ଆଜି ଦ୍ୱିତୀୟ ଦିନରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର,୪।୧(ବ୍ୟୁରୋ): ଦୀର୍ଘମାସର ପ୍ରତୀକ୍ଷା ପରେ ରବିବାର ରାଜ୍ୟର ସମସ୍ତ ମନ୍ଦିର ଖୋଲିଛି। ଭାବ ଓ ଭକ୍ତିମୟ ପରିବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଭଗବାନ। ଭୁବନେଶ୍ୱରର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମନ୍ଦିର, ଗଞ୍ଜାମର ଆରାଧ୍ୟା ଦେବୀ ମା’ ତାରାତାରିଣୀ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି ଓ ଭଦ୍ରକାଳୀ ମନ୍ଦିର ସମେତ ବହୁ ମନ୍ଦିର ଖୋଲିଛି। ସବୁଠି କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯାଇ ପୂଜାନୀତି ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
୯ ମାସରୁ ଊର୍ଦ୍ଧ୍ୱ ହେବ ମନ୍ଦିର ବନ୍ଦ ରହିଥିବାରୁ ଠାକୁରଙ୍କୁ ଦର୍ଶନ କରିପାରି ନ ଥିଲେ ଭକ୍ତ। ପ୍ରଥମେ ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତଙ୍କ ଉତ୍କଣ୍ଠା ବଢ଼ି ଯାଇଥିଲା। ଏହାପରେ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର ସବୁ ଖୋଲିଛି। ୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିଥିବାବେଳେ ରବିବାରଠାରୁ କେବଳ ଭୁବନେଶ୍ୱରବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଛି। ଗର୍ଭଗୃହ ଦର୍ଶନ ବାରଣ ହେତୁ କେବଳ ଆଡକାଠ ଦର୍ଶନ ଓ ବେଢ଼ା ପରିକ୍ରମା କରି ସନ୍ତୁଷ୍ଟ ହୋଇଛନ୍ତି ଶ୍ରଦ୍ଧାଳୁ। ଭକ୍ତି ଓ ଭାବାବେଗରେ ମନ୍ଦିର ପରିବେଶ ପୁଣି ଉଛୁଳି ଉଠିଛି। ଭଗବାନଙ୍କୁ ପାଖରେ ପାଇ ବହୁ ଶ୍ରଦ୍ଧାଳୁ ନିଜ କୋହକୁ ସମ୍ଭାଳି ପାରି ନ ଥିବା ଦେଖିବାକୁ ମିଳିଛି। ସେପଟେ କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ମନ୍ଦିରରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ। ବଳଦେବଜୀଉ ଟ୍ରଷ୍ଟ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେବାୟତଙ୍କୁ ଛାଡ଼ି ଦେଲେ ଭକ୍ତମାନେ ଅରୁଣସ୍ତମ୍ଭ ନିକଟରୁ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀଜୀଉଙ୍କୁ ଦର୍ଶନ କରିସାରିବା ପରେ ସେମାନେ ଉତ୍ତର ଓ ଦକ୍ଷିଣ ଦ୍ବାର ବାଟେ ବେଢ଼ା ଦେଇ ପ୍ରସ୍ଥାନ କରିଛନ୍ତି। ସେହିପରି ସମ୍ବଲପୁରର ମା’ ସମଲେଶ୍ବରୀ ମନ୍ଦିର ମଧ୍ୟ କୋଭିଡ୍‌ କଟକଣା ଭିତରେ ଖୋଲିଛି। ସକାଳ ୬ଟାରୁ ଦର୍ଶନ ଆରମ୍ଭ ହୋଇଥିଲା। ଦୀର୍ଘମାସ ପରେ ଭକ୍ତମାନେ ମା’ ସମଲେଇଙ୍କ ଦର୍ଶନ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ। ମା’ ତାରାତାରିଣୀଙ୍କ ମନ୍ଦିର ମଧ୍ୟ ରବିବାର ସକାଳୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଥିଲା। ଏହା ପୂର୍ବରୁ ଅର୍ଥାତ୍‌ ଭୋର ୪ଟା ୩୦ରେ ମନ୍ଦିରର ଦ୍ୱାରାଫିଟା ନୀତି ଅନୁଷ୍ଠିତ ହେବା ପରେ ମଙ୍ଗଳ ଆଳତି, ମାର୍ଜନା, ସିଂହାର ଓ ପହିଲି ଭୋଗ ଆଦି ନୀତି ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟାଙ୍ଗିଆରେ ମା’ଙ୍କୁ ହତ୍ୟା

