ଆଲର୍ଜିରୁ ରକ୍ଷା କରେ ଭିଟାମିନ୍‌ ‘ଇ’

ଭିଟାମିନ୍‌ ‘ଇ’ ଆମ ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ବିଶେଷଭାବରେ ଏଥିରେ ଥିବା ସ୍ବାସ୍ଥ୍ୟୋପକାରୀ ଗୁଣ ଆଲର୍ଜି ପରି ସମସ୍ୟାରୁ ଅନେକାଂଶରେ ରକ୍ଷା କରିଥାଏ। କେବଳ ସେତିକି ନୁହେଁ, ଏପରି ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଚର୍ବିରେ ମିଶିଲେ ତାହା ଆଣ୍ଟିଅକ୍ସିଡେଣ୍ଟ ପରି କାମ କରେ। ଏପରି ଖାଦ୍ୟର ଆଉ ଏକ ଖାସ୍‌ ଗୁଣ ରହିଛି। ତାହା ଶରୀରରେ କୋଲେଷ୍ଟରଲ ପରିମାଣକୁ ସନ୍ତୁଳିତ ରଖିଥାଏ। ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଶରୀରରେ ଲାଲ ରକ୍ତକୋଷିକା ନିର୍ମାଣରେ ସାହାଯ୍ୟ କରିଥାଏ। ଆମ ଶରୀରରେ ପିଟ୍ୟୁଟାରୀ ଗ୍ରନ୍ଥି ଏବଂ ଥାଇରଏଡ୍‌ ଗ୍ରନ୍ଥିର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ। ଗଜାମୁଗ, ଗଜା ବୁଟ, ସୂର୍ଯ୍ୟମୁଖୀ ତେଲ, କରଡ଼ି ତେଲ, କପା ତେଲରେ ଭିଟାମିନ୍‌ ‘ଇ’ ଭରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣରୁ ଦୂରେଇ ରଖେ ଏହି ଥେରାପି…

ମନରେ ଯୁବ ସୁଲଭ ଭାବନା ଜାଗ୍ରତ ହେଲେ ବୟସ ବଢ଼ିଲେ ବି ଶରୀର ସୁସ୍ଥ ରହିଥାଏ। ମ୍ୟୁଜିକ୍‌ ଥେରାପି ଦ୍ୱାରା ବ୍ୟକ୍ତିଙ୍କଠାରେ ଏଭଳି ସ୍ଥିତି ସୃଷ୍ଟି...

କାର୍ଯ୍ୟଦକ୍ଷତା ବଢ଼ାଇବାର ନୂଆ ଉପାୟ

କୌଣସି କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିବାକୁ ହେଲେ ସେହି ଅନୁସାରେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ସହ ଯୋଜନାବଦ୍ଧ ଭାବରେ ଆଗେଇବାକୁ ପଡ଼ିଥାଏ।...

ସାଇନସ୍‌ର ଘରୋଇ ଉପଚାର

ସାଇନସ୍‌ ହେଉଛି ଏକ ଶ୍ୱାସଜନିତ ସମସ୍ୟା। ସାଧାରଣତଃ ବ୍ୟାକ୍ଟେରିଆ, ଫଙ୍ଗଲ୍‌ ଇନ୍‌ଫେକ୍‌ଶନ, ନାକରେ ହାଡ଼ ବଢ଼ି ତେଢ଼ା ହୋଇଯିବା ଦ୍ୱାରା ଏପରି ସମସ୍ୟା ଦେଖାଦେଇଥାଏ। ଅନ୍ୟପକ୍ଷରେ...

ଘରକରଣା

ବଟରକୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ଚାହୁଁଥିଲେ ତାକୁ ଫ୍ରିଜରରେ ରଖନ୍ତୁ। ଫ୍ରିଜରେ ରଖନ୍ତୁ ନାହିଁ। ତେବେ ଏହାକୁ ଅଧିକ ଗନ୍ଧଥିବା କୌଣସି ଜିନିଷ...

ଏହି ସମୟରେ ଖାଆନ୍ତୁ ସାଲାଡ୍‌, ରହିବେ ଫିଟ୍‌

ସାଲାଡ୍‌ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ସାଲାଡ୍‌ରେ ପ୍ରଚୁର ପରିମାଣରେ ଭିଟାମିନ, ଫଲିକ ଏସିଡ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ ଓ ପୋଟାସିୟମ ରହିଥାଏ। ଯାହା...

ଏମାନଙ୍କୁ ଅଧିକ ବିପଜ୍ଜନକ କହନ୍ତି ଚାଣକ୍ୟ, ଜାଣନ୍ତୁ କାହିଁକି

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ...

ସ୍ମରଣ ଶକ୍ତିକୁ ଦୃଢ଼ କରେ ମନ ପସନ୍ଦର ସଙ୍ଗୀତ

ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା କେତେକ ଉପକାର ମଧ୍ୟ ମିଳିଥାଏ। ଏହାଦ୍ୱାରା ସ୍ମରଣ ଶକ୍ତି ଆହୁରି ଦୃଢ଼ ହୋଇଥାଏ ବୋଲି ଜଣାପଡିଛି। ଏପରି ବିଷୟବସ୍ତୁ...

ସପ୍ତାହରେ ଦୁଇଥର ଏହି ଖାଦ୍ୟ ଖାଇଲେ ଦୂର ହୁଏ ହୃଦ୍‌ରୋଗ ଆଶଙ୍କା

ଆଜିକାଲି ଏମିତି ରୋଗ ହେଉଛି ନିମିଷକ ମଧ୍ୟରେ ପ୍ରାଣ ଚାଲିଯାଉଛି। ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସୁସ୍ଥ ଜୀବନଶୈଳୀ ଆପଣାଇବା...

Advertisement


Archives

Model This Week