ଚାଲାଣ ବେଳେ ୫୦ କଇଁଛ ଜବତ, ୨ ଗିରଫ

କାଲିମେଳା, ୧୯।୧୧ (ଜୀବନ କୃଷ୍ଣ ଦାସ): ବେଆଇନ ଭାବେ କଇଁଛ ଚୋରା ଚାଲାଣ ବେଳେ ମାଲକାନଗିରି ଜିଲା କାଲିମେଳା ବନ ବିଭାଗ ଟିମ୍‌ ଚଢ଼ାଉ କରି ୫୦ଟି ଜୀବନ୍ତ ଭାରତୀୟ ଫ୍ଲାପ-ସେଲ କଇଁଛ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ କଇଁଛ ପରିବହନରେ ବ୍ୟବହୃତ ୨ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ତେଲରାଇ ପଞ୍ଚାୟତ ଅନ୍ତର୍ଗତ ଏମ୍‌ପିଭି-୬୪ ଗ୍ରାମର ନବଗୋପାଳ ମଣ୍ଡଳ ଏବଂ ଦେବବ୍ରତ ଗାଇନ। ଉଦ୍ଧାର କଇଁଛଗୁଡ଼ିକର ମୋଟ ଓଜନ ପ୍ରାୟ ୭୦ରୁ ୮୦ କିଲୋଗ୍ରାମ ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, କାଲିମେଳା ରେଞ୍ଜର ବିଜୟ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ଦେବାଶିଷ ପ୍ରଧାନ, ଫରେଷ୍ଟ ଗାର୍ଡ ନରସିଂହ ସାନ୍ତାଙ୍କ ସମେତ ଅନ୍ୟ ପାରା କର୍ମଚାରୀମାନେ ମଙ୍ଗଳବାର ସକାଳ ପ୍ରାୟ ୬ଟା ୨୫ରେ କୋଇମେଟଲା-ଜବାନପଲ୍ଲୀ ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ୨ଜଣ ବ୍ୟକ୍ତି ବାଇକ୍‌ରେ କିଛି ସନ୍ଦେହଜନକ ଜିନିଷ ନେଇ ଯାଉଥିବା ବନ କର୍ମଚାରୀମାନେ ଦେଖି ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେମାନଙ୍କ ନିକଟରୁ ୫୦ଟି ଜୀବନ୍ତ କଇଁଛ ମିଳିଥିଲା। ଏହାପରେ ବନ ବିଭାଗ କଇଁଛଗୁଡ଼ିକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ କାବୁ କରିଥିଲା। ଏତେ ସଂଖ୍ୟକ କଇଁଛ ସେମାନେ କେଉଁଠାରୁ ଆଣିଥିଲେ ଏବଂ ଏହା ପଛରେ କୌଣସି ବଡ଼ ବନ୍ୟଜନ୍ତୁ ଚୋରାଚାଲାଣ ର଼୍ୟାକେଟ ସକ୍ରିୟ ଅଛି କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ପ୍ରାସଙ୍ଗିକ ଧାରା ଅନୁଯାୟୀ ମାମଲା ରୁଜୁ କରି ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଉଦ୍ଧାର ହୋଇଥିବା କଇଁଛଗୁଡ଼ିକୁ ବର୍ତ୍ତମାନ ବନ ବିଭାଗ ନିଜ ହେପାଜତରେ ରଖିଛି। ଆଇନଗତ ପ୍ରକ୍ରିୟା ପରେ କଇଁଛଗୁଡ଼ିକର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ, ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସେମାନଙ୍କୁ ଉପଯୁକ୍ତ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡ଼ିବାର ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡ଼ୁରେ ବନ୍ଧକ ଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ସ୍ବାସ୍ଥ୍ୟମନ୍ତ୍ରୀ: ପରିବାରରେ ଖୁସିର ଲହରୀ

କେସିଙ୍ଗା,୧୮।୧୧(ତୁମେଶ୍ୱର ସାହୁ): ଦୀର୍ଘଦିନ ଧରି ତାମିଲନାଡ଼ୁର ଏକ ଡିଟରଜେଣ୍ଟ କାରଖାନାରେ ବନ୍ଧକ ଥିବା କଳାହାଣ୍ଡି ଜିଲାର ଦାଦନ ଶ୍ରମିକ ଦିନେଶ ମାଝୀ ଶେଷରେ ଉଦ୍ଧାର ହୋଇ ନିଜ…

ଶୋକ ପ୍ରସ୍ତାବରୁ ଆରମ୍ଭ ହେଲା ବିଧାନସଭା, ପରେ କମ୍ପିଲା ଗୃହ, ଆଉ ତା’ ପରେ…

ଭୁବନେଶ୍ୱର,୧୮ା୧୧: ବୁଧବାର ଆରମ୍ଭ ହୋଇଛି ଶୀତ ଅଧିବେଶନ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ…

୫୭ ବର୍ଷର ଅପେକ୍ଷାର ହେବ କି ଅନ୍ତ! ଚିନ୍ତାଜନକ ଭାରତୀୟ ଦଳର ଟେଷ୍ଟ ରେକର୍ଡ

ନୂଆଦିଲ୍ଲୀ,୧୮।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଦଳ। ଟି-୨୦ ଓ ଦିନିକିଆ ସିରିଜ୍‌ର ରୋମାଞ୍ଚ ଶେଷ ହେବା ପରେ ଏବେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌ର ଲଢ଼େଇ।…

ଘରବାରଣ୍ଡାରେ ସିନ୍ଦୂରଲଗା ମଣିଷ ଖପୁରି

ନୟାଗଡ଼/ଭାପୁର, ୧୮।୧୧(ଲୋକନାଥ ମିଶ୍ର/ପ୍ରଭାତ ବରାଡ): ବାରିପଟ ଘର ବାରଣ୍ଡାରେ ପଡିଥିଲା ସିନ୍ଦୂର ଲାଗିଥିବା ମଣିଷ ଖପୁରି। ପ୍ରାୟ ୨ମାସ ହେଲା ବିଷ୍ଠା ଓ ଆବର୍ଜନା ବାରଣ୍ଡାରେ ପଡୁଥିବାବେଳେ…

ସୁନାର ରାସ୍ତାରେ ଚାଲିବେ ଲୋକେ, ଖୁବ୍‌ଶୀଘ୍ର ୨୪ କ୍ୟାରେଟ୍‌ ସୁନାରେ ହେବ ତିଆରି, ଜାଣନ୍ତୁ ପୂରା ପ୍ଲାନିଂ…

ଦୁବାଇ,୧୮ା୧୧: ଏଣିକି ଲୋକେ ଆଉ ପିଚୁ ରାସ୍ତାରେ ଚାଲିବେନି। ଏଥର ନିର୍ମାଣ ହେବ ସୁନାର ରାସ୍ତା। ଏପରି ରାସ୍ତା ଦେଖିବାକୁ ମିଳିବ କେବଳ ଦୁବାଇରେ। ଦୁବାଇ କେବେବି…

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷାକୁ ଗୁରୁତ୍ୱ: ନୋ ଫିସିଂ ଜୋନ ଘୋଷଣା

ଗଞ୍ଜାମ,୧୮।୧୧(ବିଦ୍ୟାଧର ସାହୁ : ବିରଳ ସାମୁଦ୍ରିକ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣକୁ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ଆରମ୍ଭ ହୋଇଛି। ଏନେଇ…

ମିଳିଲା ମ୍ୟୁନିସିପାଲିଟି ମାନ୍ୟତା, ମିଳୁନି ମୌଳିକ ସୁବିଧା: ଅନଶନ ପରେ ଉଠିଲା ଅଳିଆ ଆବର୍ଜନା

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ମିଳିବାର ପ୍ରାୟ ୧୧ ମାସ ବିତିବାକୁ ବସିଥିଲେ ମଧ୍ୟ ନୂତନ ଭାବେ ସାମିଲ…

ସକାଳୁ ସକାଳୁ ସୁନା-ରୁପା ଦରରେ ବଡ଼ ହ୍ରାସ, କିଲୋ ପିଛା ୯,୫୦୦ ଟଙ୍କା ଖସିଲା, ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍ଲୀ, ୧୮।୧୧: ଗତ କିଛି ଦିନ ହେବ ସୁନା ଓ ରୁପା ଦରରେ କ୍ରମାଗତ ଭାବେ ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ବୁଧବାର ସୁନା ଲଗାତାର ଷଷ୍ଠ ବାଣିଜ୍ୟିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?