ଆଜି ଦ୍ୱିତୀୟ ଦିନରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର,୪।୧(ବ୍ୟୁରୋ): ଦୀର୍ଘମାସର ପ୍ରତୀକ୍ଷା ପରେ ରବିବାର ରାଜ୍ୟର ସମସ୍ତ ମନ୍ଦିର ଖୋଲିଛି। ଭାବ ଓ ଭକ୍ତିମୟ ପରିବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଭଗବାନ। ଭୁବନେଶ୍ୱରର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମନ୍ଦିର, ଗଞ୍ଜାମର ଆରାଧ୍ୟା ଦେବୀ ମା’ ତାରାତାରିଣୀ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି ଓ ଭଦ୍ରକାଳୀ ମନ୍ଦିର ସମେତ ବହୁ ମନ୍ଦିର ଖୋଲିଛି। ସବୁଠି କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯାଇ ପୂଜାନୀତି ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
୯ ମାସରୁ ଊର୍ଦ୍ଧ୍ୱ ହେବ ମନ୍ଦିର ବନ୍ଦ ରହିଥିବାରୁ ଠାକୁରଙ୍କୁ ଦର୍ଶନ କରିପାରି ନ ଥିଲେ ଭକ୍ତ। ପ୍ରଥମେ ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତଙ୍କ ଉତ୍କଣ୍ଠା ବଢ଼ି ଯାଇଥିଲା। ଏହାପରେ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର ସବୁ ଖୋଲିଛି। ୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିଥିବାବେଳେ ରବିବାରଠାରୁ କେବଳ ଭୁବନେଶ୍ୱରବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଛି। ଗର୍ଭଗୃହ ଦର୍ଶନ ବାରଣ ହେତୁ କେବଳ ଆଡକାଠ ଦର୍ଶନ ଓ ବେଢ଼ା ପରିକ୍ରମା କରି ସନ୍ତୁଷ୍ଟ ହୋଇଛନ୍ତି ଶ୍ରଦ୍ଧାଳୁ। ଭକ୍ତି ଓ ଭାବାବେଗରେ ମନ୍ଦିର ପରିବେଶ ପୁଣି ଉଛୁଳି ଉଠିଛି। ଭଗବାନଙ୍କୁ ପାଖରେ ପାଇ ବହୁ ଶ୍ରଦ୍ଧାଳୁ ନିଜ କୋହକୁ ସମ୍ଭାଳି ପାରି ନ ଥିବା ଦେଖିବାକୁ ମିଳିଛି। ସେପଟେ କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ମନ୍ଦିରରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ। ବଳଦେବଜୀଉ ଟ୍ରଷ୍ଟ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେବାୟତଙ୍କୁ ଛାଡ଼ି ଦେଲେ ଭକ୍ତମାନେ ଅରୁଣସ୍ତମ୍ଭ ନିକଟରୁ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀଜୀଉଙ୍କୁ ଦର୍ଶନ କରିସାରିବା ପରେ ସେମାନେ ଉତ୍ତର ଓ ଦକ୍ଷିଣ ଦ୍ବାର ବାଟେ ବେଢ଼ା ଦେଇ ପ୍ରସ୍ଥାନ କରିଛନ୍ତି। ସେହିପରି ସମ୍ବଲପୁରର ମା’ ସମଲେଶ୍ବରୀ ମନ୍ଦିର ମଧ୍ୟ କୋଭିଡ୍‌ କଟକଣା ଭିତରେ ଖୋଲିଛି। ସକାଳ ୬ଟାରୁ ଦର୍ଶନ ଆରମ୍ଭ ହୋଇଥିଲା। ଦୀର୍ଘମାସ ପରେ ଭକ୍ତମାନେ ମା’ ସମଲେଇଙ୍କ ଦର୍ଶନ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ। ମା’ ତାରାତାରିଣୀଙ୍କ ମନ୍ଦିର ମଧ୍ୟ ରବିବାର ସକାଳୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଥିଲା। ଏହା ପୂର୍ବରୁ ଅର୍ଥାତ୍‌ ଭୋର ୪ଟା ୩୦ରେ ମନ୍ଦିରର ଦ୍ୱାରାଫିଟା ନୀତି ଅନୁଷ୍ଠିତ ହେବା ପରେ ମଙ୍ଗଳ ଆଳତି, ମାର୍ଜନା, ସିଂହାର ଓ ପହିଲି ଭୋଗ ଆଦି ନୀତି ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

ରାମ ମନ୍ଦିର ଟ୍ରଷ୍ଟିରେ ବଡ଼ ହଲଚଲ: ମହାସଚିବଙ୍କ ସମେତ ୨ଜଣଙ୍କ ଇସ୍ତଫା

ଲକ୍ଷ୍ନୌ,୨୬।୬: ରାମ ମନ୍ଦିର ଦାନ ଚୋରି ମାମଲାର SIT ତଦନ୍ତ ପରେ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ…

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

ଠିକ୍‌ ୪ଟା ବାଜିଲେ କାହିଁକି ହୁଏ ବର୍ଷା? ରହସ୍ୟ ଜାଣି ଚମକି ପଡିଲେ ବୈଜ୍ଞାନିକ

ବିଶ୍ୱ ଅନେକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ପାଣିପାଗ ଘଟଣା ଦେଖିଥାଏ, କିନ୍ତୁ ବିଷୁବ ରେଖା ନିକଟରେ ଘଟୁଥିବା ଏକ ଘଟଣା ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଉଭୟଙ୍କୁ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri