Posted inଫୁରସତ

ନମ୍ରତାର ଅନନ୍ୟ ବ୍ୟକ୍ତିତ୍ୱ ବିବେକାନନ୍ଦ

ବିବେକାନନ୍ଦ ପରିଡ଼ା, ନମ୍ରତାର ଅନନ୍ୟ ବ୍ୟକ୍ତିତ୍ୱ। ଦୀର୍ଘ ୭୬ ବର୍ଷର ଜୀବନରେ ସେ ଗଢ଼ିଛନ୍ତି ଅନେକ ଅନୁଷ୍ଠାନ। ଶୈବପୀଠ ମାଣତ୍ରୀ ଓ ଶକ୍ତିପୀଠ ଦୁର୍ଗାଦେବୀ ସନ୍ନିକଟ ଆଦିବାସୀ ଅଧ୍ୟୁଷିତ ଭଞ୍ଜଭୂମିର ଅଖ୍ୟାତ ପଲ୍ଲୀ ଆରପଟାରେ ୧୨ ଅଗଷ୍ଟ ୧୯୪୫ରେ ତାଙ୍କର ଜନ୍ମ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ବେଳରୁ ତାଙ୍କ ପ୍ରତିଭାର ପରିଚୟ ମିଳିଥିଲା। ବାଲ୍ୟକାଳରେ ପିତା ଅନାଦି ଚରଣ ପରିଡ଼ାଙ୍କ ଶିକ୍ଷା ଓ ସଂସ୍କାର ତାଙ୍କୁ ପ୍ରଭାବିତ କରିଥିଲା। ମା’ ରତ୍ନମଣିଙ୍କ ବାତ୍ସଲ୍ୟ ପ୍ରେମ ସାଙ୍ଗକୁ ସାନ ଭଉଣୀ ବିଜୟା ଓ ବିଷୟାଙ୍କ ସ୍ନେହ ସମାଦର ତାଙ୍କ ଭିତରେ ଭରି ଦେଇଥିଲା ନମ୍ର ସ୍ବଭାବ। ସେହି ସଂସ୍କାର ତାଙ୍କୁ ପରବର୍ତ୍ତୀ ଜୀବନରେ ସରଳ ନିଷ୍କପଟ ମଣିଷ ଭାବେ ଗଢ଼ିତୋଳିଥିଲା। ପିତା ଅନାଦି ଚରଣ ତତ୍କାଳୀନ ସମୟରେ ଶିକ୍ଷାର ଆଲୋକ ବିକିରଣ କରୁଥିବା କୁଆମରା ବାଳକ ଓ ବାଳିକା ବିଦ୍ୟାଳୟ ସଂସ୍ଥାପନ ପାଇଁ ଆଗୁସାର ହୋଇ ଅଞ୍ଚଳର କତିପୟ ସାମାଜିକକର୍ମୀଙ୍କ ସହ ଏକଜୁଟ ହୋଇ ଅଣ୍ଟା ଭିଡ଼ିଥିଲେ। ସେହି ବିଦ୍ୟାଳୟଗୁଡ଼ିକରେ ସମ୍ପାଦକ ଭାବେ ପରିଚାଳନା କମିଟିରେ ସ୍ବଳ୍ପ ସମୟ ଅତିବାହିତ କରିଥିଲେ। ପିତୃତ୍ୱର ଶୈକ୍ଷିକ ପ୍ରଭାବରେ ବିବେକାନନ୍ଦ ବି ଜଣେ ସୁଯୋଗ୍ୟ ସନ୍ତାନ ଭାବେ ଯତ୍‌କିଞ୍ଚତ୍ତ ସମାଜସେବା କରିବାର ଅନୁପ୍ରେରଣା ଲାଭ କରିଥିଲେ। ନିଜେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ ସମୟରେ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସାରି କୁଆମରା ଉଚ୍ଚ ବିଦ୍ୟାଳୟରୁ ସଫଳ ଛାତ୍ର ରୂପେ ଉତ୍ତୀର୍ଣ୍ଣ ହୋଇଥିଲେ। ତା’ପରେ ଏମ୍‌ପିସି ମହାବିଦ୍ୟାଳୟ ବାରିପଦା, ଭୁବନେଶ୍ୱର ବିଜେବି କଲେଜରୁ ସ୍ନାତକଡିଗ୍ରୀ ହାସଲ କରିଥିଲେ। ନିଜେ ଉଚ୍ଚ ଶିକ୍ଷିତ ହୋଇ ଦୁଇ ସୁପୁତ୍ର ମୁନ୍ନା ଓ ଋଷିଙ୍କୁ ଉଚ୍ଚଶିକ୍ଷିତ କରାଇଥିଲେ। ଏଥି ସହ ଭିଜିନ୍‌ଟେକ୍‌ ସ୍ଥାପନ କରାଇ ରାଷ୍ଟ୍ରୀୟସ୍ତରର କୁଶଳୀ ଭିତ୍ତିଭୂମି ନିର୍ମାଣକାରୀ ଭାବେ ଜଣେ ଯୋଗ୍ୟ ପିତାର ଉଦାହରଣ ହୋଇଗଲେ ବିବେକାନନ୍ଦ।
