୬କେଶର ଦାମ୍‌ ୧୦ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୧୯।୫: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରକ୍‌ଷ୍ଟାରଙ୍କ ମଧ୍ୟରେ ଆମେରିକାର ଗାୟକ କୁର୍ଟ କୋବେନ ଅନ୍ୟତମ। କୁର୍ଟ ଜଣେ ଗୀତିକାର ଓ ଗିଟାରିଷ୍ଟ ହେବା ସହ ନିର୍ବାଣା ବ୍ୟାଣ୍ଡର ମୁଖ୍ୟ ସସଦସ୍ୟ ଥିଲେ। ୧୯୯୪ରେ ମାତ୍ର ୨୭ବର୍ଷରେ ସେ ଆତ୍ମହତ୍ୟା କରିଥିଲେ। ତାଙ୍କର ଦେହାନ୍ତ ହୋଇଯାଇଛି ସତ ହେଲେ ଆଜି ବି ସେ ନିଜ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ଆଜି ବି ତାଙ୍କ ଲୋକପ୍ରିୟତା କମ୍‌ ହୋଇନାହିଁ। ତାଙ୍କର କ୍ରେଜ୍‌ ଏଭଳି ରହିଛି ଯେ, ଲୋକମାନେ ତାଙ୍କ ସହ ଜଡିତ ଥିବା କୌଣସି ଜିନିଷ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ରାଜି ଅଛନ୍ତି। ଏହା କହିବାର ତାତ୍ପର୍ଯ୍ୟ ହେଉଛି, ନିକଟରେ କୁର୍ଟଙ୍କ ମାତ୍ର ୬ଟି କେଶକୁ ନିଲାମ କରାଯାଇଥିଲା। ତାଙ୍କର ୬ଟି କେଶକୁ ୧୪୧୪୫ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୧୦ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଦୀର୍ଘ ବର୍ଷ ଧରି ତାଙ୍କର ଏହି କେଶକୁ ଏକ ପ୍ଲାଷ୍ଟିକରେ ସମ୍ଭାଳିକି ରଖାଯାଇଥିଲା।

ଏହାପୂର୍ବରୁ ୨୦୨୦ ଜୁନରେ ତାଙ୍କର ଗିଟାରକୁ ୬ମିଲିୟନ୍‌ ଡଲାର ବା ୪୪କୋଟି ଟଙ୍କାରେ ନିଲାମ ହୋଇଥିଲା। ଏହା ନିଲାମର ସମସ୍ତ ରେକର୍ଡ ଭାଙ୍ଗିଥିବା ବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଗିଟାର ଭାବେ ବେଶ୍‌ ଜଣାଶୁଣା। ସୂଚନା ମୁତାବକ ନିର୍ବାଣା ପୂର୍ବରୁ ଏବଂ ନିଜ ଆଲବମ୍‌ ରିଲିଜ୍‌ ହେବାର ୪ମାସ ପରେ କୁର୍ଟ ନିଜର କେଶ କାଟିଥିଲେ। ସେହି ସମୟରେ ତାଙ୍କ ଆଲବମ୍‌ ସୁପରହିଟ୍‌ ହୋଇଥିବା ବେଳେ ରାତାରାତି ସେ ସୁପରଷ୍ଟାର ହୋଇଯାଇଥିଲେ। ଏହାପରେ ତାଙ୍କ ସହ ଜଡିତ ସମସ୍ତ ଜିନିଷ ଏକ ବ୍ରାଣ୍ଡ ଭାବେ ପରିଗଣିତ ହୋଇଥିଲା। ଜାଣିଛନ୍ତି କି, କୁର୍ଟଙ୍କ ଏହି ହେୟାର କଟ୍‌ ଇଂଲଣ୍ଡରେ ଥିବା ତାଙ୍କର ଜଣେ ବନ୍ଧୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri