ତାମିଲନାଡ଼ୁରେ ବନ୍ଧକ ଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ସ୍ବାସ୍ଥ୍ୟମନ୍ତ୍ରୀ: ପରିବାରରେ ଖୁସିର ଲହରୀ

କେସିଙ୍ଗା,୧୮।୧୧(ତୁମେଶ୍ୱର ସାହୁ): ଦୀର୍ଘଦିନ ଧରି ତାମିଲନାଡ଼ୁର ଏକ ଡିଟରଜେଣ୍ଟ କାରଖାନାରେ ବନ୍ଧକ ଥିବା କଳାହାଣ୍ଡି ଜିଲାର ଦାଦନ ଶ୍ରମିକ ଦିନେଶ ମାଝୀ ଶେଷରେ ଉଦ୍ଧାର ହୋଇ ନିଜ ଗାଁକୁ ଫେରିଛନ୍ତି। ବୁଧବାର ସକାଳେ ସେ କେସିଙ୍ଗା ବ୍ଲକ କସୃପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଂଝରଣ ଗ୍ରାମରେ ପହଞ୍ଚିବା ପରେ ପରିବାରବର୍ଗଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ହସ୍ତକ୍ଷେପ ତଥା ସରକାର ଓ ଶ୍ରମ ବିଭାଗର ତତ୍ପରତା ଯୋଗୁ ଦିନେଶ ମୁକ୍ତ ହୋଇ ଘରକୁ ଫେରିଥିବାରୁ ତାଙ୍କ ପରିବାର ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅଞ୍ଚଳବାସୀ ମଧ୍ୟ ମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ସୂଚନା ଅନୁଯାୟୀ, ଚଳିତ ମାସର ପ୍ରଥମ ସପ୍ତାହରେ ଦିନେଶଙ୍କ ସମେତ ସିଂଝରଣ ଗ୍ରାମର କିଛି ଯୁବକ ନିଜ ଉଦ୍ୟମରେ କାମ ଅନ୍ବେଷଣରେ ତାମିଲନାଡ଼ୁ ଯାଇଥିଲେ। ସେଠାରେ ଜଣେ ଅପରିଚିତ ବ୍ୟକ୍ତି ଭଲ କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ସେମାନଙ୍କୁ ଏକ ଡିଟରଜେଣ୍ଟ କାରଖାନାରେ ନିୟୋଜିତ କରିଥିଲେ। ଅଭିଯୋଗ ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି କାରଖାନା ମାଲିକଙ୍କଠାରୁ ଶ୍ରମିକ ପିଛା ମୋଟା ଅଙ୍କର ଅଗ୍ରୀମ ଟଙ୍କା ନେଇ ସେମାନଙ୍କୁ ସେଠାରେ ଛାଡ଼ି ଚାଲିଯାଇଥିଲେ।

ପରବର୍ତ୍ତୀ ସମୟରେ କାରଖାନାରେ ନିର୍ଯାତନା ଓ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାରୁ ସାଙ୍ଗରେ ଯାଇଥିବା ଅନ୍ୟ ଯୁବକମାନେ କୌଶଳକ୍ରମେ ସେଠାରୁ ଖସି ଆସିଥିଲେ। ମାତ୍ର ଦିନେଶ କାରଖାନା କର୍ତ୍ତୃପକ୍ଷଙ୍କ ହାତରେ ଧରାପଡ଼ି ସେଠାରେ ଅଟକ ରହିଯାଇଥିଲେ। ତାଙ୍କୁ ମୁକ୍ତ କରିବା ପାଇଁ କାରଖାନା ମାଲିକ ସମ୍ପୃକ୍ତ ମଧ୍ୟସ୍ଥି ନେଇଥିବା ଅଗ୍ରୀମ ଟଙ୍କା ଫେରସ୍ତ କରିବାକୁ ସର୍ତ୍ତ ରଖିଥିବା ଅଭିଯୋଗ ହୋଇଥିଲା। ଏହି ଖବର ପାଇ ଦିନେଶଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ତାଙ୍କ ଭାଇ ଦିଲୀପ ମାଝୀ ଓ ପରିବାରବର୍ଗ ସାମାଜିକ ଗଣମାଧ୍ୟମରେ ଉଦ୍ଧାର ପାଇଁ ନିବେଦନ କରିବା ସହ ଶ୍ରମ ବିଭାଗ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ଘଟଣା ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନିକଟରେ ଖବର ପହଞ୍ଚିବା ପରେ ସେ ତୁରନ୍ତ ହସ୍ତକ୍ଷେପ କରିଥିଲେ। ମନ୍ତ୍ରୀଙ୍କ ଉଦ୍ୟମ ଓ ସରକାରଙ୍କ ହସ୍ତକ୍ଷେପ ପରେ ଶ୍ରମ ବିଭାଗ ତତ୍ପରତା ଦେଖାଇଥିଲା। ଶେଷରେ କାରଖାନା ମାଲିକ ଦିନେଶଙ୍କୁ ମୁକ୍ତ କରିଥିଲେ। ଗତକାଲି ତ୍ରିପୁରରୁ ଟ୍ରେନ ଯୋଗେ ଯାତ୍ରା ଆରମ୍ଭ କରି ବୁଧବାର ସକାଳେ ସେ ନିଜ ଗାଁରେ ପହଞ୍ଚିଥିବା ତାଙ୍କ ଭାଇ ଦିଲୀପ ମାଝୀ ସୂଚନା ଦେଇଛନ୍ତି।

ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗର ଅଭାବ ଯୋଗୁ କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନେ କିଭଳି ଠକେଇ ଓ ଶୋଷଣର ଶିକାର ହେଉଛନ୍ତି, ଦିନେଶଙ୍କ ଘଟଣା ତାହାର ଏକ ଉଦାହରଣ। ଏଭଳି ଘଟଣାର ପୁନରାବୃତ୍ତି ରୋକିବା ସହ ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ଅଧିକ ସଚେତନତା ଓ ପ୍ରଶାସନିକ ତତ୍ପରତାର ଆବଶ୍ୟକତା ରହିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ୫୦ କଇଁଛ ଜବତ, ୨ ଗିରଫ

କାଲିମେଳା, ୧୯।୧୧ (ଜୀବନ କୃଷ୍ଣ ଦାସ): ବେଆଇନ ଭାବେ କଇଁଛ ଚୋରା ଚାଲାଣ ବେଳେ ମାଲକାନଗିରି ଜିଲା କାଲିମେଳା ବନ ବିଭାଗ ଟିମ୍‌ ଚଢ଼ାଉ କରି ୫୦ଟି…

ଶୋକ ପ୍ରସ୍ତାବରୁ ଆରମ୍ଭ ହେଲା ବିଧାନସଭା, ପରେ କମ୍ପିଲା ଗୃହ, ଆଉ ତା’ ପରେ…

ଭୁବନେଶ୍ୱର,୧୮ା୧୧: ବୁଧବାର ଆରମ୍ଭ ହୋଇଛି ଶୀତ ଅଧିବେଶନ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ…

୫୭ ବର୍ଷର ଅପେକ୍ଷାର ହେବ କି ଅନ୍ତ! ଚିନ୍ତାଜନକ ଭାରତୀୟ ଦଳର ଟେଷ୍ଟ ରେକର୍ଡ

ନୂଆଦିଲ୍ଲୀ,୧୮।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଦଳ। ଟି-୨୦ ଓ ଦିନିକିଆ ସିରିଜ୍‌ର ରୋମାଞ୍ଚ ଶେଷ ହେବା ପରେ ଏବେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌ର ଲଢ଼େଇ।…

ଘରବାରଣ୍ଡାରେ ସିନ୍ଦୂରଲଗା ମଣିଷ ଖପୁରି

ନୟାଗଡ଼/ଭାପୁର, ୧୮।୧୧(ଲୋକନାଥ ମିଶ୍ର/ପ୍ରଭାତ ବରାଡ): ବାରିପଟ ଘର ବାରଣ୍ଡାରେ ପଡିଥିଲା ସିନ୍ଦୂର ଲାଗିଥିବା ମଣିଷ ଖପୁରି। ପ୍ରାୟ ୨ମାସ ହେଲା ବିଷ୍ଠା ଓ ଆବର୍ଜନା ବାରଣ୍ଡାରେ ପଡୁଥିବାବେଳେ…

ସୁନାର ରାସ୍ତାରେ ଚାଲିବେ ଲୋକେ, ଖୁବ୍‌ଶୀଘ୍ର ୨୪ କ୍ୟାରେଟ୍‌ ସୁନାରେ ହେବ ତିଆରି, ଜାଣନ୍ତୁ ପୂରା ପ୍ଲାନିଂ…

ଦୁବାଇ,୧୮ା୧୧: ଏଣିକି ଲୋକେ ଆଉ ପିଚୁ ରାସ୍ତାରେ ଚାଲିବେନି। ଏଥର ନିର୍ମାଣ ହେବ ସୁନାର ରାସ୍ତା। ଏପରି ରାସ୍ତା ଦେଖିବାକୁ ମିଳିବ କେବଳ ଦୁବାଇରେ। ଦୁବାଇ କେବେବି…

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷାକୁ ଗୁରୁତ୍ୱ: ନୋ ଫିସିଂ ଜୋନ ଘୋଷଣା

ଗଞ୍ଜାମ,୧୮।୧୧(ବିଦ୍ୟାଧର ସାହୁ : ବିରଳ ସାମୁଦ୍ରିକ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣକୁ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ଆରମ୍ଭ ହୋଇଛି। ଏନେଇ…

ମିଳିଲା ମ୍ୟୁନିସିପାଲିଟି ମାନ୍ୟତା, ମିଳୁନି ମୌଳିକ ସୁବିଧା: ଅନଶନ ପରେ ଉଠିଲା ଅଳିଆ ଆବର୍ଜନା

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ମିଳିବାର ପ୍ରାୟ ୧୧ ମାସ ବିତିବାକୁ ବସିଥିଲେ ମଧ୍ୟ ନୂତନ ଭାବେ ସାମିଲ…

ସକାଳୁ ସକାଳୁ ସୁନା-ରୁପା ଦରରେ ବଡ଼ ହ୍ରାସ, କିଲୋ ପିଛା ୯,୫୦୦ ଟଙ୍କା ଖସିଲା, ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍ଲୀ, ୧୮।୧୧: ଗତ କିଛି ଦିନ ହେବ ସୁନା ଓ ରୁପା ଦରରେ କ୍ରମାଗତ ଭାବେ ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ବୁଧବାର ସୁନା ଲଗାତାର ଷଷ୍ଠ ବାଣିଜ୍ୟିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?