ଅନୁଷ୍କାଙ୍କ ଡେଲିଭରୀ ଡେଟ୍‌ ଜଣାଇଲେ ବିରାଟ!

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ ଶେୟାର ମଧ୍ୟ କରୁଛନ୍ତି। ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ବିରାଟଙ୍କୁ ଚିୟର କରିବା ପାଇଁ ଅନୁଷ୍କା ଏବେ ୟୁଏଇରେ ଅଛନ୍ତି। ସେ ବିରାଟ ଖେଳୁଥିବା ମ୍ୟାଚ୍‌ ବେଳେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହୁଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ଅନୁଷ୍କାଙ୍କୁ ଦେଖିବାକୁ ମିଳିଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଅନୁଷ୍କା ଶର୍ମାଙ୍କ ବେବି ବମ୍ପ ମଧ୍ୟ ଦେଖିବାକୁ ମିଳିଛି। ବିରାଟ ଅନୁଷ୍କାଙ୍କ ଡେଲିଭରୀ ଡେଟ୍‌ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନି ରବିବାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିରାଟ ଏବଂ ଅନୁଷ୍କାଙ୍କ ଏକ ଫଟୋ ଶେୟାର କରିଛନ୍ତି। ଫଟୋ କ୍ୟାପସନରେ ସେ ଲେଖିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୟୁଟ୍ୟୁବ ଚ୍ୟାନେଲ ସହ ସାକ୍ଷାତକାରରେ ବିରାଟ କହିଛନ୍ତି ଯେ ସେ ଆଶା କରୁଛନ୍ତି ସେମାନଙ୍କର ସନ୍ତାନ ନଭେମ୍ବର ୧୦ରେ ଜନ୍ମ ହେବ। ଅବଶ୍ୟ ୨ ମିନିଟ ପରେ, ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରୁ ହଟାଇଦିଆଯାଇଥିଲା। ଏହି ପୋଷ୍ଟ ଇନଷ୍ଟାଗ୍ରାମରେ ଶେୟାର ହେବା ମାତ୍ରେ ଏହାକୁ ମାତ୍ର ୨ ମିନିଟ ମଧ୍ୟରେ ୧୬୨୭ଥର ଲାଇକ୍‌ କରାଯାଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ବିରାଟ କୋହଲି ଆଗାମୀ ବର୍ଷ ଜାନୁଆରୀରେ ସେ ପିତା ହେବେ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରୁ ବାହାରିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଶୁଟିଂ ସେଟ୍‌ରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ସେ ହାଇଦ୍ରାବାଦରେ ତାଙ୍କ...

ପଠାନ ଫିଲ୍ମକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ

ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ...

ସିଓଏ କାର୍ଯ୍ୟକାଳ ଶେଷ: ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଦାୟିତ୍ୱ ନେବେ

ମୁମ୍ବାଇ, ୨୩।୧୦(ପି.ଟି.)- ଭାରତର ଅନ୍ୟତମ ସଫଳତମ ଅଧିନାୟକ ବିବେଚିତ ହେଉଥିବା ସୌରଭ ଗାଙ୍ଗୁଲି ବୁଧବାର ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ଆଇପିଏଲ୍‌ରେ ବଡ଼ ରେକର୍ଡ କଲେ ଏହି ବୋଲର୍‌

ମୁମ୍ବାଇ,୧।୪: ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ୩୮ ବର୍ଷୀୟ ବ୍ରାଭୋ ଆଇପିଏଲ ଇତିହାସରେ ସର୍ବାଧିକ ଉଇକେଟ...

ଫେରିବେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ ବେଶ୍‌ କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି। ହେଲେ ଖୁବ୍‌ଶୀଘ୍ର ସେ ବଡ ପରଦାକୁ ଫେରିବେ ବୋଲି...

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: କ୍ୱାର୍ଟର ଫାଇନାଲରେ ସିନ୍ଧୁ

ଟୋକିଓ,୩୦।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି। ୫ ବର୍ଷ ତଳେ ରିଓ...

କରିନା ଉନ୍ମୋଚନ କଲେ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୨।୧୧- ବଲିଉଡ୍‌ ଅଭିନେତ୍ରୀ କରିନା କାପୁର ଖାଁ ଶୁକ୍ରବାର ମେଲବୋର୍ନଠାରେ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟ୍ରଫି ଉନ୍ମୋଚନ କରିଛନ୍ତି। ଏ ନେଇ ଟି୨୦ ବିଶ୍ୱକପ୍‌...

ସନ୍ତରଣରେ ଜୈନ ବିଶ୍ୱବିଦ୍ୟାଳୟକୁ ୪ ସ୍ବର୍ଣ୍ଣ; ଜିଏନଡିୟୁ ଫେନ୍ସିଂରେ ଜିତିଲା ୩ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରାରମ୍ଭିକ ସଂସ୍କରଣରେ ରବିବାର ସନ୍ତରଣରେ ବେଙ୍ଗାଲୁରୁର ଜୈନ ବିଶ୍ୱବିଦ୍ୟାଳୟ ୪ଟି ସ୍ବର୍ଣ୍ଣ ପଦକ ହାସଲ କରି ପ୍ରଥମ...

Advertisement
Archives

Model This Week