍‌: ଶୁବମନ ଗିଲ୍‌ଙ୍କୁ ବିବାହ…

ନୂଆଦିଲ୍ଲୀ,୯।୧୧: ୨୦୨୭ ବିଶ୍ୱକପ ଜିତିବା ପାଇଁ ଯାହା କରିବାକୁ ପଡ଼ିବ, ସେ ସବୁ କରିବାକୁ ପ୍ରସ୍ତୁତ ରୋହିତ ଶର୍ମା। ଏପରିକି ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ…

ଅଧିକ ଫର୍ମ ଫିଲଅପ୍‌ ଫି’ ଆଦାୟ ଅଭିଯୋଗ: ପରଶୁରାମ ମହାବିଦ୍ୟାଳୟରେ ତେଜୁଛି ଛାତ୍ର ଅସନ୍ତୋଷ

ଖୋର୍ଦ୍ଧା, ୯।୧୧: ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଫର୍ମ ଫିଲଅପକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ। ଧାର୍ଯ୍ୟ ଦେୟଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଏବଂ ଆଦାୟ ଟଙ୍କାର…

ଚାଇନିଜ ଗୁପ୍ତଚରଙ୍କ ସହ ସମ୍ପର୍କ, ପତ୍ନୀଙ୍କ ସହ ବିଶ୍ୱାସଘାତକତା: AI ଚିପ କମ୍ପାନୀ ‘ଏନଭିଡିଆ’ (Nvidia) ର ମାଲିକଙ୍କ ବଡ଼ ସ୍ବୀକାରୋକ୍ତି

ବେଜିଂ,୯।୧୧: ବିଶ୍ୱର ଅନ୍ୟତମ ବୃହତ୍ତମ AI ଚିପ ନିର୍ମାତା କମ୍ପାନୀ ‘ଏନଭିଡିଆ’ (Nvidia) ର CEO ଜେନସେନ ହୁଆଙ୍ଗଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି।…

ବାଣ ଝୁଲରୁ ଲାଗିଲା ନିଆଁ, ଜଳିଗଲା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଆଳି, ୯।୧୧ (ବନମାଳୀ ସେନାପତି): ବାଣ ଝୁଲରୁ ନିଆଁ ଲାଗି ଜଳିଯାଇଛି ଦୁଇ ବଖରା ଚାଳଘର। ଘରେ ଥିବା ଆସବାବପତ୍ର ସମେତ ସମସ୍ତ ଜିନିଷ ପୋଡ଼ି ପାଉଁଶ…

ନ୍ୟୁଜିଲାଣ୍ଡକୁ ଜୋରଦାର ଝଟ୍‌କା: ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ମଝିରେ ବାଦ୍‌ ପଡ଼ିଲେ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି

ନୂଆଦିଲ୍ଲୀ,୯।୧୧: ଭାରତ ବିପକ୍ଷ ଦିନିକିଆ ସିରିଜ ମଧ୍ୟରେ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟା ଯୋଗୁ ଦଳର ଦ୍ରୁତ ବୋଲର ଲକି ଫର୍ଗୁସନ ଚତୁର୍ଥ…

ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ରୋହିତ ଶର୍ମା, ଜାଣନ୍ତୁ କେତେ ନିକଟରେ ଅଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୯।୧୧: ଭାରତୀୟ ଦଳର ଜଣେ କିମ୍ବଦନ୍ତୀ ବ୍ୟାଟର ରୋହିତ ଶର୍ମା, ଦିନିକିଆ (ODI) କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଅଟନ୍ତି। ସେ ହେଉଛନ୍ତି ଏକମାତ୍ର ବ୍ୟାଟର…

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜକୁ ନେଇ ଆସିଲା ବଡ଼ ଖବର: ଦଳରେ ଯୋଗଦେବେ ୩ ଖେଳାଳି

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ପ୍ରସ୍ତୁତିକୁ ମଜଭୁତ କରିବେ ତିନି ଯୁବ ବୋଲର। ଅର୍ଶଦୀପ ସିଂହ, ଆକିବ ନବି ଓ ଗୁରନୁର…

ଦୀପାବଳି ଅବସରରେ ଅଭିଜିତ ଦିପକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ବାର୍ତ୍ତା କହିଲେ, ‘ମୁଁ ବୁଝିପାରୁନାହିଁ…’

ନୂଆଦିଲ୍ଲୀ,୯।୧୧: ‘କକରୋଚ ଜନତା ପାର୍ଟି’ର ତିନିଜଣ ପ୍ରମୁଖ ନେତା ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଅଭିଜିତ ଦିପକେ, ଆଶୁତୋଷ ରଙ୍କା ଏବଂ ସୌରଭ ଦାସ ସୋସିଆଲ ମିଡିଆ ପ୍ଲାଟଫର୍ମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?