ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନାନ୍ତର ହେଉ: ଉପଜିଲାପାଳଙ୍କୁ ଭେଟି ଦାବିପତ୍ର

ନୂଆପଡ଼ା,୧୬ା୯ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଭରୁଆମୁଣ୍ଡା ଗାଁରେ ନୂତନ ଭୋଟ ଗ୍ରହଣ କେନ୍ଦ୍ର କରିବା ପାଇଁ ଗ୍ରାମବାସୀ ସୋମବାର ଉପଜିଲାପାଳ ସୁର୍ମି ସୋରେନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଭରୁଆମୁଣ୍ଡା ଗାଁର ୨ ୱାର୍ଡରେ ସୋରିପଡା, ଖଲିଆପଡା, ଘାଟିପଡା, ବରପଦର ପଡା, ପତରଫଡି ପଡା ରହିଛି। ଭରୁଆମୁଣ୍ଡା ଗାଁ ଓ ୫ ପଡାରେ ୭ ଶହରୁ ଊର୍ଦ୍ଧ୍ୱ ଭୋଟର ରହିଥିବା ବେଳେ ମତଦାନ କେନ୍ଦ୍ର ଜଟଗଡରେ ରହିଛି। ଭରୁଆମୁଣ୍ଡାରୁ ସୋରିପଡା ଦେଇ ଜଟଗଡ ଗଲେ ୫ କିଲୋମିଟର ଗଲେ ୧୦ କି.ମି. ପଡୁଛି। ସେହିପରି ଘାଟିପଡା, ବରପଦର ପଡାକୁ ୧୫ କି.ମି. ପଡୁଛି। ଲମ୍ବା ରାସ୍ତା ହେଉଥିବାରୁ ବୃଦ୍ଧା, ଭିନ୍ନକ୍ଷମ, ଗର୍ଭବତୀ, ପ୍ରସୁତି ଯାଇ ନିଜ ମତ ସାବ୍ୟସ୍ତ କରିପାରୁ ନାହାନ୍ତି। ଗ୍ରାମବାସୀ ଦର୍ଶାଇଛନ୍ତି, ଜଟଗଡ ବିଦ୍ୟାଳୟ ବୁଥ୍‌ ନଂ.୧୯୯ରେ ଭୋଟ ସମୟରେ ଯାଇ ଭୋଟ ଦେଇଥାଉ। ସେହି ଭୋଟ ଗ୍ରହଣ କେନ୍ଦ୍ରକୁ ଭାରୁଆମୁଣ୍ଡା ବିଦ୍ୟାଳୟକୁ ସ୍ଥାନାନ୍ତର କରାଗଲେ ସମସ୍ତଙ୍କ ସୁବିଧା ହୋଇପାରନ୍ତା। ଏହା ଉପରେ ସୁବିଚାର କରିବାକୁ ସେମାନେ ଦାବି କରିଛନ୍ତି। ଏହି ସମୟରେ ୱାର୍ଡସଭ୍ୟ ପ୍ରେମମଞ୍ଜୁଳା ମାଝି, ଜଗନି ଧରୁଆ, ରତନ ମାଝି, ମୋହନ ମାଝି, ମୋଟାରାମ ମାଝି, ପିତାମ୍ବର ଗଡତିଆ, ଅତବଲ ମାଝି, ବାସୁଦେବ ମାଝି, ପ୍ରେମସିଂ ମାଝି, ସୁରେନ୍ଦ୍ର ରଣା, ଚଞ୍ଚଳା ମାଝି, ସରାବନି ମାଝି, ଗୌରୀ ମାଝି, ଦହନା ମାଝି ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?