Posted inଖେଳ

‘୧୨-୦’ କିଛି ମାନେ ରଖେ ନାହିଁ: କୋହଲି

ନୂଆଦିଲ୍ଲୀ,୨୪।୧୦: ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆର ପୁରୁଣା ରେକର୍ଡ କିଛି ମାନେ ରଖେ ନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏଭଳି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଶନିବାର ସନ୍ଧ୍ୟାରେ ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳକୁ ଭେଟିବାକୁ ଯାଉଛି ଭାରତ। ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୧୨ ମ୍ୟାଚ୍‌ରେ ଭାରତୀୟ ଦଳ ଅପରାଜେୟ ରହିଛି। ବର୍ତ୍ତମାନ ଏହି ରେକର୍ଡ ୧୨-୦।

“ଯାହା ଆମେ ଅତୀତରେ କରିଛେ, ତାହା ଉପରେ ଆମେ କେବେ କଥା ହେଉ ନାହିଁ। ଏଭଳି ରେକର୍ଡ ବିଭ୍ରାନ୍ତ କରିପାରେ। ଗୁରୁତ୍ୱପୂର୍ଣ୍ଣ ହେଲା, ମ୍ୟାଚ୍‌ ଲାଗି ଆମେ କେଉଁ ଭଳି ପ୍ରସ୍ତୁତ ହୋଇଛୁ। ଏଭଳି ରେକର୍ଡ ଦଳ ଉପରେ ଅତ୍ୟଧିକ ଚାପ ପକାଇପାରେ। ବର୍ତ୍ତମାନ ପାକିସ୍ତାନ ଦଳ ଖୁବ୍‌ ଶକ୍ତିଶାଳୀ। ଆଉ ସେମାନେ ସେହି ଭଳି ହିଁ ଖେଳନ୍ତି। ଦଳରେ ଖୁବ୍‌ ପ୍ରତିଭାଶାଳୀ ଖେଳାଳି ଅଛିନ୍ତି, ଯେଉଁମାନେ ହଠାତ୍‌ ମ୍ୟାଚ୍‌ର ଦିଗ ବଦଳାଇ ପାରିବେ” ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌: ପଞ୍ଜାବ- ବାଙ୍ଗାଲୋର ମୁକାବିଲା

ଦୁବାଇ,୨୪।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଷଷ୍ଠ ମ୍ୟାଚରେ ଗୁରୁବାର ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ...

ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ବୁମରାଙ୍କ ରାଜ୍‌

ଦୁବାଇ,୧୨।୧୧- ଆଇସିସି ଦିନିକିଆ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ରାଜୁତି ଜାରି ରଖିଛନ୍ତି। କୋହଲି ସର୍ବାଧିକ ୮୯୫...

ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ନ ଥିଲେ ହେଲେ ବିଶ୍ୱକପ୍‌ ଦଳରେ ଆମିର

କରାଚି,୧୭।୫(ପି.ଟି.)- ପାକିସ୍ତାନ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମିରଙ୍କୁ ପ୍ରଥମେ ଅଣଦେଖା କରାଯାଇଥିଲେ ମଧ୍ୟ ପରେ ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କାରାଯାଇଛି। ଚଳିତ ଇଂଲଣ୍ଡ...

ହାତରେ କଳା ଫିତା, ଖାଲି ପାଦରେ ପଡିଆକୁ ଆସିଲେ ଖେଳାଳି

ସିଡନୀ,୨୭।୧୧: କରୋନା ମହାମାରୀ ଭିତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଦୀର୍ଘ ୯ ମାସ ପରେ ଭାରତୀୟ...

ସଂଘର୍ଷ କରି ହାରିଲା ଚେନ୍ନାଇ

ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସଂଘର୍ଷ କରି ୧୧ରନ୍‌ରେ ପରାସ୍ତ ହୋଇଛି। ଶେଷ...

ଏହି ପ୍ରଶ୍ନର ଉତ୍ତର ମୋଦିଙ୍କୁ ପଚାରିବାକୁ କହିଲେ ଗାଙ୍ଗୁଲି

କୋଲକାତା,୧୭।୧୦: ଭାରତୀୟ ଦଳର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଯାଇଛି। ଏତେ ବଡ ପଦରେ ବସିବା...

ଏଭଳି ରେକର୍ଡ କରିବାରେ ଆଇପିଲର ପ୍ରଥମ ବ୍ୟାଟ୍ସମ୍ୟାନ କୋହଲି

ମୁମ୍ବାଇ,୨୨।୪ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଗୁରୁବାର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ପୂରଣ କରିଛନ୍ତି...

ଭାରୋତ୍ତୋଳିକା ରାକ୍ଷୀ ଭାଙ୍ଗିଲେ ଦୁଇ ଜାତୀୟ ରେକର୍ଡ

ଦୋହା,୨୪।୧୨(ପି.ଟି.)- ଭାରତୀୟ ଭାରୋତ୍ତୋଳିକା ରାକ୍ଷୀ ହଳଧର ଏଠାରେ ଅନୁଷ୍ଠିତ କତାର ଅନ୍ତର୍ଜାତୀୟ କପ୍‌ ଟୁର୍ନାମେଣ୍ଟରେ ସୋମବାର ୬୪ କେଜି ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିିତିଛନ୍ତି।...

Advertisement
Archives

Model This Week