Posted inଖେଳ

ମ୍ୟାଚ୍‌ ପରେ ‘ସଫ୍ଟ ସିଗ୍‌ନାଲ୍‌’କୁ ନେଇ ରାଗିଯାଇ ଏଭଳି କହିଲେ କୋହଲି

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ତୃତୀୟ ଅମ୍ପାୟାରଙ୍କ ଏକାଧିକ ଭୁଲ ନିଷ୍ପତ୍ତି ଅନେକଙ୍କୁ ଚକିତ କରିଥିଲା। ବିଶେଷକରି ଭଲ ଖେଳୁଥିବା ସୂର୍ଯ୍ୟକୁମାର ଯାଦବଙ୍କ ଉଇକେଟ ଯିବା ଅନେକଙ୍କୁ ନିରାଶ କରିଥିଲା। ଟେଲିଭିଜନ ରିପ୍ଲେରେ ପ୍ରମାଣ ନ ମିଳିବା ପରେ ପଡ଼ିଆରେ ଥିବା ଅମ୍ପାୟାରଙ୍କ ‘ସଫ୍ଟ ସିଗ୍‌ନାଲ’କୁ ଠିକ୍‌ ଦର୍ଶାଇ ଆଉଟ୍‌ ବୋଲି କହିଥିଲେ। ଏହି ଘଟଣାକୁ ନେଇ ରାଗି ଯାଇଥିଲେ ଅଧିନାୟକ ବିରାଟ କୋହଲି। ତାଙ୍କୁ ମ୍ୟାଚ୍‌ ପରେ ଏନେଇ ପଚରାଯିବା ପରେ ସେ କହିଥିଲେ, ଟେଷ୍ଟ ସିରିଜ୍‌ରେ ଅଜିଙ୍କ୍ୟ ରାହାନେ ମଧ୍ୟ ଗୋଟିଏ କ୍ୟାଚ୍‌ ଧରିଥିଲେ, ଯାହାକୁ ନେଇ ଆଶ୍ୱସ୍ତ ନ ଥିଲେ। ଯେତେବେଳେ ପରିଶ୍ରମ ଅଧାରୁ ଅଧା ହୋଇଥାଏ ସେତେବେଳେ ସଫ୍ଟ ସିଗ୍‌ନାଲ ପ୍ରମୁଖ ହୋଇଯାଇଥାଏ। ଅମ୍ପାୟାରମାନଙ୍କ ପାଇଁ ମଧ୍ୟ ମୋତେ ଜଣା ନାହିଁ ବୋଲି କିଛି ରହିବା ଆବଶ୍ୟକ। ଖେଳ ଠିକ୍‌ ଭାବେ ଚାଲୁ ସେଥିପାଇଁ ଏସବୁ ଜିନିଷ ସଜଡା ଯିବା ଆବଶ୍ୟକ। ଆମକୁ ପଡ଼ିଆରେ ସ୍ପଷ୍ଟତା ଆବଶ୍ୟକ ବୋଲି ବିରାଟ କହିଛନ୍ତି।

ପ୍ରକାଶ ଯେ, ସୂର୍ଯ୍ୟକୁମାର ୫୭ରନ୍‌ କରି ବ୍ୟାଟିଂ କରୁଥିବା ବେଳେ ସାମ୍‌ କୁରାନଙ୍କ ଓଭରରେ ଫାଇନ୍‌ ଲେଗ୍‌ ଆଡକୁ ଖେଳିବାକୁ ଚେଷ୍ଟା କରି କ୍ୟାଚ୍‌ ଦେଇଥିଲେ। ଏହାକୁ ଡେଭିଡ ମଲାନ ଧରିଥିଲେ। ପଡ଼ିଆରେ ଥିବା ଅମ୍ପାୟାର ଏହାକୁ ଆଉଟ୍‌ ବୋଲି କହିଥିଲେ। ହେଲେ ପରେ ସ୍ଥିତି ଏଭଳି ହେଲା ଏହାକୁ ତୃତୀୟ ଅମ୍ପାୟାରଙ୍କ ପାଖକୁ ପଠାଯାଇଥିଲା। ରିପ୍ଲେ ଦେଖାଯିବା ପରେ ବଲ୍‌ଟି ଘାସ ସ୍ପର୍ଶ କରିଥିବା ଦେଖାଯାଇଥିଲା। ତଥାପି ଅମ୍ପାୟାର ବିରେନ୍ଦ୍ର ଶର୍ମା କ୍ରିକେଟର ଆଉଟ୍‌ ନିଷ୍ପତ୍ତି ପୂର୍ବବତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

୧୦ଟି ୱିକେଟ ନେବା ସତ୍ତ୍ୱେ ମାନବ ସୁଥରଙ୍କୁ କାହିଁକି ମିଳିଲା ନାହିଁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୮: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନ ଅଲରାଉଣ୍ଡର ମାନବ ସୁଥର ୧୦ ୱିକେଟ ନେଇଥିଲେ। ସେ ପ୍ରଥମ ଇନିଂସରେ ୪ ଜଣ ଏବଂ…

ହକି ବିଶ୍ୱକପ ମଇଦାନରେ ଭୟଙ୍କର ଦୁର୍ଘଟଣା, ଭାରତୀୟ ଖେଳାଳି ଲହୁଲୁହାଣ

ନୂଆଦିଲ୍ଲୀ, ୧୯।୮: ଭାରତୀୟ ମହିଳା ହକି ଟିମ ମଙ୍ଗଳବାର ଏକ ଐତିହାସିକ ବିଜୟ ହାସଲ କରିଛି। ନେଦରଲାଣ୍ଡ୍ସର ଆମଷ୍ଟେଲଭନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ…

ଗାଲେ ଟେଷ୍ଟକୁ ୧୬୫ ରନରେ ଜିତିଲା ଭାରତ; ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

ନୂଆଦିଲ୍ଲୀ,୧୯।୮: ଗାଲେ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରିଛି। ଚତୁର୍ଥ ଇନିଂସରେ ୩୭୨ ରନର ଟାର୍ଗେଟ ପିଛା କରି ଶ୍ରୀଲଙ୍କା କେବଳ ୨୦୬ ରନ…

Video: ଦୁଇ ପତ୍ନୀଙ୍କ କଳହ ମଧ୍ୟରେ ବେହୋସ ହେଲେ ଫୁଟବଲ ପ୍ରଶିକ୍ଷକ, ଚେତା ଫେରିବା ପରେ ପ୍ରଥମ ପତ୍ନୀଙ୍କ ସହ କଲେ ଏମିତି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୯।୮: ପ୍ରାୟତଃ, ଦୁଇଜଣଙ୍କ ମଧ୍ୟରେ ବିବାଦର ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି କ୍ରସଫାୟାରରେ ଫସି ଯାଆନ୍ତି; କିନ୍ତୁ, ଯେତେବେଳେ ବିବାଦ ଜଣେ ପୁରୁଷଙ୍କ ଦୁଇ ସ୍ତ୍ରୀଙ୍କ…

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri