ପଦବୀ ଖାଲି, ହୋଇପାରୁନି ଶୁଣାଣି

ବାଲେଶ୍ୱର ଅଫିସ, ୧୪।୫ ବାଲେଶ୍ୱର ସହର ଏଡିଏମ୍‌ ଛକ ନିକଟରେ ରହିଛି ଅତିରିକ୍ତ/ଯୁଗ୍ମ କମିଶନରଙ୍କ ଚକବନ୍ଦୀ ଓ ବନ୍ଦୋବସ୍ତ ଅଦାଲତ। ଏହି ଅଦାଲତରେ ଭଦ୍ରକ ଓ ବାଲେଶ୍ୱର ଜିଲାର ସମସ୍ତ ଜମିବାଡ଼ି ଓ ସମ୍ପତ୍ତିଗତ ମକଦ୍ଦମାର ଶୁଣାଣି ହୋଇଥାଏ। ଚାନ୍ଦବାଲିଠାରୁ ଆରମ୍ଭ କରି ରାଇବଣିଆ ପର୍ଯ୍ୟନ୍ତ ଲୋକେ ଏହି ଅଦାଲତ ଉପରେ ନିର୍ଭର କରିଥାନ୍ତି। ପୂର୍ବାହ୍ନ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଦାଲତ ଚାଲିଥାଏ। ପରେ ଶୁଣାଣି ଥିଲେ ଅଦାଲତ ଖୋଲାରହିଥାଏ। ମାତ୍ର ଦୀର୍ଘଦିନ ହେବ ଅଦାଲତରେ ଅତିରିକ୍ତ କମିଶନରଙ୍କ ପଦ ଫାଙ୍କା ଥିବାରୁ ଶୁଣାଣି ବନ୍ଦ ହୋଇଯାଇଛି। ଏହି ଅଦାଲତରେ ଅତିରିକ୍ତ କମିଶନରଙ୍କ ସମେତ ୫ଜଣ କର୍ମଚାରୀ ରହିଛନ୍ତି। ତେବେ ଅତିରିକ୍ତ କମିଶନରଙ୍କ ବିନା କୋର୍ଟ ବା ଅଦାଲତ ଏକପ୍ରକାର ଅଚଳାବସ୍ଥାରେ ରହିଛି।
୨୦୧୯ ମେ’ରେ ଅତିରିକ୍ତ/ଯୁଗ୍ମ କମିଶନର ସାଧବ ମିଞ୍ଚ ଅବସର ନେବା ପରେ ଧନଞ୍ଜୟ ହେମ୍ବ୍ରମ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ୨୦୨୦ ମାର୍ଚ୍ଚରେ ଅବସର ଗ୍ରହଣ କଲେ। ତେବେ ଇନଚାର୍ଜ ହାକିମ ବିଶେଷ ମକଦ୍ଦମା ବିଚାର କରିପାରନ୍ତି ନାହଁି। ପରେ ଅମର ସିଂ ସୋରେନ ୮ମାସ ରହିଲେ। ଯିଏକି ଗୋଟିଏ ବି ମକଦ୍ଦମା ବିଚାର କରି ନ ଥିବା ବେଳେ ଗତ ୨୦୨୧ ଜୁଲାଇରେ ଅବସର ନେଲେ। ସେବେଠାରୁ ଏହି ପଦବୀ ଫାଙ୍କା ପଡ଼ିଛି। ଏବେ ସୁଦ୍ଧା ଏହି ଅଦାଲତରେ ୧୦ହଜାରରୁ ଊର୍ଦ୍ଧ୍ୱ ମକଦ୍ଦମା ବିଚାର ନ ହୋଇ ପଡ଼ିରହିଛି। ଲୋକମାନେ ବାରମ୍ବାର ଅଦାଲତକୁ ଆସି ଫେରୁଛନ୍ତି। ଅଦାଲତର କର୍ମଚାରୀମାନେ କେତେବେଳେ କହୁଛନ୍ତି କମିଶନର ନାହାନ୍ତି, ତ କେତେବେଳେ କହୁଛନ୍ତି କମିଶନର ଆସୁନାହାନ୍ତି। ସିଭିଲ କୋର୍ଟ କରିଥିଲେ ପ୍ରାୟ ୧୦ବର୍ଷ ସମୟ ଲାଗିଥାନ୍ତା। ଫଳରେ ଶୀଘ୍ର ଶୁଣାଣି ପାଇଁ କମିଶନର କୋର୍ଟକୁ ଆସି ନିରାଶ ହେଉଛନ୍ତି ୨ ଜିଲାର ଲୋକ।
ବାର୍‌ ଆସୋସିଏଶନ ସଭାପତି ମନୋଜ ନାୟକ କହନ୍ତି, ଅତିରିକ୍ତ କମିଶନର ଅଦାଲତରେ ପ୍ରଥମେ କେସ୍‌ର ବିଚାର ହୋଇ ମେରିଟ୍‌ ଦେଖିବା ପରେ ଆଡ଼ମିଶନ ହୋଇଥାଏ। ତେଣୁ ଆଡ଼ମିଶନ ନ ହୋଇ ହଜାର ହଜାର ମକଦ୍ଦମା ପଡ଼ିରହିଛି। ଫଳରେ ଦୁଇ ଜିଲାର ଏହା ଅଦାଲତ ହୋଇଥିବାରୁ ଲୋକେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ମଚାରୀମାନେ ଖାଲିରେ ଦରମା ନେଉଛନ୍ତି। କୋର୍ଟ ଅଚଳ ଅବସ୍ଥାରେ ରହିଛି। ତେଣୁ ଏନେଇ ଆରଡ଼ିସିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ସମାଧାନ ନ ହେଲେ ଆମେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି କହିଛନ୍ତି। ବାର୍‌ ଆସୋସିଏସନ୍‌ ସମ୍ପାଦକ ସମ୍ବିତ ନନ୍ଦୀ କହନ୍ତି, ଦୁଇବର୍ଷ ହେଲା ପଦ ଫାଙ୍କା ପଡ଼ିରହିଛି। ଯେଉଁମାନଙ୍କର ରେକର୍ଡ଼ ଭୁଲରେ ପ୍ରକାଶ ହୋଇଯାଇଛି, ସେଟଲମେଣ୍ଟ ଅଥରିଟି ପାଖରେ ଯେଉଁମାନେ ଡକ୍ୟୁମେଣ୍ଟ ଦେଖାଇ ପାରିନାହାନ୍ତି ଅର୍ଥାତ୍‌ ଜାଗା କିଣିବା ପରେ ଡକ୍ୟୁମେଣ୍ଟ ଦେଖାଇ ନାହାନ୍ତି ସେପରି କିଛି ରେକର୍ଡ଼ ଠିକ୍‌ କରିବା ପାଇଁ ଲୋକେ ଅତିରିକ୍ତ କମିଶନରଙ୍କ ଅଦାଲତରେ ଦ୍ୱାରସ୍ଥ ହୋଇଥାନ୍ତି। ଏମିତିକି ଯେଉଁମାନଙ୍କର ଦୀର୍ଘଦିନ ଧରି ନାମଜାରୀ ହୋଇ ନ ଥାଏ ସେମାନେ ମଧ୍ୟ ଉକ୍ତ ଅଦାଲତକୁ ଆସନ୍ତି। କିନ୍ତୁ ଏସବୁ ପାଇଁ ଦୁଇବର୍ଷ ଅଧିକ ହେବ ପଦ ପୂରଣ ହୋଇନି। ୧୦ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର କେବଳ ତାରିଖ ଗଡୁଛି ମାତ୍ର କାମ ହୋଇପାରୁନାହଁି। ଲୋକ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମକଦ୍ଦମା ଫଇସଲା ହୋଇପାରୁନି। ମୋର ନିଜର ମଧ୍ୟ ପ୍ରାୟ ୪୦ ମକଦ୍ଦମା ପଡ଼ିରହିଛି। ବିଚାର କିଏ କରିବେ। ପଦ ପୂରଣ ପାଇଁ ସରକାର ଏବଂ ଆରଡିସିଙ୍କୁ ବାର୍‌ ଆସୋସିଏଶନ୍‌ ପକ୍ଷରୁ ଦୁଇଥର ଲିଖିତ ଭାବେ ଜଣାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ହେଲେ ବାଧ୍ୟ ହୋଇ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?