ଚୌଦ୍ୱାର, ୧୬। ୭(ଡି.ଏନ୍‌.ଏ.): ଚୌଦ୍ୱାର ଥାନା ଅନ୍ତର୍ଗତ କଖଡି ପଞ୍ଚାୟତ ଗୋପୀନାଥପଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକ ନିଜ ମା’ଙ୍କୁ ଟାଙ୍ଗିଆରେ ହାଣି...

ଜଳ ସମସ୍ୟା ଦୂର ଲାଗି ଟୋଲ୍‌ ଫ୍ରି ନମ୍ବର

ଭୁବନେଶ୍ୱର, ୧୬ା୪(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମ ଏବଂ ସହରାଞ୍ଚଳରେ ଲୋକେ ଯେଭଳି ସୁରୁଖୁରୁରେ ପାନୀୟଜଳ ପାଇବେ ସେନେଇ ବୁଧବାର ଏକ ଉଚ୍ଚସ୍ତରୀୟ...

ଆଜିଠୁ ୪୭ କେନ୍ଦ୍ରରେ ଓଜେଇଇ

ଭୁବନେଶ୍ୱର,୮।୫(ବ୍ୟୁରୋ): ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହେଉଛି। ୨୩ ପାଠ୍ୟକ୍ରମରେ ମୋଟ ୫୫,୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ ରାଜ୍ୟରେ...

ଚେକିଂ ଢିଲା,ସୁଧୁରୁନି ବ୍ୟବସ୍ଥା

ବାରିପଦା ଅଫିସ, ୬ା୩- ୨ଟି ପର୍ଯ୍ୟାୟରେ ରାଜ୍ୟ ସରକାର ସଂଶୋଧିତ ମୋଟର ଯାନ ଆଇନକୁ ୬ ମାସ କୋହଳ କରିଥିଲେ। ଗତ ରବିବାର କଣ୍ଟ ପୂରିଲା...

ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍‌: ବିବାଦୀୟ ବିଦା

ଭୁବନେଶ୍ୱର,୫।୬(ବ୍ୟୁରୋ): ନବୀନ ଗଢ଼ିଛନ୍ତି ନୂଆ ଟିମ୍‌। ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ବଦଳାଇଛନ୍ତି ନବୀନ । ରବିବାର ନବୀନଙ୍କ ନୂଆ...

ଚଣ୍ଡିଆ ପାହାଡ଼ରେ ବେଆଇନ ଖନନ

ଚଣ୍ଡିଖୋଲ,୧୮ା୧୦(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି, ଲଳିତଗିରି ଓ ରନତ୍ଗିରି ହୀରକ ତ୍ରିଭୂଜ ରୁପେ ପରିଚିତ। ବିଶ୍ୱ ମାନଚିତ୍ରରେ ହୀରକ ତ୍ରିଭୂଜ ସ୍ଥାନ ପାଇବା...

ଖବରକାଗଜ ବିତରକଙ୍କ ଦାବି ପୂରଣ ହେବ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଖବରକାଗଜ ବିତରକମାନଙ୍କୁ ମିଳିବ ସ୍ବୀକୃତି। ସେମାନଙ୍କୁ ସାମାଜିକ ସୁରକ୍ଷା ବଳୟକୁ ଅଣାଯିବା ସହ ବାସଗୃହ, ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଖୁବ୍‌ଶୀଘ୍ର ଏ...

ରାଜ୍ୟରେ ୨୬ରୁ ବଢିବ ଶୀତ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ପାଗ ମେଘୁଆ ଓ କୋହଲା ରହିଥିବା ବେଳେ ପାଗରେ ପରିବର୍ତ୍ତନ ଆସିବ। ଧିରେ ଧିରେ ରାତି ତାପମାତ୍ରା କମିବ । ରାଜ୍ୟରେ ଆସନ୍ତା...

Advertisement
Archives

Model This Week