ସମୁଦ୍ରରେ ଆଗ୍ନେୟଗିରି ଉଦ୍‌ଗିରଣ, ସୁନାମୀ ସହିତ ଆକାଶରୁ ପଥର ବର୍ଷା…

ଟୋଙ୍ଗା, ୧୫।୧ : ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଥିବା ପଲିନେସିଆ ଦେଶ ଟୋଙ୍ଗା ଦ୍ୱୀପ ନିକଟରେ ଥିବା ସମୁଦ୍ରରେ ଶନିବାର ଆଗ୍ନେୟଗଗିରି ଉଦ୍‌ଗିରଣ ଘଟିଛି। ଏହାର ପ୍ରଭାବରେ ଅକାଶରୁ ପଥର ବର୍ଷା ହେବା ସହିତ ସୁନାମୀ ସୃଷ୍ଟି ହୋଇଛି। ଏନେଇ ଫିଜି ଏବଂ ନ୍ୟୁଜିଲାଣ୍ଡରେ ସୁରକ୍ଷା ଦୃଷ୍ଟିରୁ ସୁନାମୀ ଆଲର୍ଟ ଜାରି କରାଯାଇଛି।

ଆଗ୍ନେୟଗିରି ଉଦ୍‌ଗିରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏଥିରୁ ବାହାରିଥିବା ପାଉଁଶ ଏବଂ ପଥର ଟୁକୁଡ଼ା ୨୦ କିଲୋମିଟର ଦୂରରେ ପଡ଼ିଥିଲା। ଆଗ୍ନେୟଗିରି ଉଦ୍‌ଗିରଣ ଭାରତୀୟ ସମୟ ଅପରାହ୍ନ ୫ଟା ୧୦ରେ ହୋଇଥିଲା। ଏହାର ୨୦ ମିନିଟ ପରେ ସୁନାମୀ ଆସିଥିଲା। ଏହାର ପ୍ରଭାବରେ ଟୋଙ୍ଗାର ରାସ୍ତା ଏବଂ କୋଠାରେ ଜୁଆର ମାଡ଼ ହେବାରେ ଲାଗିଥିଲା।

ଆକାଶରେ ବହଳ ଧୂଆଁ ବ୍ୟାପି ଯିବାରୁ ଟୋଙ୍ଗା ସହିତ ସମସ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଛି। ବିସ୍ଫୋରଣର ପ୍ରଭାବ ୨୬୦ କିଲୋମିଟର ପରିସୀମା ମଧ୍ୟରେ ଦେଖିବାକୁ ମିଳିଛି।

ଘରେ ସମୁଦ୍ର ପାଣି ପସିଯିବାରୁ ଲୋକେ ଜୀବନ ବଞ୍ଚାଇବା ପାଇଁ ଘର ଛାତ ଉପରକୁ ପଳାଇଥିଲେ। ଏହାକୁ ନେଇ ଟୋଙ୍ଗାର ୧୬୯ ଦ୍ୱୀପରେ ସତର୍କ ସୁଚନା ଜାରି କରାଯିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ ଟଙ୍କା ଧରି ଓମାନରେ ଅଶ୍ରଫ୍‌ ଗନି

କାବୁଲ, ୧୬।୮: ତାଲିବାନ ଆତଙ୍କବାଦୀମାନେ ରବିବାର କାବୁଲରେ ପ୍ରବେଶ କରିବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶ୍ରଫ ଗନି ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି...

ପ୍ରିୟଙ୍କା ବ୍ୟକ୍ତିଗତ ମତ ଦେଇପାରିବେ: ଜାତିସଂଘ

ଜତିସଂଘ: ୟୁନିସେଫ୍‌ ଗୁଡଓ୍ବିଲ୍‌ ଆମ୍ବାସାଡର (ସଦିଚ୍ଛାମୂଳକ ରାଷ୍ଟ୍ରଦୂତ)ଭାବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ବ୍ୟକ୍ତିଗତ ମତ ଦେବା ଅଧିକାର ରହିଛି ବୋଲି ଜାତିସଂଘ ମୁଖପାତ୍ର ପ୍ରକାଶ କରିଛନ୍ତି।...

କ୍ୟାପିଟୋଲ ଆକ୍ରମଣ: ପୋଲିସ ଅଫିସର ନିହତ

ଓ୍ବାଶିଂଟନ, ୪।୪: ଆମେରିକାର ଓ୍ବାଶିଂଟନ ଡିସିସ୍ଥିତ ସଂସଦ ଭବନ କ୍ୟାପିଟୋଲରେ ଶୁକ୍ରବାର ଚଳିତ ବର୍ଷ ଦ୍ୱିତୀୟ ଆକ୍ରମଣ ଘଟିଥିଲା। ଜଣେ ଯୁବକ ନିଜ କାର୍‌କୁ କ୍ୟାପିଟୋଲ...

କରୋନା ସଂକ୍ରମିତଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ପୂର୍ବରୁ ସୂଚିତ କରିବ ବାୟୋମାର୍କର

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ...

କେନ୍ଦ୍ରରେ ଗଠନ ହେଉ ମୋଦି ସରକାର: ଏହା ଚାହେଁନା ପାକିସ୍ତାନ

ଲାହୋର,୨୨।୫: ଭାରତର ଲୋକ ସଭା ନିର୍ବାଚନ ଫଳାଫଳ ପ୍ରତି ପାକିସ୍ତାନ ଉତ୍ସୁକତାର ସହିତ ଚାହିଁ ବସିଛି। ତେବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି...

ଜାପାନର ଅର୍ଥନୈତିକ ଜୋନ୍‌ ଉପରେ କ୍ଷେପଣାସ୍ତ୍ର ଛାଡ଼ିଲା ଉତ୍ତରକୋରିଆ, ବଢୁଛି ଚିନ୍ତା

ଟୋକିଓ,୨୫।୩: ଉତ୍ତରକୋରିଆ ଜାପାନ ନିକଟ ସମୁଦ୍ରରେ ଦୁଇଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି। ଏନେଇ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଗୁରୁବାର ସୂଚନା ଦେଇଛନ୍ତି। ଜାପାନ...

ଏଲ୍‌ଏସିରେ ଚାଇନା ୬୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି: ପୋମ୍ପିଓ

ଓ୍ବାଶିଂଟନ, ୧୦।୧୦: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ପକ୍ଷରୁ ଚାଇନା ଟାର୍ଗେଟ୍‌ କରାଯାଇଛି। ଆମେରିକା ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌...

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ

ଓ୍ବାଶିଂଟନ,୫।୯: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ମୋଦିଙ୍କର...

Advertisement


Archives

Model This Week