ବଚ୍ଚନସୁଧା ହତ୍ୟା ଘଟଣାର ଅନ୍ତରାଳେ…

ଭୁବନେଶ୍ୱର,୧୯।୩(ବ୍ୟୁରୋ): ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀଙ୍କୁ ଘରେ ନିୟୋଜିତ କରାଯାଇଥିଲା। ହେଲେ ସେ ସୁନାଗହଣା ଲୁଟ୍‌ କରିବାକୁ ମାଲିକାଣୀଙ୍କୁ ହତ୍ୟା କରିବାକୁ ପଛାଇ ନ ଥିଲେ। ଅତି ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବଚ୍ଚନସୁଧା ପଟ୍ଟନାୟକ ପଡ଼ିଥିବାବେଳେ ଫେରାର ହୋଇଯାଇଥିଲେ ଅଭିଯୁକ୍ତ। ୨୦୧୩ ସେପ୍ଟେମ୍ବର ୧୧ ତାରିଖରେ ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ଘଟିଥିବା ସେହି ଲୋମଟାଙ୍କୁରା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଦୀର୍ଘ ୭ବର୍ଷ ପରେ ଗୁରୁବାର ଖୋର୍ଦ୍ଧା ଜିଲା ଦୌରାଜଜ୍‌ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଦାଲତଙ୍କ ଏହି ରାୟକୁ ବଚ୍ଚନସୁଧାଙ୍କ ପରିବାର ସମେତ ବିଭିନ୍ନ
ମହଲରେ ସ୍ବାଗତ କରାଯାଇଛି।

ଘଟଣା ଦିନ ମନୁଚରଣ ପଟ୍ଟନାୟକଙ୍କ ଘରେ ସୁରକ୍ଷା କର୍ମୀ ଦୀପ୍ତିରଞ୍ଜନଙ୍କ ଡ୍ୟୁଟି ଥିଲା। ମନୁଚରଣ ବ୍ୟବସାୟକୁ ଚାଲିଯିବା ପରେ ସ୍ତ୍ରୀ ବଚ୍ଚନସୁଧା ଘରେ ଏକଲା ଥିଲେ। ଏପରି କି ସେଦିନ ଚାକରାଣୀ ମଧ୍ୟ ଛୁଟିରେ ଥିଲେ। ଏହାର ସୁୁଯୋଗ ନେଇ ପୂର୍ବ ଯୋଜନା ମୁତାବକ ଦୀପ୍ତିରଞ୍ଜନ ବଚ୍ଚନସୁଧାଙ୍କୁ ହତ୍ୟା କରି ଟଙ୍କା ଓ ସୁନାଅଳଙ୍କାର ଲୁଟ୍‌ କରିବାକୁ ମନସ୍ଥ କରିଥିଲେ। ସେ ଘର ଭିତରକୁ ଯିବା ପାଇଁ ପ୍ରଥମେ କବାଟ ବାଡ଼େଇଥିଲେ। ହେଲେ ସେ ନ ଖୋଲିବାରୁ ଦୀପ୍ତିରଞ୍ଜନ ପ୍ରଥମ ମହଲା ଚଢ଼ି ବାଲକୋନି ବାଟେ ଘରକୁ ପ୍ରବେଶ କରିଥିଲେ। ଏହି ସମୟରେ ବଚ୍ଚନସୁଧା ରୋଷେଇ ଘରେ ପରିବା କାଟୁଥିଲେ। ଦୀପ୍ତିରଞ୍ଜନ ରୋଷେଇ ଘରକୁ ଯାଇ ତାଙ୍କ ହାତରୁ ଛୁରି ଛଡ଼ାଇ ବେକ ଓ ମୁଣ୍ଡକୁ ବୀଭତ୍ସ ଭାବେ ଭୁସିଥିଲେ। ପରେ ଘରେ ଥିବା ସୁନା, ହୀରା ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ବଚ୍ଚନସୁଧାଙ୍କୁ ଛୁରି ଭୁଶିବା ସମୟରେ ଜୀବନ ବିକଳରେ ସେ ଦୀପ୍ତିଞ୍ଜନଙ୍କ ହାତକୁ କାମୁଡ଼ି ଦେଇଥିଲେ। ତେଣୁ ଦୀପ୍ତିରଞ୍ଜନ ହତ୍ୟା କରିସାରି ଖୋର୍ଦ୍ଧା ଯାଇ ତାଙ୍କ ହାତ ଚିକିତ୍ସା କରାଇଥିଲେ। ଏହା ପରେ ତାଙ୍କ ପ୍ରେମିକାଙ୍କ ରୁମ୍‌କୁ ଯାଇ ସେଠାରେ ଲୁଟ୍‌ ସାମଗ୍ରୀ କିଛି ରଖିଥିଲେ। ପରେ ପିପିଲିରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ପଳାଇଥିଲେ। ହେଲେ ସମ୍ପର୍କୀୟ ଜଣକ ରଖିବାକୁ ମନା କରିଦେବାରୁ ଦୀପ୍ତିରଞ୍ଜନ ସେଠାରୁ ନୟାଗଡ଼ ପଳାଇଥିଲେ ବୋଲି ତଦନ୍ତ ସମୟରେ ଅଭିଯୁକ୍ତଙ୍କଠାରୁ ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ଘଟଣାସ୍ଥଳକୁ ଯାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ଯାଞ୍ଚ କରିବା ସହ ରକ୍ତ ଲଗା ଛୁରି, ଏକ ଭିଜିଟିଂ କାର୍ଡ ଆଦି ଜବତ କରିଥିଲା। ପରେ ଜବତ ଜିନିଷରୁ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ ପଠାଯିବା ସହ ରକ୍ତ ନମୁନା ସଂଗ୍ରହ କରାଯାଇ ଡିଏନ୍‌ଏ ଟେଷ୍ଟ ପାଇଁ ଲାବ୍‌କୁ ପଠାଯାଇଥିଲା।
ନୃଶଂସ ଭାବେ ବେକ,ମୁଣ୍ଡକୁ ହାଣିଥିଲେ
ଟଙ୍କା ଓ ସୁନା ଅଳଙ୍କାର ଲୁଟ ପାଇଁ ଦୀପ୍ତିରଞ୍ଜନ ଏତେ ନୃଶଂସ ହୋଇପଡିଥିଲେ ଯେ ନିଜ ମାଲିକାଣୀଙ୍କୁ ଛୁରିରେ ବାରମ୍ବାର ଭୁସି ଚାଲିଥିଲେ। ଅଟୋପ୍ସି ରିପୋର୍ଟ ଅନୁଯାୟୀ ବଚ୍ଚନସୁଧାଙ୍କ ଦେହରେ ୬ଥର ଛୁରିରେ ଭୁସାଯାଇଥିଲା। ତାଙ୍କ ବେକରେ ତିନିଥର, ମୁଣ୍ଡରେ ଥରେ ଓ କାନ୍ଧରେ ଦୁଇଥର ଛୁରା ମାଡ଼ ହୋଇଥିଲା। ଫଳରେ ଅଧିକ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା।

ଘର ପଛପଟ ଡ୍ରେନ୍‌ରୁ ମିଳିଥିଲା
ରକ୍ତ ଭିଜା ଶାର୍ଟ, ଭ୍ୟାନିଟି
ଦୀପ୍ତିରଞ୍ଜନ ବଚ୍ଚନସୁଧାଙ୍କୁ ହତ୍ୟା କରିବା ପରେ ଧରା ନ ପଡ଼ିବା ପାଇଁ ପ୍ରମାଣ ନଷ୍ଟ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ହତ୍ୟାପରେ ନିଜ ରକ୍ତ ଲଗା ଶାର୍ଟ, ବଚ୍ଚନସୁଧାଙ୍କ ଫୋନ ଓ ଭ୍ୟାନିଟି ବ୍ୟାଗ୍‌ ହତ୍ୟାକାଣ୍ଡ ଘଟିଥିବା ଘରର ପଛପଟେ ଥିବା ଏକ ଡ୍ରେନ୍‌ରେ ପକାଇ ଦେଇଥିଲେ। ପୋଲିସ ଏହାକୁ ଜବତ କରିବା ସହ ସାଇଣ୍ଟିଫିକ୍‌ ଯାଞ୍ଚ ପାଇଁ ପଠାଇଥିଲା।
ଅଭିଯୁକ୍ତଙ୍କ ସାଇକୋ- ଆନାଲିଷ୍ଟ
ଟେଷ୍ଟ କରାଯାଇଥିଲା
ହତ୍ୟାକାଣ୍ଡର କୌଣସି ସାକ୍ଷୀ ନ ଥିବାବେଳେ ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରି ଅଭିଯୁକ୍ତ ଦୀପ୍ତିରଞ୍ଜନଙ୍କୁ ଗିରଫ କରିଥିଲା। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟାକାଣ୍ଡରେ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରିଥିଲା। ଏଥିପାଇଁ ୨୦୧୩ ସେପ୍ଟେମ୍ବର ୧୭ରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିଥିଲା। ହେଲେ ରିମାଣ୍ଡ ସମୟରେ ଅଭିଯୁକ୍ତ ଦୀପ୍ତିରଞ୍ଜନ ହତ୍ୟାକାଣ୍ଡ ସମ୍ବନ୍ଧରେ ଅନେକ କିଛି ମାନି ନ ଥିଲେ। ଏହା ପରେ ତାଙ୍କର ସାଇକୋ-ଆନାଲିସିସ୍‌ ଟେଷ୍ଟ କରାଯାଇଥିଲା। ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଫରେନ୍‌ସିକ ସାଇନ୍ସ ଲାବୋରେଟୋରିର କ୍ଲିନିକାଲ୍‌ ସାଇକୋଲୋଜିଷ୍ଟ ଆଶା ଶ୍ରୀବାସ୍ତବ ଏହି ଟେଷ୍ଟ କରିଥିଲେ।
ବାନ୍ଧବୀଙ୍କ ଆଗରେ ବଖାଣିଥିଲେ ହତ୍ୟାକାଣ୍ଡର କାହାଣୀ
ବଚ୍ଚନସୁଧାଙ୍କୁ ହତ୍ୟା କରିବା ପରେ ଦୀପ୍ତିରଞ୍ଜନ ଆତ୍ମଗୋପନ ପାଇଁ ବିଭିନ୍ନ ସ୍ଥାନ ଘୁରିବୁଲି ଥିଲେ। ଘଟଣା ପରେ ସେ ପଳାଶୁଣୀରେ ରହୁଥିବା ତାଙ୍କ ବାନ୍ଧବୀଙ୍କ ଘରକୁ ଯାଇଥିଲେ। ପରେ ସେଠାରୁ ସେ ନୟାଗଡ଼ ପଳାଇଥିଲେ। ନୟାଗଡ଼ରେ ଗୋଟେ ଦିନ ରହିବା ପରେ ପୁଣି ଥରେ ତାଙ୍କ ବାନ୍ଧବୀଙ୍କ ପାଖକୁ ଫେରି ଆସିଥିଲେ। ଏହା ସହ ବାନ୍ଧବୀଙ୍କୁ ହତ୍ୟାକାଣ୍ଡର ସମସ୍ତ କାହାଣୀ ଶୁଣାଇଥିଲେ। ଦୀପ୍ତିରଞ୍ଜନ ପଳାଶୁଣୀରେ ଥିବା ତାଙ୍କ ବାନ୍ଧବୀଙ୍କ ଘରେ ଥିବାନେଇ ପୋଲିସ ବିଶ୍ୱସ୍ତସୂତ୍ରରୁ ଜାଣିବାକୁ ପାଇ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।
ହୀରା ଲକେଟ୍‌ ପାଇଁ ହତ୍ୟା କରିଥିଲେ
ବଚ୍ଚନସୁଧାଙ୍କ ସ୍ବାମୀ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ। ହତ୍ୟାକାଣ୍ଡର ଦୁଇମାସ ତଳେ ଦୀପ୍ତିରଞ୍ଜନ ସୁରକ୍ଷା କର୍ମୀ ଭାବେ ବଚ୍ଚନସୁଧାଙ୍କ ଘରେ ରହିଥିଲେ। ସୁରକ୍ଷା କର୍ମୀ ଭାବେ ରହିବା ପରେ ଘର ମାଲିକଙ୍କ ଆଭିଜାତ୍ୟ ଓ ବିଳାସପୂର୍ଣ୍ଣ ଚଳଣି ଦେଖି ତାଙ୍କ ମନରେ ସୈତାନ ବୁଦ୍ଧି ଜାଗ୍ରତ ହୋଇଥିଲା। ଏଥିସହିତ ପ୍ରତିଦିନ ବଚ୍ଚନସୁଧା ପିନ୍ଧିଥିବା ହୀରା ଲକେଟ୍‌ ଦେଖି ଦୀପ୍ତିରଞ୍ଜନ ସୁଯୋଗ ଦେଖି ଲୁଟ୍‌ କରିବାର ପ୍ଲାନ୍‌ ପ୍ରସ୍ତୁତ କରିଥିଲେ। ଏହା ପରେ ଘରେ କେହି ନ ଥିବା ସମୟରେ ସେ ବଚ୍ଚନସୁଧାଙ୍କୁ ହତ୍ୟା କରି ତାଙ୍କ ନିକଟରୁ ହୀରା ଲକେଟ୍‌ ଲୁଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?