ମିଳିଲା ମ୍ୟୁନିସିପାଲିଟି ମାନ୍ୟତା, ମିଳୁନି ମୌଳିକ ସୁବିଧା: ଅନଶନ ପରେ ଉଠିଲା ଅଳିଆ ଆବର୍ଜନା

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ମିଳିବାର ପ୍ରାୟ ୧୧ ମାସ ବିତିବାକୁ ବସିଥିଲେ ମଧ୍ୟ ନୂତନ ଭାବେ ସାମିଲ ହୋଇଥିବା ୧୧ଟି ଗ୍ରାମର ଲୋକଙ୍କୁ ମିଳୁନି ମୌଳିକ ସୁବିଧା। ଅଳିଆ ଆବର୍ଜନା ଉଠାଯାଉ ନଥିବାରୁ ରାସ୍ତାକଡ଼ରେ କୁଢ଼କୁଢ଼ ମଇଳା ଜମି ରହିଥିଲା। ଏହିଭଳି ଛେଦାଭୁମି ରୋଡ ରେ ମଧ୍ୟ ମଇଳା ଜମି ରହିଥିଲା।

ଏହାର ପ୍ରତିବାଦରେ ଲଣ୍ଡେଇସାହିର ଅବସରପ୍ରାପ୍ତ ଶିକ୍ଷକ ସତ୍ୟନାରାୟଣ ସାହୁ ବୁଧବାର ସକାଳେ ମୁଣ୍ଡରେ ମଇଳା ଧରି ରାସ୍ତା ଉପରେ ଅନଶନରେ ବସିଥିଲେ। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଜାଣିବା ପରେ ମ୍ୟୁନିସିପାଲିଟି କର୍ମଚାରୀ ଧାରଣାସ୍ଥଳରେ ପହଞ୍ଚି ସଫେଇ ପାଇଁ ପ୍ରତିଶ୍ରୁତି ଦେବା ପରେ ସେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ପରେ ମ୍ୟୁନିସିପାଲିଟି ପକ୍ଷରୁ ହିଟାଚି ମେଶିନ ଲଗାଇ ଜମି ରହିଥିବା ଅଳିଆ ଆବର୍ଜନା ସଫା କରାଯାଇଛି। ପଞ୍ଚାୟତକୁ ମ୍ୟୁନିସିପାଲଟିକୁ ସମ୍ପୂର୍ଣ
ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇନଥିବା ବେଳେ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତିରେ ମଧ୍ୟ ବିଳମ୍ବ ଯୋଗୁ ଏହି ସମସ୍ୟା ଦେଖାଦେଇଛି।

ସୂଚନାଯୋଗ୍ୟ, ଭଞ୍ଜନଗର ଏନଏସି ରାଜ୍ୟର ଏକ ପୁରାତନ ଏନଏସି ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ମ୍ୟୁନିସିପାଲିଟି ମାନ୍ୟତା ପାଇ ନ ଥିଲା। ଗତବର୍ଷ ଡିସେମ୍ବର ୨୨ ତାରିଖରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରଚେଷ୍ଟାରେ ଏହାକୁ ମ୍ୟୁନିସିପାଲିଟି ମାନ୍ୟତା ମିଳିଥିଲା। ଏଥିରେ ବାଉଁଶଲୁଣ୍ଡି, ଦୁବୁଦୁବା, ଗାମୁଣ୍ଡି, ସାନପଥରା, ଲାଲସିଂ, ଧନଞ୍ଜୟ ନଗର, ରାଜକୁଣ୍ଡ, ଛେଦାଭୂଇଁ, ରସୋଳକୋଣ୍ଡା ରିଜର୍ଭର, ଜାମପଲ୍ଲୀ ଓ ଅଗଝୋଳା ଆଦି ୧୧ଟି ଗ୍ରାମ ସାମିଲ ହୋଇଥିଲା।

ତେବେ ପଞ୍ଚାୟତ ଅଞ୍ଚଳ ମ୍ୟୁନିସିପାଲିଟିରେ ମିଶିବା ପରେ ପଞ୍ଚାୟତର ଆକାଉଣ୍ଟ ବନ୍ଦ ହୋଇଯାଇଥିବାରୁ ପୂର୍ବଭଳି ବିକାଶମୂଳକ କାର୍ଯ୍ୟ ହୋଇପାରୁନାହିଁ। ଅନ୍ୟପକ୍ଷରେ ପଞ୍ଚାୟତର ହସ୍ତାନ୍ତର ପ୍ରକ୍ରିୟା ଓ ଆବଶ୍ୟକ କାଗଜପତ୍ର ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ମ୍ୟୁନିସିପାଲିଟି ପକ୍ଷରୁ ମଧ୍ୟ ନିୟମିତ ସେବା ଯୋଗାଇ ଦିଆଯାଇପାରୁନାହିଁ। ଫଳରେ ଲୋକେ ଉଭୟ ପଞ୍ଚାୟତ ଓ ମ୍ୟୁନିସିପାଲିଟି ମଧ୍ୟରେ ଫସି ରହିଛନ୍ତି।

ଗତ ୨୯ ତାରିଖର ବାତ୍ୟା ଓ ବର୍ଷା ସମୟରେ ରାସ୍ତାକଡ଼ରେ ଜମି ରହିଥିବା ଅଳିଆ ଆବର୍ଜନା ଯୋଗୁଁ ଲୋକେ ଅନେକ ସମସ୍ୟା ଭୋଗିଥିଲେ। ପୁଣି ବାତ୍ୟା ଆଶଙ୍କା ଦେଖାଦେବାରୁ ଅଳିଆ ସଫେଇ ଦାବି ଜୋରଦାର ହୋଇଥିଲା।

ଏନେଇ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା କହିଛନ୍ତି ଯେ, ଅଳିଆ ଉଠାଇବା ପାଇଁ ଆବଶ୍ୟକ ଗାଡ଼ି ନିମନ୍ତେ ଟେଣ୍ଡର ଡକାଯାଇଛି। ଦିନେ ଦୁଇଦିନ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ପଞ୍ଚାୟତଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ହସ୍ତାନ୍ତର ହୋଇ ନ ଥିବାରୁ କିଛି ସମସ୍ୟା ରହିଛି। ତଥାପି ଲୋକଙ୍କ ସୁବିଧା ପାଇଁ ସଫେଇ କାର୍ଯ୍ୟ ଆଜି କରାଯାଇଛି। ନୂଆ ଅଞ୍ଚଳ ଗୁଡ଼ିକରେ ନିୟମିତ ସଫେଇ କରାଯିବ। ଅନଶନ ପରେ ହିଟାଚି ମେସିନ ଲଗାଇ ସଫେଇ କରାଯାଇଥିବାରୁ ଅଞ୍ଚଳବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ତେବେ ଏହି ୧୧ଟି ଗ୍ରାମରେ ନିୟମିତ ସଫେଇ ସହ ଅନ୍ୟାନ୍ୟ ମୌଳିକ ସୁବିଧା କେବେ ମିଳିବ, ତାହା ଏବେ ବଡ଼ ପ୍ରଶ୍ନ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷାକୁ ଗୁରୁତ୍ୱ: ନୋ ଫିସିଂ ଜୋନ ଘୋଷଣା

ଗଞ୍ଜାମ,୧୮।୧୧: ବିରଳ ସାମୁଦ୍ରିକ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣକୁ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ଆରମ୍ଭ ହୋଇଛି। ଏନେଇ ଗଞ୍ଜାମ ବ୍ଲକ…

ସକାଳୁ ସକାଳୁ ସୁନା-ରୁପା ଦରରେ ବଡ଼ ହ୍ରାସ, କିଲୋ ପିଛା ୯,୫୦୦ ଟଙ୍କା ଖସିଲା, ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍ଲୀ, ୧୮।୧୧: ଗତ କିଛି ଦିନ ହେବ ସୁନା ଓ ରୁପା ଦରରେ କ୍ରମାଗତ ଭାବେ ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ବୁଧବାର ସୁନା ଲଗାତାର ଷଷ୍ଠ ବାଣିଜ୍ୟିକ…

ମଇଦାନରେ ଏମିତି ହେବା ପଡ଼ିଲା ଭାରି, ଗୁରନୂରଙ୍କ ଉପରେ ICCର କାର୍ଯ୍ୟାନୁଷ୍ଠାନ, ମିଳିଲା ଏହି ଦଣ୍ଡ

ନୂଆଦିଲ୍ଲୀ, ୧୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ ସମୟରେ ଭାରତୀୟ ଦ୍ରୁତ ବୋଲର ଗୁରନୂର ବରାଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର…

ଭୀଷଣ ବାତ୍ୟାର ରୂପ ନେଲା ‘ଅକ୍ୱାନ’: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮।୧୧: ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ‘ଅକ୍ୱାନ’। ବୁଧବାର ସକାଳ ୫ଟା ୩୦ ମିନିଟ୍‌ର ପର୍ଯ୍ୟବେକ୍ଷଣ ଅନୁଯାୟୀ, ଏହା ଭୀଷଣ ବାତ୍ୟାରେ ପରିଣତ ହୋଇଛି।…

ସୋନିଆଙ୍କ ବହି ଲଞ୍ଚିଂ ପରେ ଯାଆ ମେନକାଙ୍କ ଭିଡିଓ ଭାଇରାଲ, କହିଲେ ସେ ମୋର ବନ୍ଧୁ ନୁହନ୍ତି…

ନୂଆଦିଲ୍ଲୀ,୧୮।୧୧: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଗ: ଏ ଜର୍ନି ଅଫ ଲଭ’ ଲଞ୍ଚ ହୋଇସାରିଛି। ଏହି ପୁସ୍ତକରେ ସୋନିଆ ଗାନ୍ଧୀ ନିଜର ଗାନ୍ଧୀ ପରିବାରଠାରୁ…

ଗୁଜରାଟ ଛାଡ଼ିଲେ ବିଲ୍‌କିସ ବାନୋ

ଭଦୋଦରା,୧୮ା୧୧: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲ୍‌କିସ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଜାମିନ ମିଳିବା ପରେ ଏଥିରେ…

ମାହିଙ୍କ ଅବସରରେ ଭାବପ୍ରବଣ ହେଲେ ରୋହିତ, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ ଏମିତି, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂ ଧୋନିଙ୍କ ୧୮ ବର୍ଷର IPL କ୍ୟାରିୟରରେ ଲାଗିଛି ବିରାମ। IPL ୨୦୨୭ ରିଟେନ୍ସନ ପୂର୍ବରୁ ଧୋନୀ ନିଜ ଅବସର ଘୋଷଣା କରି…

ପ୍ରେମିକଙ୍କ ସହ ହେଲା ଝଗଡା, ଶରୀରରେ ନିଆଁ ଲଗାଇଦେଲେ ଯୁବତୀ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୧୮।୧୧: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମିକଙ୍କ ସହ ମତାନ୍ତରକୁ କେନ୍ଦ୍ର କରି ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?