ଗରିବ ସାଧାରଣ ମଣିଷ ଓ ଆଦିବାସୀଙ୍କ ନିକଟରେ ଶିକ୍ଷା ପହଞ୍ଚାଇବାକୁ ନିଜ ପୈତୃକ ସମ୍ପତ୍ତିରୁ କିଛି ଦାନ କରି ଆରପଟାରେ ୧୯୮୬ରେ ସ୍ଥାପନ କଲେ ଆରପଟା ଉଚ୍ଚ ବିଦ୍ୟାଳୟ। ଚାଉଳ, ପନିପରିବା ଯୋଗାଇ ଦେଉଥିଲେ ଛାତ୍ରାବାସର ଅନ୍ତେବାସୀଙ୍କୁ। ସରକାରୀ ଅନୁଦାନ ପାଇବା ଆଗରୁ କେତେ ଶିକ୍ଷକଙ୍କୁ ନିଜ ରୋଜଗାରରୁ କିଛି ଦାନ କରି ଆନନ୍ଦ ପାଉଥିଲେ। ଅବଦାନ ଥିଲା କିନ୍ତୁ ଆତ୍ମପ୍ରଚାରଠାରୁ ଦୂରେଇ ରହୁଥିଲେ ସେ। ‘କାହାରି ଅନ୍ନ ଓ ଦାନାକୁ ଛଡ଼ାଇ ନିଅନି’ ଏହାଥିଲା ତାଙ୍କ ବାର୍ତ୍ତା। ଖାଇପିଇ ନିଜ ପେଟ ଭରିଗଲେ ଦୁନିଆର ଅଭାବୀ ମଣିଷଙ୍କ ପେଟ ଭରିଯାଏନି। ଏହାକୁ ପାଥେୟ କରି ଜ୍ୟେଷ୍ଠପୁତ୍ର କୁମାର ରଞ୍ଜନ (ମୁନ୍ନା) ସୃଷ୍ଟି କରିଛନ୍ତି ନିଯୁକ୍ତି ସୁଯୋଗ। କନିଷ୍ଠ ପୁତ୍ର ରମଣୀ ରଞ୍ଜନ (ଋଷି) ବଡ଼ ଭାଇଙ୍କ ସହ ଏକାଠି ‘ବାପାଙ୍କ ଦୀନଦୁଃଖୀଙ୍କୁ ଦାନା, କନା ଓ ସମ୍ମାନର ସହ ବଞ୍ଚିବାର ଆଦର୍ଶ’କୁ ବି ଆପଣେଇ ନେଇଛନ୍ତି। ଭୁବନେଶ୍ୱରରେ ବିବେକାନନ୍ଦ ବାବୁ ପୁଅଙ୍କ ପାଇଁ ଛାଡ଼ିଯାଇଛନ୍ତି ଭିଜିନ୍‌ଟେକ ସଂସ୍ଥାନ। ଯେଉଁଠି ବହୁ କର୍ମଚାରୀଙ୍କ ଜୀବିକା ନିର୍ବାହ ହୁଏ। କେବଳ ରାଜଧାନୀ ଭୁବନେଶ୍ୱରର ନୁହେଁ, ଗାଁରେ ବି ଜଣେ ସରଳ କୃଷକ ଭାବେ କ୍ଷେତରେ ସୁନାର ଫସଲ ଉପୁଜାନ୍ତି। ପ୍ରକୃତି ମିତ୍ର ଭାବେ ସେ ଯେଉଁ ଶାଗୁଆନ ଜଙ୍ଗଲ ସୃଷ୍ଟି କରିଥିଲେ ସେଇ ସବୁଜ ବନାନୀ ମଧ୍ୟରେ ଶେଷରେ ହେଲା ତାଙ୍କ ମହାଯାତ୍ରା।
ବିଚିତ୍ର କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,
ବାପୁଜି ହାଇସ୍କୁଲ , ମୟୂରଭଞ୍ଜ


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri