Posted inଫୁରସତ

ନମ୍ରତାର ଅନନ୍ୟ ବ୍ୟକ୍ତିତ୍ୱ ବିବେକାନନ୍ଦ

ବିବେକାନନ୍ଦ ପରିଡ଼ା, ନମ୍ରତାର ଅନନ୍ୟ ବ୍ୟକ୍ତିତ୍ୱ। ଦୀର୍ଘ ୭୬ ବର୍ଷର ଜୀବନରେ ସେ ଗଢ଼ିଛନ୍ତି ଅନେକ ଅନୁଷ୍ଠାନ। ଶୈବପୀଠ ମାଣତ୍ରୀ ଓ ଶକ୍ତିପୀଠ ଦୁର୍ଗାଦେବୀ ସନ୍ନିକଟ ଆଦିବାସୀ ଅଧ୍ୟୁଷିତ ଭଞ୍ଜଭୂମିର ଅଖ୍ୟାତ ପଲ୍ଲୀ ଆରପଟାରେ ୧୨ ଅଗଷ୍ଟ ୧୯୪୫ରେ ତାଙ୍କର ଜନ୍ମ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ବେଳରୁ ତାଙ୍କ ପ୍ରତିଭାର ପରିଚୟ ମିଳିଥିଲା। ବାଲ୍ୟକାଳରେ ପିତା ଅନାଦି ଚରଣ ପରିଡ଼ାଙ୍କ ଶିକ୍ଷା ଓ ସଂସ୍କାର ତାଙ୍କୁ ପ୍ରଭାବିତ କରିଥିଲା। ମା’ ରତ୍ନମଣିଙ୍କ ବାତ୍ସଲ୍ୟ ପ୍ରେମ ସାଙ୍ଗକୁ ସାନ ଭଉଣୀ ବିଜୟା ଓ ବିଷୟାଙ୍କ ସ୍ନେହ ସମାଦର ତାଙ୍କ ଭିତରେ ଭରି ଦେଇଥିଲା ନମ୍ର ସ୍ବଭାବ। ସେହି ସଂସ୍କାର ତାଙ୍କୁ ପରବର୍ତ୍ତୀ ଜୀବନରେ ସରଳ ନିଷ୍କପଟ ମଣିଷ ଭାବେ ଗଢ଼ିତୋଳିଥିଲା। ପିତା ଅନାଦି ଚରଣ ତତ୍କାଳୀନ ସମୟରେ ଶିକ୍ଷାର ଆଲୋକ ବିକିରଣ କରୁଥିବା କୁଆମରା ବାଳକ ଓ ବାଳିକା ବିଦ୍ୟାଳୟ ସଂସ୍ଥାପନ ପାଇଁ ଆଗୁସାର ହୋଇ ଅଞ୍ଚଳର କତିପୟ ସାମାଜିକକର୍ମୀଙ୍କ ସହ ଏକଜୁଟ ହୋଇ ଅଣ୍ଟା ଭିଡ଼ିଥିଲେ। ସେହି ବିଦ୍ୟାଳୟଗୁଡ଼ିକରେ ସମ୍ପାଦକ ଭାବେ ପରିଚାଳନା କମିଟିରେ ସ୍ବଳ୍ପ ସମୟ ଅତିବାହିତ କରିଥିଲେ। ପିତୃତ୍ୱର ଶୈକ୍ଷିକ ପ୍ରଭାବରେ ବିବେକାନନ୍ଦ ବି ଜଣେ ସୁଯୋଗ୍ୟ ସନ୍ତାନ ଭାବେ ଯତ୍‌କିଞ୍ଚତ୍ତ ସମାଜସେବା କରିବାର ଅନୁପ୍ରେରଣା ଲାଭ କରିଥିଲେ। ନିଜେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ ସମୟରେ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସାରି କୁଆମରା ଉଚ୍ଚ ବିଦ୍ୟାଳୟରୁ ସଫଳ ଛାତ୍ର ରୂପେ ଉତ୍ତୀର୍ଣ୍ଣ ହୋଇଥିଲେ। ତା’ପରେ ଏମ୍‌ପିସି ମହାବିଦ୍ୟାଳୟ ବାରିପଦା, ଭୁବନେଶ୍ୱର ବିଜେବି କଲେଜରୁ ସ୍ନାତକଡିଗ୍ରୀ ହାସଲ କରିଥିଲେ। ନିଜେ ଉଚ୍ଚ ଶିକ୍ଷିତ ହୋଇ ଦୁଇ ସୁପୁତ୍ର ମୁନ୍ନା ଓ ଋଷିଙ୍କୁ ଉଚ୍ଚଶିକ୍ଷିତ କରାଇଥିଲେ। ଏଥି ସହ ଭିଜିନ୍‌ଟେକ୍‌ ସ୍ଥାପନ କରାଇ ରାଷ୍ଟ୍ରୀୟସ୍ତରର କୁଶଳୀ ଭିତ୍ତିଭୂମି ନିର୍ମାଣକାରୀ ଭାବେ ଜଣେ ଯୋଗ୍ୟ ପିତାର ଉଦାହରଣ ହୋଇଗଲେ ବିବେକାନନ୍ଦ।
ଗରିବ ସାଧାରଣ ମଣିଷ ଓ ଆଦିବାସୀଙ୍କ ନିକଟରେ ଶିକ୍ଷା ପହଞ୍ଚାଇବାକୁ ନିଜ ପୈତୃକ ସମ୍ପତ୍ତିରୁ କିଛି ଦାନ କରି ଆରପଟାରେ ୧୯୮୬ରେ ସ୍ଥାପନ କଲେ ଆରପଟା ଉଚ୍ଚ ବିଦ୍ୟାଳୟ। ଚାଉଳ, ପନିପରିବା ଯୋଗାଇ ଦେଉଥିଲେ ଛାତ୍ରାବାସର ଅନ୍ତେବାସୀଙ୍କୁ। ସରକାରୀ ଅନୁଦାନ ପାଇବା ଆଗରୁ କେତେ ଶିକ୍ଷକଙ୍କୁ ନିଜ ରୋଜଗାରରୁ କିଛି ଦାନ କରି ଆନନ୍ଦ ପାଉଥିଲେ। ଅବଦାନ ଥିଲା କିନ୍ତୁ ଆତ୍ମପ୍ରଚାରଠାରୁ ଦୂରେଇ ରହୁଥିଲେ ସେ। ‘କାହାରି ଅନ୍ନ ଓ ଦାନାକୁ ଛଡ଼ାଇ ନିଅନି’ ଏହାଥିଲା ତାଙ୍କ ବାର୍ତ୍ତା। ଖାଇପିଇ ନିଜ ପେଟ ଭରିଗଲେ ଦୁନିଆର ଅଭାବୀ ମଣିଷଙ୍କ ପେଟ ଭରିଯାଏନି। ଏହାକୁ ପାଥେୟ କରି ଜ୍ୟେଷ୍ଠପୁତ୍ର କୁମାର ରଞ୍ଜନ (ମୁନ୍ନା) ସୃଷ୍ଟି କରିଛନ୍ତି ନିଯୁକ୍ତି ସୁଯୋଗ। କନିଷ୍ଠ ପୁତ୍ର ରମଣୀ ରଞ୍ଜନ (ଋଷି) ବଡ଼ ଭାଇଙ୍କ ସହ ଏକାଠି ‘ବାପାଙ୍କ ଦୀନଦୁଃଖୀଙ୍କୁ ଦାନା, କନା ଓ ସମ୍ମାନର ସହ ବଞ୍ଚିବାର ଆଦର୍ଶ’କୁ ବି ଆପଣେଇ ନେଇଛନ୍ତି। ଭୁବନେଶ୍ୱରରେ ବିବେକାନନ୍ଦ ବାବୁ ପୁଅଙ୍କ ପାଇଁ ଛାଡ଼ିଯାଇଛନ୍ତି ଭିଜିନ୍‌ଟେକ ସଂସ୍ଥାନ। ଯେଉଁଠି ବହୁ କର୍ମଚାରୀଙ୍କ ଜୀବିକା ନିର୍ବାହ ହୁଏ। କେବଳ ରାଜଧାନୀ ଭୁବନେଶ୍ୱରର ନୁହେଁ, ଗାଁରେ ବି ଜଣେ ସରଳ କୃଷକ ଭାବେ କ୍ଷେତରେ ସୁନାର ଫସଲ ଉପୁଜାନ୍ତି। ପ୍ରକୃତି ମିତ୍ର ଭାବେ ସେ ଯେଉଁ ଶାଗୁଆନ ଜଙ୍ଗଲ ସୃଷ୍ଟି କରିଥିଲେ ସେଇ ସବୁଜ ବନାନୀ ମଧ୍ୟରେ ଶେଷରେ ହେଲା ତାଙ୍କ ମହାଯାତ୍ରା।
ବିଚିତ୍ର କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,
ବାପୁଜି ହାଇସ୍କୁଲ , ମୟୂରଭଞ୍ଜ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?