Posted inଫୁରସତ

ବୁଲି ଯାଆନ୍ତୁ ‘ହିଡିମ୍ବା ଦେବୀ ମନ୍ଦିର’

ହିଡିମ୍ବା ଦେବୀ ମନ୍ଦିର ହୀମାଚଳ ପ୍ରଦେଶର ମନାଲିଠାରେ ଅବସ୍ଥିତ। ଏହା ଏକ ପ୍ରାଚୀନ ଗୁମ୍ଫା ମନ୍ଦିର; ଯାହା ହିଡିମ୍ବା ଦେବୀଙ୍କୁ ସମର୍ପିତ। ସୂଚନାନୁଯାୟୀ, ହିଡିମ୍ବା ଦେବୀ ହେଉଛନ୍ତି ଭୀମଙ୍କର ରାକ୍ଷସୀ ପତ୍ନୀ। କେହି କେହି ତାଙ୍କୁ ହିଡିମ୍ବୀ ଦେବୀ ବା ହଡିମ୍ବା ଦେବୀ ବୋଲି ବି କହିଥାନ୍ତି। ଏହି ମନ୍ଦିରଟି ମନାଲି ନିକଟସ୍ଥ ଏକ ଉଚ୍ଚ ସ୍ଥାନରେ ଅଛି; ଯାହାକୁ ଚର୍ତୁଃପାଶ୍ୱରୁ ଦେବଦାରୁ ବୃକ୍ଷ ଘେରି ରହିଛି…

ହୀମାଚଳପ୍ରଦେଶର ମନାଲିଠାରେ ହିଡିମ୍ବା ଦେବୀଙ୍କୁ ସମର୍ପିତ ଏକ ପ୍ରାଚୀନ ଗୁମ୍ଫା ମନ୍ଦିର ରହିଛି, ଯାହାର ନାଁ ହେଉଛି ହିଡିମ୍ବା ଦେବୀ ମନ୍ଦିର। ସୂଚନାନୁଯାୟୀ, ଭୀମଙ୍କର ରାକ୍ଷସୀ ପତ୍ନୀ ହିଡିମ୍ବା ଦେବୀଙ୍କୁ ଏଠାରେ ଉପାସନା କରାଯାଇଥାଏ। ଏହା ହେଉଛି ମନାଲିର ଏକ ଲୋକପ୍ରିୟ ମନ୍ଦିର। ମନାଲି ବୁଲି ଆସୁଥିବା ପର୍ଯ୍ୟଟକ ଏହି ମନ୍ଦିର ଦେଖିବାକୁ ନିଶ୍ଚୟ ଯାଇଥାନ୍ତି। ସ୍ଥାନୀୟ ଲୋକେ ଏହାକୁ ଢୁଙ୍ଗରୀ ମନ୍ଦିର ବୋଲି ବି କହିଥାନ୍ତି। କେହି କେହି ତ ଏହାକୁ ହଡିମ୍ବା ଅଥବା ହିଡିମ୍ବୀ ଦେବୀ ମନ୍ଦିର ବୋଲି ବି ସମ୍ବୋଧନ କରିଥାନ୍ତି।

ମନ୍ଦିରକୁ ନେଇ ପୌରାଣିକ କଥା

ପୌରାଣିକ କଥା ଅନୁଯାୟୀ, ହିଡିମ୍ବା ଜଣେ ରାକ୍ଷସୀ କନ୍ୟା ହୋଇଥିଲେ ବି ତାଙ୍କ ମନରେ ଦୟାଭାବ ଥିଲା। ହେଲେ ତାଙ୍କ ଭାଇ ହିଡିମ୍ବ କ୍ରୁର ପ୍ରକୃତିର ଥିଲେ। ସିଏ ନିଜ ସ୍ବାର୍ଥ ପାଇଁ ଭଉଣୀକୁ ସବୁବେଳେ ବ୍ୟବହାର କରୁଥିଲେ। ଭାଇର ଖୁସି ପାଇଁ ହିଡିମ୍ବା ବାଧ୍ୟ ହୋଇ ସବୁକାମ କରୁଥିଲେ। ଉଭୟ ଭାଇ ଭଉଣୀ ଏହି କ୍ଷେତ୍ରରେ ରହୁଥିଲେ। ହିଡିମ୍ବା ପ୍ରତିଜ୍ଞା କରିଥିଲେ ଯେ, ତାଙ୍କ ଭାଇ ହିଡିମ୍ବଙ୍କୁ ଯିଏ ଯୁଦ୍ଧରେ ପରାସ୍ତ କରିଦେବ, ତାଙ୍କୁ ହିଁ ସେ ବିବାହ କରିବେ। ସମୟକ୍ରମେ, ପାଣ୍ଡବମାନେ ନିର୍ବାସିତ ଥିବା ସମୟରେ ଯେତେବେଳେ ବୁଲିବୁଲି ଏହି ସ୍ଥାନକୁ ଆସିଲେ, ସେତେବେଳେ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରୁ ଭୀମ ହିଡିମ୍ବର ଯାତନା ଓ ଅତ୍ୟାଚାରରୁ ସ୍ଥାନୀୟ ଲୋକଙ୍କୁ ରକ୍ଷା କରିବା ପାଇଁ ତା’ସହିତ ଯୁଦ୍ଧ କଲେ ଏବଂ ତାକୁ ପରାସ୍ତ କରିଦେଲେ। ପ୍ରତିଜ୍ଞା ଅନୁସାରେ, ହିଡିମ୍ବା ଭୀମଙ୍କୁ ରାଜି କରାଇ ତାଙ୍କ ସହିତ ବିବାହ କଲେ। ପରେ ଭୀମ ଓ ହିଡିମ୍ବାଙ୍କର ଘଟୋତ୍କଚ ନାମରେ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ଘଟୋତ୍କଚ ବଡ଼ ହେବା ପରେ ତା’ ହସ୍ତରେ ସମସ୍ତ ଦାୟିତ୍ୱ ଦେଇ ହିଡିମ୍ବା ନିଜର ରାକ୍ଷସୀ ଜୀବନରୁ ମୁକ୍ତି ପାଇବା ପାଇଁ ଜଙ୍ଗଲକୁ ଯାଇ ଧ୍ୟାନ କରିବାକୁ ଲାଗିଲେ। ବହୁ ବର୍ଷ ତପସ୍ୟା କରିବା ପରେ ଈଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଲେ ଆଉ ତାଙ୍କୁ ଦେବୀ ହେବାର ଗୌରବପ୍ରାପ୍ତ ହେଲା। ଶୁଣିବାକୁ ମିଳେ ଯେ, ହିଡିମ୍ବା ଜଙ୍ଗଲରେ ଯେଉଁ ଚଟାଣ ଉପରେ ବସି ତପସ୍ୟା କରୁଥିଲେ, ପରବର୍ତ୍ତୀ ସମୟରେ ଠିକ୍‌ ସେହି ଚଟାଣ ଉପରେ ହିଁ ମହାରାଜା ବାହାଦୂର ସିଂଙ୍କ ଦ୍ୱାରା ହିଡିମ୍ବା ଦେବୀଙ୍କର ଏହି ମନ୍ଦିରଟି ନିର୍ମାଣ କରାଗଲା।

ମନ୍ଦିରର ଗଠନଶୈଳୀ

ପଗୋଡ଼ା ଶୈଳୀରେ ନିର୍ମିତ ହୋଇଥିବାରୁ ଏହି ମନ୍ଦିରଟି ଦେଖିବାକୁ ଟିକେ ଭିନ୍ନ ହୋଇଥାଏ। ସାଧାରଣତଃ କାଠରେ ତିଆରି ଏହି ମନ୍ଦିରଟିର ଥାକ ଥାକ ହୋଇ ୪ଟି ଛାତ ରହିଛି। ତଳ ୩ଟି ଛାତ ଦେବଦାରୁ ଗଛର କାଠରେ ତିଆରି ହୋଇଥିବାବେଳେ ସବା ଉପର ଛାତଟି ତମ୍ବା ଓ ପିତଳରେ ତିଆରି। ଏହି ମନ୍ଦିରରେ ହିଡିମ୍ବା ଦେବୀଙ୍କର କୌଣସି ମୂର୍ତ୍ତି ନାହିଁ ବରଂ ତାଙ୍କ ପାଦ ଚିହ୍ନ ଉପରେ ଏକ ବଡ଼ ପଥର ରଖି ତାହାକୁ ଦେବୀ ସ୍ବରୂପ ଏଠାରେ ପୂଜା କରାଯାଉଛି। ଏହି ମନ୍ଦିରର କିଛି ଦୂରରେ ଘଟୋତ୍କଚଙ୍କୁ ସମର୍ପିତ ଏକ ମନ୍ଦିର ଥିବାର ଦେଖିବାକୁ ମିଳେ।

ପୂଜାପାର୍ବଣ

ଶ୍ରାବଣ ମାସ ଓ ଦଶହରା ସମୟରେ ଏଠାରେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ମେଳାମହୋତ୍ସବ ବି ହୁଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ଖାସ୍‌ କରି ଶ୍ରାବଣ ମାସ, ଦଶହରା ସମୟରେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଗହଳି ଦେଖିବାକୁ ମିଳେ। ତା’ଛଡ଼ା ଏହା ମନାଲି ହିଲ୍‌ଷ୍ଟେଶନ ପାଖରେ ଥିବାରୁ ଶୀତଦିନେ ତୁଷାରପାତର ମଜା ନେବାକୁ ବି ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଭୁଣ୍ଟର ଏୟାରପୋର୍ଟ ଏହାର ନିକଟତମ ବିମାନବନ୍ଦର ହୋଇଥିବାବେଳେ ଜୋଗିନ୍ଦର ନଗର ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ଏକ ମୁଖ୍ୟ ତଥା ନିକଟବର୍ତ୍ତୀ ରେଳଷ୍ଟେଶନ।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri