Posted inଫୁରସତ

ହାଓଡା ବ୍ରିଜ୍‌

ଅନେକ ଭାଷାଭାଷୀର ଚଳଚ୍ଚିତ୍ରରେ ଆପଣମାନେ ହାଓଡ଼ା ବ୍ରିଜ୍‌ର ଚିତ୍ର ଦେଖିଥିବେ ନିଶ୍ଚିତ। କଲିକତା ସହରରେ ରହିଥିବା ଏହି ବ୍ରିଜ୍‌ର ଆଶ୍ଚର୍ଯ୍ୟଜନକ ନିର୍ମାଣ ଶୈଳୀ କେବଳ ଆମ ଦେଶ ନୁହେଁ ବିଦେଶୀ ପର୍ଯ୍ୟଟକଙ୍କୁ ବି ଆକର୍ଷିତ କରିଥାଏ। ଆସନ୍ତୁ ଜାଣିବା ଏହା ସମ୍ପର୍କରେ କିଛି
ରୋଚକ ତଥ୍ୟ …..

ଏହି ବ୍ରିଜ୍‌ ଉପରେ ଦୈନିକ ପ୍ରାୟ ଏକ ଲକ୍ଷ ଯାନବାହନ ଚଳାଚଳ କରୁଥିବା ବେଳେ ପ୍ରାୟ ଦେଢ ଲକ୍ଷ ପଦଚାରୀ ଯାତାୟାତ କରିଥାନ୍ତି। ଯେଉଁଥିଲାଗି ଏହାକୁ ପୃଥିବୀର ସର୍ବାଧିକ ଗହଳି ବ୍ରିଜ୍‌ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।
ଏହି ବ୍ରିଜ୍‌ର ବିଶେଷତ୍ୱ ହେଉଛି ଏହା ଏକ ୭୦୫ମିଟର ଲମ୍ବ ବିଶିଷ୍ଟ ପୋଲ ହୋଇଥିଲେ ହେଁ ଏଥିରେ ଭାରସାମ୍ୟ ରକ୍ଷା କରିବା ଲାଗି କୌଣସି ଖୁଣ୍ଟ ନିର୍ମାଣ କରାଯାଇନାହିଁ କିମ୍ବା ନଟ୍‌, ବୋଲ୍ଟ ମଧ୍ୟ ବ୍ୟବହାର ହୋଇ ନାହିଁ।
ଏହି ଝୁଲା ପୋଲ ନିର୍ମାଣ କରିବା ଲାଗି ୨୬୫୦୦ ଟନ୍‌ ଷ୍ଟିଲ୍‌ ବ୍ୟବହାର କରାଯାଇଛି।
ରେଣ୍ଡେଲ୍‌, ପାଲ୍‌ମର୍‌ ଏବଂ ଟ୍ରିଟନ୍‌ ଏହି ବ୍ରିଜ୍‌ର ଡିଜାଇନ୍‌ କରିଥିବା ବେଳେ କ୍ଲେଭ୍‌ଲାଣ୍ଡ ବ୍ରିଜ୍‌ ଆଣ୍ଡ ଇଞ୍ଜିନିୟରିଂ କମ୍ପାନୀ ଏହାର ନିର୍ମାଣ କାର୍ଯ୍ୟ କରିଥିଲା।
ଏହାର ନିର୍ମାଣ କାର୍ଯ୍ୟ ୧୯୩୬ ମସିହାରେ ଆରମ୍ଭ ହୋଇ ୧୯୪୨ରେ ଶେଷ ହୋଇଥିଲା ଏବଂ ୧୯୪୩ ମସିହା ଫେବୃୟାରୀ ୩ ତାରିଖରେ ଉଦ୍‌ଘାଟନ ହୋଇଥିଲା।
ଯଦିଓ ୧୯୬୫ ମସିହା ଜୁନ୍‌ ୧୪ରେ ଏହାର ନାମ ପରିବର୍ତ୍ତନ କରି ରବୀନ୍ଦ୍ର ସେତୁ ରଖାଯାଇଥିଲା ହେଲେ ଏହା ହାଓଡ଼ା ବ୍ରିଜ୍‌ ନାମରେ ହିଁ ଜଣାଶୁଣା।
କଲିକତା ପୋର୍ଟ ଟ୍ରଷ୍ଟ ପକ୍ଷରୁ ଏହି ବ୍ରିଜ୍‌ରୁ ପକ୍ଷୀମଳ ଏବଂ ଅନ୍ୟାନ୍ୟ ଆବର୍ଜନା ସଫା କରିବା ଲାଗି ବାର୍ଷିକ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri