Posted inଖେଳ

‘କୋହଲିଙ୍କ ଏଭଳି ବ୍ୟବହାର ପାଇଁ ଦଳର କ୍ଷତି ହେଉଛି’

ନୂଆଦିଲ୍ଲୀ,୭।୧: ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍‌ ଇଣ୍ଡିଆର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ନିଜର ବ୍ୟାଟିଂକୁ ନେଇ ସମାଲୋଚିତ ହୋଇଥିଲେ। ଏହାଛଡ଼ା ମଇଦାନରେ ନିଜର ଆକ୍ରାମକ ସ୍ବଭାବ ଏବଂ ବିରୋଧୀ ଟିମ୍‌ର ଦର୍ଶକଙ୍କୁ ଜବାବ ଦେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏହି ମାମଲାରେ ଏବେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ସେ ମଇଦାନରେ ଦର୍ଶକଙ୍କୁ ପ୍ରତିକ୍ରିୟା ଦେବାକୁ ନାପସନ୍ଦ କରିବା ସହ ଏପରି ବ୍ୟବହାର ଯୋଗୁ ଭାରତୀୟ ଟିମ୍‌ର କ୍ଷତି ହେଉଥିବା କହିଛନ୍ତି।
କୋହଲି ଅନ୍ତିମ ଟେଷ୍ଟରେ ଦର୍ଶକଙ୍କ ହୁଟିଂର ଜବାବ ଦେବାକୁ ଯାଇ ସ୍ୟାଣ୍ଡପେପର ବିବାଦକୁ ମନେ ପକାଇ ଦେଇଥିଲେ। ସେ ପକେଟକୁ ଖାଲି କରି ସେଥିରେ ସ୍ୟାଣ୍ଡପେପର ନ ଥିବା ଦେଖାଇଥିଲେ। ସେ ଏଭଳି କରିବା ଦ୍ୱାରା ଟିମ୍‌ ଇଣ୍ଡିଆର କ୍ଷତି ହୋଇଥିବା ଗାଭାସ୍କର କହିଛନ୍ତି।
ଗାଭାସ୍କର ସିଡନୀ ହେରାଲ୍ଡରେ ନିଜର ସ୍ତମ୍ଭରେ ଲେଖିଛନ୍ତି,କୋହଲିଙ୍କୁ ଏହା ଭାବିବା ଉଚିତ ଯେ ସେ ଦର୍ଶକଙ୍କ ସହ ଯାହା କରୁଛନ୍ତି ତାହାଦ୍ୱାରା ପୁରା ଟିମ୍‌ ଉପରେ ଚାପ ସୃଷ୍ଟି ହେଉଛି। ସେ ମଧ୍ୟ ଦର୍ଶକଙ୍କ ଟାର୍ଗେଟକୁ ଆସୁଛନ୍ତି। ଜଣେ ବରିଷ୍ଠ ଖେଳାଳି ଭାବେ ଏଭଳି କରିବା ଠିକ୍‌ ନ ଥିଲା। ସେ କାନ୍ଧ ବାଡେଇ ଯାହା କରିଥିଲେ ତାହା କ୍ରିକେଟ ନ ଥିଲା। ଭାରତୀୟ ଖେଳାଳି ଉକୁସାଇବାର ଜବାବ ଦେଇଥାନ୍ତି ହେଲେ କୋନଷ୍ଟାସ୍‌ ମାମଲାରେ ଏଭଳି କିଛି ନ ଥିଲା। ଖେଳାଳିଙ୍କୁ ପରେ ଜଣାପଡେ ଯେ ଦର୍ଶକଙ୍କୁ ପ୍ରତିକ୍ରିୟା ଦେଲେ କିଛି ଲାଭ ମିଳେନାହିଁ। ସେମାନେ ମ୍ୟାଚ୍‌ରେ କିଛି ଭଲ ସମୟ ବିତାଇବାକୁ ଆସିଥାନ୍ତି। ସେ ବ୍ୟକ୍ତିଗତ କାରଣରୁ ଖେଳାଳିଙ୍କୁ ହୁଟିଂ କରି ନ ଥାନ୍ତି, ସେମାନେ ନିଜର ମନୋରଞ୍ଜନ ପାଇଁ ସେଭଳି କରିଥାନ୍ତି। ଏହା ଉପରେ ପ୍ରତିକ୍ରିୟା ଦେବାରେ କୌଣସି ଲାଭ ମିଳେନାହିଁ, ବରଂ କ୍ଷତି ହୋଇଥାଏ ବୋଲି ଗାଭାସ୍କର କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?