Posted inଜାତୀୟ

ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ମତଦାନ ଜାରି, ୫ ମୃତ ଅନେକେ ଆହତ

କୋଲକାତା,୮।୭: ପଶ୍ଚିମବଙ୍ଗରେ ଶନିବାର ସକାଳୁ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସାରା ରାଜ୍ୟରେ ବର୍ତ୍ତମାନ ସ୍ଥାନେ ସ୍ଥାନେ ପଥରମାଡ, ହିଂସା, ଅଗ୍ନିକାଣ୍ଡ ଭଳି ଖବର ଆସୁଛି। ସମଗ୍ର ରାଜ୍ୟରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ନିଯୁକ୍ତି ପରେ ବି ହିଂସା ହେବାରେ ଲାଗିଛି।

ଶନିବାର ସକାଳ ୭ଟାରେ ପଞ୍ଚାୟତ ନିର୍ବାଚନର ପ୍ରାୟ ୭୪ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଦକ୍ଷିଣରୁ ଉତ୍ତର ବଙ୍ଗଳା ପର୍ଯ୍ୟନ୍ତ ସବୁ ସ୍ଥାନରେ ହିଂସା ହେବାର ଖବର ରହିଛି। ସୂଚନା ଅନୁଯାୟୀ, ଭୋଟ ସମୟରେ ହିଂସା ଘଟଣାରେ ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି।
ମୁର୍ସିଦାବାଦର ବେଲଦାନଗା ଠାରେ କଂଗ୍ରେସ ଏବଂ ତ୍ରୁଣମୂଳ କଂଗ୍ରେସ ମଧ୍ୟରେ ସଂଘର୍ଷରେ ଶାସକ ଦଳର କର୍ମୀ ବାବର ଅଲିଙ୍କ ମୃତ୍ୟୁ ଘଟିଛି। ହିଂସା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଗୁଳି ବାଜିବା ପରେ କଂଗ୍ରେସ କର୍ମୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କୁଚବିହାରରେ ଏକ ମତଦାନ କେନ୍ଦ୍ରକୁ ଭଙ୍ଗାରୁଜା କରାଯାଇଛି ଏବଂ ମତଦାନ ଆରମ୍ଭ ହେବା ମାତ୍ରେ ବାଲାଟ କାଗଜପତ୍ର ଲୁଟ ହୋଇଛି। ସେହିଭଳି ରିପୋର୍ଟ ଡାଇମଣ୍ଡ ହାରବରରୁ ମଧ୍ୟ ଆସୁଛି। ସୂଚନାନୁସାରେ, ମାଲଦାର ମାଣିକଚକ ଏବଂ ଗୋପାଳପୁର ଗ୍ରାମ ପଞ୍ଚାୟତର ଜିଶାରଦ ଟୋଲାରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଶେଖ ମାଲେକ ବୋଲି କୁହାଯାଇଛି। ସୂଚନା ମିଳିଛି ଯେ ଟିଏମସି କର୍ମୀମାନେ ହୁଗଲିରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରକୁ ଗୁଳି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?