Posted inଖେଳ

ଚେନ୍ନାଇର ଆଗାମୀ ଅଧିନାୟକ ହୋଇପାରନ୍ତି ଏହି ଷ୍ଟାର ଅଲରାଉଣ୍ଡର: ସେହ୍ବାଗ

ମୁମ୍ବାଇ,୧୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସିଛି। ଏଥିଯୋଗୁ ଦଳ ପ୍ଲେ-ଅଫ୍‌ ଦୌଡ଼ରୁ ବାହାର ହୋଇଛି। ତେବେ ଟୁର୍ନାମେଣ୍ଟ ଆରମ୍ଭରୁ ଦଳ ଚକିତ କଲାଭଳି ନିଷ୍ପତ୍ତି ନେଇଥିଲା। ଏହାର ପରିଣାମ ଦଳକୁ ମିଳିଛି ବୋଲି ଆଲୋଚନା କରାଯାଉଛି।

ଆଇପିଏଲ୍‌ ଆରମ୍ଭର ଦୁଇ ଦିନ ପୂର୍ବରୁ ଚେନ୍ନାଇ ମହେନ୍ଦ୍ର ସିଂହ ଧୋନୀଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଥିଲା। ଏହି ଷ୍ଟାର ଅଲରାଉଣ୍ଡରଙ୍କ ଅଧୀନରେ ଦଳ ପ୍ରାରମ୍ଭର ୮ ମ୍ୟାଚ୍‌ରୁ କେବଳ ୨ଟିରେ ବିଜେତା ହୋଇଥିଲା। ଏଣୁ ଜାଡେଜାଙ୍କଠାରୁ ନେତୃତ୍ୱ କାଢ଼ି ନେଇ ପୁଣିଥରେ ଧୋନୀଙ୍କୁ ଦିଆଯାଇଥିଲା। ମାତ୍ର ସେତେବେଳକୁ ନେଡି ଗୁଡ଼ କହୁଣୀକୁ ବୋହି ଗଲାଣି।

ଜୁଲାଇ ୭ରେ ଧୋନୀଙ୍କୁ ୪୧ ବର୍ଷ ହେବ। ସେ ଆଗାମୀ ଆଇପିଏଲ୍‌ ଖେଳିବେ କି ନାହିଁ ତାହା ପ୍ରଶ୍ନବାଚୀ ହୋଇ ରହିଛି। ଏଭଳି ସ୍ଥିତିରେ ଚେନ୍ନାଇର ଉତ୍ତରାଧିକାରୀ କିଏ ହେବ ସେ ନେଇ ନାନାଦି ମତ ପ୍ରକାଶ ପାଉଛି। ପୂର୍ବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ଚେନ୍ନାଇର ଯୁବ ଓପନର୍‌ ଋତୁରାଜ ଗାୟକଓ୍ବାଡଙ୍କୁ ସେ ଆଗାମୀ ଅଧିନାୟକ କହିବା ସହ ତାଙ୍କ ତୁଳନା ଧୋନୀଙ୍କ ସହ କରିଛନ୍ତି।

ଋତୁରାଜଙ୍କୁ ନେଇ ସେହ୍ବାଗ କହିଛନ୍ତି, ସେ ମହାରାଷ୍ଟ୍ର କ୍ରିକେଟ ଟିମ୍‌ର ଅଧିନାୟକ। ଖେଳାଳି ଭାବେ ସେ ବହୁତ ଶାନ୍ତ ସ୍ବଭାବର। ସେ ଶତକ ମାରନ୍ତୁ ଅବା ଶୂନ ରନ୍‌ରେ ଆଉଟ୍‌ ହୁଅନ୍ତୁ, ସବୁଥିରେ ତାଙ୍କ ମନୋଭାବ ଏକାପ୍ରକାର ଥାଏ। ଅଧିନାୟକ ହେବାକୁ ଆବଶ୍ୟକ ସମସ୍ତ ଯୋଗ୍ୟତା ତାଙ୍କ ପାଖରେ ରହିଛି। ଧୋନୀ ଯେଉଁଭଳି କୁଲ୍‌ ରହିଥାନ୍ତି, ନିଷ୍ପତ୍ତି ନିଜେ ନେଇଥାନ୍ତି, ସେଭଳି ଋତୁରାଜଙ୍କଠାରେ ଗୁଣ ରହିଥିବା ସେହ୍ବାଗ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

ଅମାନିଆ ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରା, ବିରୋଧ ସତ୍ତ୍ୱେ…

ଭୁବନେଶ୍ୱର,୧୭ା୫: ପୁଣି ଅମାନିଆ ହୋଇଛି ଇସ୍କନ। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା କରିଛି। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦକୁ ନ ମାନି…

ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍‌ ଟନ୍‌

ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଦେଶକୁ ନିଶାମୁକ୍ତ କରିବା ପାଇଁ ଶାହଙ୍କ ପ୍ରୟାସ ଆରମ୍ଭ; ନିଶାଦ୍ରବ୍ୟ ବିରୋଧରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ଭାରତକୁ ନକ୍ସଲବାଦରୁ ସଫଳତାର ସହିତ ମୁକ୍ତ କରିବା ପରେ, ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହା ଏବେ ଦେଶକୁ ନିଶାମୁକ୍ତ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି।…

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri