Odisha Elections 2024
Posted inଖେଳ

ଉପରକୁ ଉଠିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଘରୋଇ ଦଳକୁ ପରାସ୍ତ କରିଥିଲା। ଭାରତର ଏହି ବିଜୟ ସହିତ ସିରିଜ ୧-୧ରେ ବରାବର ହୋଇଥିଲା। ବର୍ତ୍ତମାନ ଆଇସିସି ଟେଷ୍ଟର ର଼୍ୟାଙ୍କିଂ ପ୍ରକାଶ ପାଇଛି। ଏଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁତ ଉପକୃତ ହୋଇଛନ୍ତି। ରୋହିତ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। କୋହଲି ମଧ୍ୟ ଉପରକୁ ଉଠିଛନ୍ତି। ଟେଷ୍ଟରେ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗର ଶ୍ରେଷ୍ଠ ୧୦ରେ ୨ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଅଛନ୍ତି।
ଟେଷ୍ଟ ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଦଶମ ସ୍ଥାନରେ ପହଞ୍ଚିଛନ୍ତି। ରୋହିତଙ୍କୁ ୭୪୮ ରେଟିଂ ମିଳିଛି। କୋହଲି ୩ଟି ସ୍ଥାନ ଉପରକଚ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। କୋହଲିଙ୍କୁ ୭୭୫ ରେଟିଂ ମିଳିଛି। ଟେଷ୍ଟରେ ବ୍ୟାଟ୍ସମ୍ୟାନ ମାନ୍ୟତାରେ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ଖେଳାଳି କେନ ୱିଲିୟମ୍ସନ ଶୀର୍ଷରେ ରହିଛନ୍ତି। ଇଂଲଣ୍ଡର ଜୋ ରୁଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲୀୟ ଖେଳାଳି ଷ୍ଟିଭ ସ୍ମିଥ ତୃତୀୟ ସ୍ଥାନରେ ଅଛନ୍ତି। ମାର୍ନସ ଲାବୁସାଗ୍ନେ ତିନୋଟି ସ୍ଥାନ ଉପରକୁ ଉଠି ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି।
ଯଦି ଆମେ ଟେଷ୍ଟର ବୋଲିଂ ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଶୀର୍ଷରେ ଅଛନ୍ତି। ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ କମିନ୍ସ ଗୋଟିଏ ସ୍ଥାନ ହାସଲ କରିଛନ୍ତି। ସେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକାର ବୋଲର କାଗିସୋ ରାବାଡା ତିନି ନମ୍ବରରେ ପହଞ୍ଚିଛନ୍ତି। ଟିମ ଇଣ୍ଡିଆ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ରବିନ୍ଦ୍ର ଜାଡେଜା ପଞ୍ଚମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri