Posted inଖେଳ

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ଦୁବାଇ,୨୪।୧୦: ଭାରତ ଏବଂ ପାକିସ୍ତାନର ଦଳ ଟି -୨୦ ବିଶ୍ୱକପ ୨୦୨୧ରେ ପରସ୍ପର ବିରୋଧରେ ରବିବାର ଅଭିଯାନ ଆରମ୍ଭ କରିବେ। ସୁପର -୧୨ ପର୍ଯ୍ୟାୟରେ ଉଭୟଙ୍କ ଏହା ପ୍ରଥମ ମ୍ୟାଚ ହେବ। ଗ୍ରୁପ ୧ରେ ଭାରତ ଏବଂ ପାକିସ୍ତାନ ସ୍ଥାନ ପାଇଛନ୍ତି। ଏହି ଗ୍ରୁପ୍‌ରେ ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟ ଅଛନ୍ତି।
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏବଂ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ପ୍ରତ୍ୟେକ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିଛନ୍ତି। ଅଭ୍ୟାସ ମ୍ୟାଚରେ ଭାରତ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ପାକିସ୍ତାନ ଗୋଟିଏ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକାଠାରୁ ହାରିଛି। ଅନ୍ୟ ଏକ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ପୂରା ଆତ୍ମବିଶ୍ୱାସରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ପାକିସ୍ତାନୀ ଦଳ ବିଶ୍ୱକପରେ ଭାରତ ବିପକ୍ଷରେ ବିଜୟ ହାସଲ କରିବାରେ ସକ୍ଷମ ହୋଇ ନାହିଁ।
-ଭାରତ ବନାମ ପାକିସ୍ତାନ ଟି -୨୦ ବିଶ୍ୱକପ ୨୦୨୧ ମ୍ୟାଚ କେବେ ଖେଳାଯିବ?
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ୨୦୨୧ ମ୍ୟାଚ ୨୪ ଅକ୍ଟୋବର ଅର୍ଥାତ୍‌ ଆଜି ଖେଳାଯିବ।
-କେଉଁଠାରେ ଖେଳାଯିବ?
ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।
-କେଉଁ ସମୟରେ ଭାରତ ବନାମ ପାକିସ୍ତାନ ଟି -୨- ବିଶ୍ୱକପ ମ୍ୟାଚ ଆରମ୍ଭ ହେବ?
ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଭାରତୀୟ ସମୟ ସା ୭.୩୦ରେ ଆରମ୍ଭ ହେବ। ଟସ୍‌ ୭ଟାରେ ହେବ।
-କେଉଁ ଚ୍ୟାନେଲରେ ହେବ ସିଧା ପ୍ରସାରଣ?
ଭାରତ ବନାମ ପାକିସ୍ତାନ ମ୍ୟାଚ ଷ୍ଟାର୍‌ ସ୍ପୋର୍ଟସ ୧/୧ ଏଚ୍‌ଡି, ଷ୍ଟାର୍‌ ସ୍ପୋର୍ଟସ ୧ ହିନ୍ଦୀ / ୧ ଏଚ୍‌ଡି ହିନ୍ଦୀ, ଷ୍ଟାର୍‌ ସ୍ପୋର୍ଟସ ୩, ଷ୍ଟାର୍‌ ସ୍ପୋର୍ଟସ ୧ ତାମିଲ, ୧ ତେଲୁଗୁ ଏବଂ ୧ କନ୍ନଡରେ ସିଧା ପ୍ରସାରଣ ହେବ।

ଅନଲାଇନରେ ଲାଇଭ ଷ୍ଟ୍ରିମିଂ?
ଭାରତ ବନାମ ପାକିସ୍ତାନ ମ୍ୟାଚ ଡିସ୍ନି ପ୍ଲସ ହଟଷ୍ଟାର୍‌ ଆପରେ ଲାଇଭ ଷ୍ଟ୍ରିମିଂ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ

କଟକ,୧୨ା୭: ମୁଣ୍ଡଳିରେ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାର ତା’ର ୪ଟି ଗେଟ୍‌ ଖୋଲିଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ…

‘ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ’ – ଆମେରିକା ଧମକର ଜବାବ ଦେଇଛି ଇରାନ; ଜାଣନ୍ତୁ ହର୍ମୁଜ ବିଷୟରେ କ’ଣ କହିଛି

ତେହରାନ,୧୨।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଇରାନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି।…

ଇରାନ ଉପରେ ମାଡ଼ ହେଲା ୧୪୦ ମିଶାଇଲ

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପାଇଁ ପ୍ରତ୍ୟେକ ଆଶା ବାରମ୍ବାର ଧୂଆଁରେ ଉଠୁଥିବା ପରି ମନେ ହେଉଛି। କୌଣସି ଚୁକ୍ତି ଚୂଡ଼ାନ୍ତ ହେବା ପୂର୍ବରୁ,…

Crude Oil Price : ହର୍ମୁଜ ବନ୍ଦ, ଇରାନ ଉପରେ ଆମେରିକାର ଆକ୍ରମଣ ଆରମ୍ଭ ଅଶୋଧିତ ତୈଳ ମୂଲ୍ୟ ଉପରେ କ’ଣ ପଡ଼ିଲା ପ୍ରଭାବ? ଜାଣନ୍ତୁ…

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁ ଅଶୋଧିତ ତୈଳ ବଜାରରେ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି। ଇରାନ ଉପରେ ଆମେରିକାର ଆକ୍ରମଣ…

ତାଜ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ତଦନ୍ତ ଆରମ୍ଭ କରିଛି ପୋଲିସ

ମୁମ୍ବାଇ,୧୨।୭: ମୁମ୍ବାଇର ତାଜ ହୋଟେଲକୁ ଉଡାଇ ଦେବାକୁ ବୋମା ଧମକ ଦିଆଯାଇଛି। ରବିବାର (୧୨ ଜୁଲାଇ) ମଧ୍ୟରାତ୍ରିରେ କଣ୍ଟ୍ରୋଲ ରୁମକୁ ଏହି ହୋଟେଲ ସମ୍ପର୍କରେ ବୋମା ଧମକ…

ଆଜି ବରଗଡ଼ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ: ଏପଟେ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ରବିବାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri