Posted inଜାତୀୟ

ଭୋଟିଂ ତଥ୍ୟ ୪୮ ଘଣ୍ଟାରେ ପ୍ରକାଶ କରାଯାଉ

ନୂଆଦିଲ୍ଲୀ,୧୧ା୫(ପି.ଟି.): ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ପ୍ରତି ପର୍ଯ୍ୟାୟ ଭୋଟିଂ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ବୁଥ୍‌ଓ୍ବାରି ମତଦାନ ହାର ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଉ। ଏଥିପାଇଁ ଇସିଆଇଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମ୍ସ (ଏଡିଆର୍‌) ସୁପ୍ରିମକୋର୍ଟରେ ଆବେଦନ କରିଛି। ଏଡିଆର୍‌ ଏହାର ୨୦୧୯ର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଉପରେ ଅନ୍ତରୀଣ ଆବେଦନପତ୍ର ଦାଖଲ କରି ନିର୍ବାଚନ କମିଶନଙ୍କୁ ସବୁ ବୁଥ୍‌ର ଫର୍ମ ୧୭ସି ଭାଗ-୧(ଆକାଉଣ୍ଟ ଅଫ୍‌ ଭୋଟ୍‌ସ ରେକର୍ଡେଡ୍‌)ର ସ୍କାନ୍‌ ହୋଇଥିବା ବୈଧ କପିକୁ ଭୋଟିଂ ପରେ ତୁରନ୍ତ ଅପ୍‌ଲୋଡ୍‌ ନିମନ୍ତେ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛି। ନିର୍ବାଚନରେ ଅନିୟମିତତା ଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟା ଯେପରି ବିକୃତ ନ ହୁଏ, ତାହା ସୁନିଶ୍ଚିତ କରିବା ଲାଗି ଏଭଳି ପିଟିଶନ ଦାଏର ହୋଇଛି।
ସୂଚନାଯୋଗ୍ୟ, ଚଳିତ ଲୋକ ସଭାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଯଥାକ୍ରମେ ଏପ୍ରିଲ ୧୯ ଓ ୨୬ରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଭୋଟିଂର ୧୧ ଦିନ ଏବଂ ଦ୍ୱିତୀୟ ପର୍ଯ୍ୟାୟର ୪ ଦିନ ପରେ ଅର୍ଥାତ୍‌ ଏପ୍ରିଲ ୩୦ରେ ନିର୍ବାଚନ କମିଶନ ମତଦାନ ହାର୍‌ ତଥ୍ୟ ପ୍ରକାଶ କରିଥିଲେ। ନିର୍ବାଚନ ଦିନ ରାତି ୭ଟାରେ ଇସିଆଇ ଯେଉଁ ମତଦାନ ହାର ଘୋଷଣା କରିଥିଲା, ଏପ୍ରିଲ ୩୦ରେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ତଥ୍ୟରେ ତାହାର ବ୍ୟତିକ୍ରମ ଦେଖାଯାଇଥିଲା। ଏଥିରେ ମତଦାନ ହାର ୫ରୁ ୬ ପ୍ରତିଶତ ଅଧିକ ଦର୍ଶାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି। ଚୂଡ଼ାନ୍ତ ତଥ୍ୟ ପ୍ରକାଶରେ ଅହେତୁକ ବିଳମ୍ବ ଏବଂ ମତଦାନ ହାର ବୃଦ୍ଧି ଦର୍ଶାଯିବା ଚିନ୍ତାଜନକ। ତଥ୍ୟରେ ସଂଶୋଧନ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏଭଳି ଆଶଙ୍କାକୁ ଦୂର କରାଯିବା ଆବଶ୍ୟକ। ଭୋଟରମାନଙ୍କ ଆସ୍ଥା ବଜାୟ ରଖିବା ଜରୁରୀ ବୋଲି ଏଡିଆର୍‌ ଏହାର ପିଟିଶନରେ ଉଲ୍ଲେଖ କରିଛି। ସେଥିପାଇଁ ମତଦାନ ପରେ ଫର୍ମ ୧୭ସି ଭାଗ-୧ର ସ୍କାନ୍‌ ହୋଇଥିବା ବୈଧ କପିକୁ ଇସିଆଇଙ୍କ ଓ୍ବେବ୍‌ସାଇଟ୍‌ରେ ସ୍ଥାନିତ କରିବା ନିମନ୍ତେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଏଡିଆର୍‌ ନିବେଦନ କରିଛି।

ଇସିଙ୍କୁ ଭେଟିଲେ ଇଣ୍ଡିଆ ବ୍ଲକ୍‌ ନେତା

ଇଣ୍ଡିଆ ବ୍ଲକ୍‌ର ନେତାମାନଙ୍କର ଏକ ପ୍ରତିନିଧି ଦଳ ଶୁକ୍ରବାର ନିର୍ବାଚନ କମିଶନଙ୍କ ସର୍ବୋଚ୍ଚ ଅଧିକାରୀମାନଙ୍କୁ ଭେଟି ମତଦାନ ହାର ତଥ୍ୟ ପ୍ରକାଶରେ ବିଳମ୍ବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ଶାସକ ଭାଜପା ନେତାମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ସେିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଇସିଙ୍କୁ ନିବେଦନ କରିଛନ୍ତି। ଉତ୍ତରପ୍ରଦେଶ ପୋଲିସ ରାଜ୍ୟର କେତେଜଣ ଲୋକଙ୍କୁ ରେଡ୍‌ କାର୍ଡ ଇସ୍ୟୁ କରିଥିବା ପ୍ରସଙ୍ଗ ସମାଜବାଦୀ ପାର୍ଟି ନେତା ଜାଭେଦ ଅଲି ଉଠାଇଥିଲେ। ରେଡ୍‌ କାର୍ଡ ପାଇଥିବା ଅନେକେ ମତଦାନରୁ ବଞ୍ଚତ୍ତ ହୋଇଥିବା ସେ କହିଥିଲେ। ପ୍ରତିନିଧି ଦଳରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି, ସଲମାନ ଖୁର୍ସିଦ, ଟିଏମ୍‌ସି ନେତା ଡେରେକ ଓ’ବ୍ରାଏନ୍‌, ଡିଏମ୍‌କେର ଟି.ଆର୍‌. ବାଲୁ, ଜେଏମ୍‌ଏମ୍‌ର ମହୁଆ ମାଝି, ସିପିଆଇର ବିନୟ ବିଶ୍ୱମ୍‌ ପ୍ରମୁଖ ରହିଥିଲେ। ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ସମେତ ବିଭିନ୍ନ ଦଳ ଅନେକ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଆସ୍ଥା ସଙ୍କଟ ସମେତ ବିଭିନ୍ନ ପ୍ରସଙ୍ଗରେ ଇଣ୍ଡିଆ ବ୍ଲକ୍‌ର ନେତାମାନେ ଇସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭...

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri