Posted inଫୁରସତ

ଖୁବ୍‌ଶୀଘ୍ର ‘ଭିଷ୍ଟାଡୋମ୍‌ କୋଚ୍‌’

ଭାରତୀୟ ରେଳ ଇତିହାସ ଯେତିକି ଚର୍ଚ୍ଚିତ, ସେତିକି ଘଟଣାବହୁଳ ଏହାର କ୍ରମବିକାଶ। ବ୍ରିଟିଶ ଅମଳର ଷ୍ଟିମ୍‌ ଇଞ୍ଜିନ୍‌ରୁ ପ୍ରସ୍ତାବିତ ବୁଲେଟ୍‌ ଟ୍ରେନ୍‌ ଯାଏ ଏହି ଦୀର୍ଘ ଯାତ୍ରା ଭିତରେ ବଦଳିଯାଇଛି ଦେଶର ଅର୍ଥନୀତିର ରୂପରେଖ। ଏତେ ସବୁ ସତ୍ତ୍ୱେ ସେବା, ସମୟାନୁବର୍ତ୍ତିତାକୁ ନେଇ ଭାରତୀୟ ରେଳସେବା ସମାଲୋଚନାର ଶିକାର ହେଉଛି। ହେଲେ ଆଗାମୀ କିଛିବର୍ଷ ଭିତରେ ଭାରତୀୟ ରେଳର ଚିତ୍ର ବଦଳିଯିବ। ପୁରୁଣାକାଳିଆ କୋଚ୍‌ର ସ୍ଥାନ ନେବ ୟୁରୋପୀୟାନ୍‌ ଷ୍ଟାଇଲ୍‌ର ଭିଷ୍ଟାଡୋମ୍‌ କୋଚ୍‌ । ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ମଡର୍ନ କୋଚ୍‌ ଯାତ୍ରୀ ତଥା ପର୍ଯ୍ୟଟକଙ୍କ ଟ୍ରେନ୍‌ଯାତ୍ରାକୁ ସ୍ମୃତିମଧୁର କରିବ।

ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ନିକଟରେ ରେଳ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ଅତ୍ୟାଧୁନିକ ଭିଷ୍ଟାଡୋମ୍‌ କୋଚ୍‌। ଏହି କୋଚ୍‌ରେ ଯାତ୍ରା କେବଳ ଆରାମଦାୟକ ହେବନାହିଁ, ବରଂ ସ୍ମୃତିମଧୁର ମଧ୍ୟ ହେବ। ଏହି ଉନ୍ନତମାନର ରେଳଡବାର ଛାତ କାଚରେ ନିର୍ମିତ। ଏଥିରେ ଚଉଡ଼ା ଝରକା ଲଗାଯାଇଛି। ବସିବା ଲାଗି ରହିଥିବା ଚେୟାର ୩୬୦ ଡିଗ୍ରୀ ଘୂରିପାରିବା ଭଳି ବ୍ୟବସ୍ଥା କରାଯାଇଛି। ସ୍ନାନ, ଶୌଚ କରିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ନିର୍ମିତ ହୋଇଛି ବାୟୋ ଟଏଲଟ। ପୂର୍ବତନ ରେଳମନ୍ତ୍ରୀ ପୀୟୂଷ ଗୋୟଲ ନିକଟରେ ଏକ ଟୁଇଟ୍‌ କରି ଏହି କୋଚ୍‌୍‌ ବିଷୟରେ ସୂଚନା ଦେଇଛନ୍ତି। ବିଶେଷ କରି ପର୍ଯ୍ୟଟକଙ୍କୁ ରେଳଯାତ୍ରା ପ୍ରତି ଆକର୍ଷିତ କରିବା ଲାଗି ଭିଷ୍ଟାଡୋମ୍‌ କୋଚ୍‌ର ପରିକଳ୍ପନା କରାଯାଇଥିବା ଜଣାପଡ଼ିଛି।
କୋଚ୍‌ରେ ଏକାସଙ୍ଗରେ ୪୪ ଯାତ୍ରୀ ବସିପାରିବେ। ଆରାମଦାୟକ ଚେୟାରଗୁଡ଼ିକ ୩୬୦ ଡିଗ୍ରୀ ଘୂରିପାରିବ। ଫଳରେ ଯାତ୍ରୀ କେବଳ ସମ୍ମୁଖ ଭାଗକୁ ମୁହଁ କରି ବସିବାକୁ ବାଧ୍ୟ ହେବେନାହିଁ। କୋଚ୍‌ରେ ପାସେଞ୍ଜରଙ୍କ ସମ୍ପର୍କରେ ସବିଶେଷ ସୂଚନା ରହିବ। ଓ୍ବାଇଫାଇ ସୁବିଧା ଉପଲବ୍ଧ ହେବ। ଟ୍ରେନ୍‌ର ଡୋର୍‌ଗୁଡ଼ିକ ସେନ୍‌ସର ସହାୟତାରେ ସ୍ବୟଂକ୍ରିୟ ଭାବେ କାର୍ଯ୍ୟକରିବ। ଦିବ୍ୟାଙ୍ଗ ଲୋକଙ୍କ ସୁବିଧାରେ ପ୍ରବେଶ, ପ୍ରସ୍ଥାନ ଲାଗି ଗେଟ୍‌ଗୁଡ଼ିକୁ ଅଧିକ ଚଉଡ଼ା କରାଯାଇଛି। ଏହା ମାଧ୍ୟମରେ ସେମାନେ ହୁଇଲ୍‌ ଚେୟାରରେ ମଧ୍ୟ ଯାତାୟାତ କରିପାରିବେ। ମନୋରଞ୍ଜନ ଲାଗି ଡିଜିଟାଲ ଡିସ୍‌ପ୍ଲେ ଟେକ୍‌ନିକ୍‌ର ଉପଯୋଗ କରାଯାଇଛି। ଏଥିରେ ମ୍ୟୁଜିକ୍‌ର ମଜା ନେବା ଲାଗି ସ୍ପିକର ଲାଗିଛି। ଏହାକୁ ବାଦ୍‌ ଦେଲେ ସମଗ୍ର କୋଚ୍‌ ସିସିଟିଭି ନଜରରେ ରହିବ। ଯାତ୍ରୀମାନେ ବୋର୍‌ ନ ହେବା ଲାଗି ଲାଉଞ୍ଜ ଏରିଆ ରଖାଯାଇଛି। ଯାତ୍ରୀଙ୍କ ଖାଇବା ପିଇବା ଲାଗି ସ୍ବତନ୍ତ୍ର ରିଫ୍ରେଶମେଣ୍ଟ ଏରିଆ ରହିଛି। ଏଠାରେ ଯାତ୍ରୀମାନେ ଗରମ ଖାଦ୍ୟ ଖାଇବାର ମଜା ନେଇପାରିବେ। ଏଥିଲାଗି ମାଇକ୍ରେଓ୍ବେଭ୍‌ ଏବଂ ହଟ୍‌କେସ୍‌ ସୁବିଧା କରାଯାଇଛି। ଏଥିସହ କଫିମେକର, ଫ୍ରିଜ୍‌ ମଧ୍ୟ ଉପଲବ୍ଧ। ଭାରତୀୟ ଟ୍ରେନ୍‌ରେ ଉପଲବ୍ଧ ଶୌଚାଳୟକୁ ନେଇ ଅଧିକାଂଶ ସମୟରେ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। ହେଲେ ଭିଷ୍ଟାଡୋମ୍‌ କୋଚ୍‌ରେ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ରଖାଯାଇଛି। ଏହି ମଡର୍ନ ମଡ୍ୟୁଲର କୋଚ୍‌ର ଟଏଲଟ୍‌ ଇକୋ ଫ୍ରେଣ୍ଡଲି ହେବ। ମଳ ଯେପରି ଟ୍ରାକ୍‌ରେ ନ ପଡ଼େ, ସେଥିଲାଗି କୋଚ୍‌ର ତଳଭାଗରେ ଏକ ବାୟୋ ଟ୍ୟାଙ୍କ୍‌ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri