ଜୁନ୍‌ ୩୦ ସୁଦ୍ଧା ପୁରୁଣା ଗାଡ଼ିରେ ଭିଏଲ୍‌ଟିଡି ବାଧ୍ୟତାମୂଳକ

ଭୁବନେଶ୍ୱର, ୨୬।୧୨(ସୁନିତ୍‌ ମିଶ୍ର):ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ପଞ୍ଜୀକୃତ ହୋଇଥିବା ଯାନଗୁଡ଼ିକୁ ୨୦୨୪ ଜୁନ୍‌ ୩୦ ସୁଦ୍ଧା ଭେହିକିଲ ଲୋକେଶନ ଟ୍ରାକିଂ ଡିଭାଇସ(ଭିଏଲ୍‌ଟିଡି) ଲଗାଇବାକୁ ବାଧ୍ୟ କରାଯାଇଛି। ନ ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯଦି ଜୁନ୍‌ ୩୦ ସୁଦ୍ଧା ପୁରୁଣା ଗାଡ଼ିରେ ଏଆଇଏସ୍‌ ୧୪୦ ଷ୍ଟାଣ୍ଡାର୍ଡର ଭିଏଲ୍‌ଡିସି ଲାଗି ନ ଥିଲେ ସେହି ଗାଡ଼ିଗୁଡିକର ଫିଟ୍‌ନେସ୍‌ ସାର୍ଟିଫିକେଟ, ଗାଡ଼ିର ମାଲିକାନା ପରିବର୍ତ୍ତନ ପରମିଟ୍‌ ଜୁଲାଇ ୧ରୁ ଆଉ ହେବ ନାହିଁ। ଏସ୍‌ଟିଏ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସବୁ ଆର୍‌ଟିଓ ଏବଂ ଏଆର୍‌ଟିଓମାନଙ୍କୁ ଜଣାଇ ଦିଆଯାଇଛି। ଯୁଗ୍ମ କମିଶନର ଦୀପ୍ତି ପାତ୍ର ଏନେଇ ସୂଚନା ଦେଇଛନ୍ତି। ଏହାଛଡ଼ା ଭିଏଲ୍‌ଟିଡି ବ୍ୟବହାର କରି ନ ଥିବା ଗାଡ଼ିଗୁଡିକୁ ରାସ୍ତାରେ ଧରାଗଲେ ସେମାନଙ୍କ ବିରୋଧରେ ଚାଲାଣ ମଧ୍ୟ କରାଯିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀ ନିର୍ଭୟା ଘଟଣା ପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସମସ୍ତ ବ୍ୟବସାୟିକ ଯାନକୁ ଟ୍ରାକିଂ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ଯାଇ କେନ୍ଦ୍ର ସରକାର ଏକ ରୁଲ୍‌ ଆଣିବା ସହ ଭିଏଲ୍‌ଟିଡି ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଦୀର୍ଘଦିନ ସମୟ ଲାଗିଗଲାଣି। ଏହାକୁ ଲାଗୁ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ଏକାଧିକ ତାରିଖ ସ୍ଥିର ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରାଯାଇପାରି ନାହିଁ। ତେବେ ଗତ ସପ୍ତାହରେ ସମସ୍ତ ନୂଆ ଏବଂ ପୁରୁଣା ଗାଡ଼ିଗୁଡିକରେ ଭିଏଲ୍‌ଟିଡି ଲଗାଇବା ବାଧ୍ୟତାମୂଳକ କରାଯିବା ନେଇ ଏସ୍‌ଟିଏ ପକ୍ଷରୁ ଚିଠି କରାଯାଇଛି। ଏହାସହ ପାଖପାଖି ୨୩ଟି କମ୍ପାନୀ ମଧ୍ୟରୁ ୧୧ଟି କମ୍ପାନୀ ଏଆଇଏସ୍‌ ୧୪୦ ଷ୍ଟାଣ୍ଡାର୍ଡ ରଖିଥିବା ଭିଏଲ୍‌ଟିଡି ମେଶିନ ପରୀକ୍ଷା ଦେଇ ସଫଳ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ପରୀକ୍ଷାମୂଳକ ଭାବେ ଉକ୍ତ ୧୧ କମ୍ପାନୀ ଏହି ମେଶିନ ଲଗାଇପାରିବେ।
ଦୁଇଚକିଆ, ତିନିଚକିଆ ଏବଂ ରିକ୍ସାରେ ଏହା ଲଗାଇବା ବାଧ୍ୟତାମୂଳକ କରାଯାଇନାହିଁ। ହେଲେ ଜାତୀୟ ପରମିଟ୍‌ ରଖିଥିବା ଜିନିଷପତ୍ର ବୋହୁଥିବା ଗାଡ଼ିରେ ଏହା ବାଧ୍ୟତାମୂଳକ ରହିବ। ଏହାସହ ଏକ୍ସପ୍ଲୋସିଭ ନେଉଥିବା ଗାଡ଼ିରେ ମଧ୍ୟ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ୧ ତାରିଖଠାରୁ ପଞ୍ଜୀକୃତ ହେବାକୁ ଥିବା ଗାଡ଼ିରେ ଭିଏଲ୍‌ଟିଡି ମେଶିନ ପ୍ରଥମେ ଲଗାଇବା ପାଇଁ ବାଧ୍ୟତାମୂଳକ ରଖାଯାଇଛି। ବିନା ଭିଏଲ୍‌ଟିଡିରେ ଗାଡି ପଞ୍ଜୀକୃତ ହୋଇପାରିବ ନାହିଁ। ଏହିସବୁ ଗାଡିରେ ପ୍ୟାନିକ୍‌ ବଟନ୍‌ର ବ୍ୟବସ୍ଥା ମଧ୍ୟ ରହିିବା ବାଧ୍ୟତାମୂଳକ। ଏହି ବଟନ୍‌ ରଖିବାର ଉଦ୍ଦେଶ୍ୟ ହେଉଛି, ଯଦି କୌଣସି ଯାତ୍ରୀ କେଉଁଆଡ଼େ ଯିବା ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସଙ୍ଗେ ସଙ୍ଗେ ଏହାକୁ ଦବାଇବା ଦ୍ୱାରା ନିକଟସ୍ଥ ଥାନାକୁ ଏକ ମେସେଜ ଚାଲିଯିବ, ଯଦ୍ଦ୍ବାରା କିଛି ଅଘଟଣ ଘଟିବା ପୂର୍ବରୁ ତାହାକୁ ରୋକାଯାଇପାରିବ ବୋଲି ଦୀପ୍ତି ପାତ୍ର କହିଛନ୍ତି। ମୁଖ୍ୟତଃ ବସ୍‌, ଶିକ୍ଷାନୁଷ୍ଠାନରେ ବ୍ୟବହୃତ ଗାଡ଼ି, ଲକ୍‌ଜୁରି କାର୍‌, ମୋଟର କ୍ୟାବ୍‌, ଓମିନି ବସ୍‌, ଘରୋଇ ସେବା ଯୋଗାଉଥିବା ଗାଡ଼ିରେ ପ୍ୟାନିକ୍‌ ବଟନ୍‌ ରହିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ଯେକୌଣସି ଭିଏଲ୍‌ଟିଡି ପ୍ରସ୍ତୁତକାରୀ କମ୍ପାନୀଠାରୁ ଏହା ନେଇପାରିବେ। କିନ୍ତୁ ଭିଏଲ୍‌ଟିଡି ନ ଲଗାଇଲେ ଆସନ୍ତା ୧ତାରିଖ ପରଠାରୁ କିଣା ହେବା ଗାଡ଼ି ପଞ୍ଜୀକୃତ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri