ଛାତ୍ରଙ୍କୁ ୧୫ ଲକ୍ଷ ଟଙ୍କା ଦେବେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ

ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ଏହାର ନିର୍ଦ୍ଦେଶକ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଫିଲ୍ମ ଜରିଆରେ ସେ ଦର୍ଶକଙ୍କର ନିକଟତର ହୋଇଥିବା ବେଳେ ଏବେ ପୁଣିଥରେ ଏମିତି କଥା କହିଛନ୍ତି ଯାହା ତାଙ୍କ ପାଇଁ ପ୍ରଶଂସା ଆଣି ଦେଇଛି ।
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଓ ଅଭିନେତ୍ରୀ ତଥା ବିବେକଙ୍କ ସ୍ତ୍ରୀ ପଲ୍ଲବି ଯୋଶୀ ନିକଟରେ ମଖନଲାଲ ଚୁତୁର୍ବେଦି ନ୍ୟାଶନାଲ ୟୁନିଭର୍ସିଟି ଅଫ୍ ଜର୍ନାଲିଜିମ ଆଣ୍ଡ ମାସ କମ୍ୟୁନିକେଶନରେ ଆୟୋଜିତ ଫିଲ୍ମୋତ୍ସବରେ ଯୋଗ ଦେଇଥିଲେ । ଏହାର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସେଠାରେ ବିବେକ ଘୋଷଣା କରିଛନ୍ତି କି ସେ ୫ ଛାତ୍ରଙ୍କୁ ଆର୍ଥିକ ସ୍ତରରେ ସହାୟତା କରିବେ । ବିବେକ କହିଛନ୍ତି ବିଶ୍ୱବିଦ୍ୟାଳରେ ଫିଲ୍ମସହ ଜଡିତ କୋର୍ସ ବା ଅଧ୍ୟୟନ କରୁଥିବା ୫ ଛାତ୍ରଙ୍କୁ ସେ ୫୦ ହଜାର ଟଙ୍କାର ସ୍କଲାରଶିପ ଦେବେ । ଏଥିପାଇଁ ସେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।
ଏହି ଛାତ୍ରଙ୍କ ଚୟନ କରିବା ପାଇଁ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଚୟନ କମିଟି ଗଠନ କରାଯିବ । ମେଧାବି ଛାତ୍ରଙ୍କୁ ଏହି ବୃତ୍ତି ପ୍ରଦନ କରାଯିବ । ଏହାସହ ପଲ୍ଲବି ଯୋଶୀ କହିଛନ୍ତି, ସେହି ପିଲାମାନଙ୍କୁ ତାଙ୍କ ଅପକମିଂ ଫିଲ୍ମରେ କାମ କରିବାର ସୁଯୋଗ ବି ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଥରେ ବିବାହ କରିବେ କି କରିସ୍ମା, ବିବାହକୁ ନେଇ କହିଲେ ଏପରି….

କରିସ୍ମା କପୁର ୯୦ ଦଶକର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଅଭିନୟର ଯାଦୁରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଦୁଇ ସନ୍ତାନର...

୪୬ ବର୍ଷରେ ପାଦ ଥାପିଲେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ

ବଲିଉଡର ନୀଳନୟନା ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଆଜି ୪୬ତମ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବିଭିନ୍ନ ମହଲରୁ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୭୩...

ଦର୍ଶକଙ୍କୁ ପସନ୍ଦ ଆସୁଛି ରାଣୀଙ୍କ ‘ମର୍ଦ୍ଦାନୀ-୨’, ରିଲିଜର ଛଅ ଦିନରେ ବ୍ୟବସାୟ କଲା ୨୫ କୋଟି

ବମ୍ବେ: ବଡ଼ ପରଦାରେ ଭଲ ପ୍ରଦର୍ଶନ କରୁଛି ରାଣୀ ମୁଖାର୍ଜୀଙ୍କ ଚଳଚ୍ଚିତ୍ର ‘ମର୍ଦ୍ଦାନୀ-୨’। ରିଲିଜର ଷଷ୍ଠ ଦିନରେ ଫିଲ୍ମ ୨୫ କୋଟି ବ୍ୟବସାୟ କରିବାରେ ସଫଳ...

ଅର୍ଜୁନ ରାମପାଲଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୯ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ସମୟରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାମ...

ଭାବି ଶାଶୁଙ୍କ ସହ ଡିନର ଡେଟ୍‌ରେ ଗଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏମାନେ ବି ନିଜ...

‘ହାର୍ଟ ଅଫ ଷ୍ଟୋନ’ରେ ନିଜର ଲୁକ୍‌କୁ ନେଇ ଦର୍ଶକଙ୍କ ଦିଲ୍ ଜିତିଲେ ଆଲିଆ!

ମୁମ୍ବାଇ: ବଲିଉଡରେ ନିଜର ଜଲୱା ଦେଖାଇବା ପରେ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ପୂରାପୁରି ପ୍ରସ୍ତୁତ ହୋଇ ଗଲେଣି ବଲିଉଡ କୁଇନ୍ ଆଲିଆ ଭଟ୍ଟ ।...

କରନ୍‌ କୁନ୍ଦ୍ରାଙ୍କ ଉପରେ ବର୍ଷିଲେ କୁଶାଲ; ସମିତା ସେଟ୍ଟୀଙ୍କୁ ‘ଆଣ୍ଟି’ କହିବାକୁ ନେଇ…

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିଗ୍‌ବସ୍‌-୧୫। ଓଟିଟିରେ ଶୋ’ ପ୍ରଥମ ଥର ପାଇଁ ନଜର ଆସିବା ପରେ ଦର୍ଶକଙ୍କ ନଜର ଏହା ଉପରେ ରହିଥିଲା। ଏବେ ପ୍ରତିଯୋଗୀଙ୍କ...

ବ୍ୟାୟାମ କରିବା ସମୟରେ ପଡ଼ିଗଲେ ଅମୀରଙ୍କ ଝିଅ, ଭିଡିଓ ଭାଇରାଲ

ଅମୀର ଖାନ୍‌ଙ୍କ ଝିଅ ଇରା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ବ୍ୟାୟାମ କରିବା ସମୟରେ ସେ ପଡ଼ିଯାଇଥିବା ନଜର ଆସିଛି। ଇରା...

Advertisement
Archives

Model This Week