ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଅଭିଯୁକ୍ତ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏବେ ଯୁବତୀ ଜଣକ ୮ମାସର ଗର୍ଭବତୀ ଥିବା ବେଳେ ଏ ନେଇ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଯୋଗ ମୁତାବକ, ଯୁବତୀ ଜଣକ ଭୁବନେଶ୍ୱରର ଏକ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କମର୍ସରେ ପଢୁଥିବା ବେଳେ ପାଟଣା ବ୍ଲକ୍‌ ସରସକୋଲା ଗ୍ରାମର ରାଜେଶ ପଇଦାଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠଥିଲା। ପରେ ରାଜେଶ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ୮ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ ଜାଣି ଯୁବକଙ୍କ ସହ ବିବାହ କରାଇବାକୁ ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ମାତ୍ର ଯୁବକ ଜଣକ ଯୁବତୀଙ୍କ ପରିବାର ନୀଚଜାତିର କହି ବିବାହ କରିବାକୁ ମନା କରିଦେଇଥିଲେ। ପୀଡ଼ିତାଙ୍କ ବାପା ଗତ ୧୯ ତାରିଖରେ ଏ ନେଇ ପାଟଣା ଥାନାରେ ଏତଲା ଦେଇଥିଲେ। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ୨୩ ତାରିଖରେ ପରିବାର ଲୋକେ ଯୁବତୀଙ୍କୁ ଧରି କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର ଦାଗୁଡୁଙ୍କୁ ଭେଟିଥିଲେ। ରବିବାର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା ସହ ଅଲଟ୍ରା ସାଉଣ୍ଡ୍‌ କରିଛି। ପୋଲିସ ଅଭିଯୁକ୍ତଙ୍କୁ ଖୋଜୁ ନ ଥିବା ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ସହାୟତା କରୁ ନ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ କହିଛନ୍ତି, ଥାନାରେ ଏକ ମାମଲା(ନଂ.୫୩/୨୫) ରୁଜୁ ହୋଇଛି। ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ହାଇଦ୍ରାବାଦ ଚାଲିଯାଇଥିବା ଜଣାପଡ଼ିଛି। ପୀଡ଼ିତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପୋଲିସ ପ୍ରସ୍ତୁତ ଅଛି। ଏକ ଟିମ୍‌ ଏହା ଉପରେ କାର୍ଯ୍ୟ କରୁଛି ବୋଲି ମହାକୁଡ଼ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତି ତୁଳନାରେ ସରକାରୀ ସହାୟତା ନଗଣ୍ୟ: ନବୀନ

ଶେରଗଡ଼/ହିଞ୍ଜିଳିକାଟୁ/ସୋରଡା/ ଆସିକା,୮୧୧(ସୂର୍ଯ୍ୟ ନାରାୟଣ ଦାଶ/ ଦ୍ୱିତୀକୃଷ୍ଣ ପଣ୍ଡା/ରଜନୀ ମହାପାତ୍ର/ସୁରେନ୍ଦ୍ର ନାଥ ସାହୁ) ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ବାତ୍ୟା ଅର୍ଣ୍ଣବ…

ଏହି ୨୦ ଜଣ ଖେଳାଳିଙ୍କ ମଧ୍ୟରୁ ଚୟନ କରାଯିବ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳ ଯେଉଁଥିରୁ ସ୍ଥାନ ପାଇବେ କେବଳ…

ନୂଆଦିଲ୍ଲୀ,୮।୧୧: ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆ ଦ୍ୱାରା ଆୟୋଜିତ ହେବାକୁ ଥିବା ୨୦୨୭ ଦିନିକିଆ ବିଶ୍ୱକପ ଆସନ୍ତା ବର୍ଷ ଅକ୍ଟୋବର ୨ରୁ ଆରମ୍ଭ ହେବ। ଦଳଗୁଡ଼ିକ…

ଅଧିକାଂଶ ଅଫିସରେ ଏମିତି ଦୁର୍ନୀତିଗ୍ରସ୍ତ ଅଫିସର ଅଛନ୍ତି: ଏମ୍‌ପି ପ୍ରତାପ

ବାଲେଶ୍ୱର,୮।୧୧(ବାଞ୍ଛାନିଧି ଦେ): ବାଲିଆପାଳର ସବ୍‌ ରେଜିଷ୍ଟ୍ରାର ମନୀଷା ମିଶ୍ର ଭିଜିଲାନ୍ସ ଟିମ୍‌ ଦ୍ୱାରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହେବା ଜାଣି ଏମ୍‌ପି ପ୍ରତାପ ଚନ୍ଦ୍ର…

କ୍ୟାମେରାରେ କଏଦ ହେଲା ବିରାଟ କୋହଲିଙ୍କ ରାଗ; ଆଙ୍ଗୁଠି ଦେଖାଇ ପ୍ରଶଂସକଙ୍କୁ ଇଙ୍ଗିତ କରି କହିଲେ…

ନୂଆଦିଲ୍ଲୀ,୮।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ ଏପରି ଏକ ଘଟଣା ଘଟିଲା, ଯେଉଁଥିରେ ବିରାଟ କୋହଲିଙ୍କ ଏକ ଅତ୍ୟନ୍ତ ଗମ୍ଭୀର…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ

ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ କଳକାରାଖାନା ସହ ଗାଡିମୋଟର ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ବାୟୁମଣ୍ଡଳରେ ଧୂଆଁ ଆସ୍ତରଣ ଓ ଅଙ୍ଗାରକାମ୍ଳ…

ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ

ହାଟଡିହୀ/ଛେନାପଦୀ,୮ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର…

ଏଇ ଭାରତରେ

ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍‌ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର…

ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ

ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?