ବଚ୍ଚନସୁଧା ହତ୍ୟା ଘଟଣାର ଅନ୍ତରାଳେ…

ଭୁବନେଶ୍ୱର,୧୯।୩(ବ୍ୟୁରୋ): ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀଙ୍କୁ ଘରେ ନିୟୋଜିତ କରାଯାଇଥିଲା। ହେଲେ ସେ ସୁନାଗହଣା ଲୁଟ୍‌ କରିବାକୁ ମାଲିକାଣୀଙ୍କୁ ହତ୍ୟା କରିବାକୁ ପଛାଇ ନ ଥିଲେ। ଅତି ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବଚ୍ଚନସୁଧା ପଟ୍ଟନାୟକ ପଡ଼ିଥିବାବେଳେ ଫେରାର ହୋଇଯାଇଥିଲେ ଅଭିଯୁକ୍ତ। ୨୦୧୩ ସେପ୍ଟେମ୍ବର ୧୧ ତାରିଖରେ ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ଘଟିଥିବା ସେହି ଲୋମଟାଙ୍କୁରା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଦୀର୍ଘ ୭ବର୍ଷ ପରେ ଗୁରୁବାର ଖୋର୍ଦ୍ଧା ଜିଲା ଦୌରାଜଜ୍‌ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଦାଲତଙ୍କ ଏହି ରାୟକୁ ବଚ୍ଚନସୁଧାଙ୍କ ପରିବାର ସମେତ ବିଭିନ୍ନ
ମହଲରେ ସ୍ବାଗତ କରାଯାଇଛି।

ଘଟଣା ଦିନ ମନୁଚରଣ ପଟ୍ଟନାୟକଙ୍କ ଘରେ ସୁରକ୍ଷା କର୍ମୀ ଦୀପ୍ତିରଞ୍ଜନଙ୍କ ଡ୍ୟୁଟି ଥିଲା। ମନୁଚରଣ ବ୍ୟବସାୟକୁ ଚାଲିଯିବା ପରେ ସ୍ତ୍ରୀ ବଚ୍ଚନସୁଧା ଘରେ ଏକଲା ଥିଲେ। ଏପରି କି ସେଦିନ ଚାକରାଣୀ ମଧ୍ୟ ଛୁଟିରେ ଥିଲେ। ଏହାର ସୁୁଯୋଗ ନେଇ ପୂର୍ବ ଯୋଜନା ମୁତାବକ ଦୀପ୍ତିରଞ୍ଜନ ବଚ୍ଚନସୁଧାଙ୍କୁ ହତ୍ୟା କରି ଟଙ୍କା ଓ ସୁନାଅଳଙ୍କାର ଲୁଟ୍‌ କରିବାକୁ ମନସ୍ଥ କରିଥିଲେ। ସେ ଘର ଭିତରକୁ ଯିବା ପାଇଁ ପ୍ରଥମେ କବାଟ ବାଡ଼େଇଥିଲେ। ହେଲେ ସେ ନ ଖୋଲିବାରୁ ଦୀପ୍ତିରଞ୍ଜନ ପ୍ରଥମ ମହଲା ଚଢ଼ି ବାଲକୋନି ବାଟେ ଘରକୁ ପ୍ରବେଶ କରିଥିଲେ। ଏହି ସମୟରେ ବଚ୍ଚନସୁଧା ରୋଷେଇ ଘରେ ପରିବା କାଟୁଥିଲେ। ଦୀପ୍ତିରଞ୍ଜନ ରୋଷେଇ ଘରକୁ ଯାଇ ତାଙ୍କ ହାତରୁ ଛୁରି ଛଡ଼ାଇ ବେକ ଓ ମୁଣ୍ଡକୁ ବୀଭତ୍ସ ଭାବେ ଭୁସିଥିଲେ। ପରେ ଘରେ ଥିବା ସୁନା, ହୀରା ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ବଚ୍ଚନସୁଧାଙ୍କୁ ଛୁରି ଭୁଶିବା ସମୟରେ ଜୀବନ ବିକଳରେ ସେ ଦୀପ୍ତିଞ୍ଜନଙ୍କ ହାତକୁ କାମୁଡ଼ି ଦେଇଥିଲେ। ତେଣୁ ଦୀପ୍ତିରଞ୍ଜନ ହତ୍ୟା କରିସାରି ଖୋର୍ଦ୍ଧା ଯାଇ ତାଙ୍କ ହାତ ଚିକିତ୍ସା କରାଇଥିଲେ। ଏହା ପରେ ତାଙ୍କ ପ୍ରେମିକାଙ୍କ ରୁମ୍‌କୁ ଯାଇ ସେଠାରେ ଲୁଟ୍‌ ସାମଗ୍ରୀ କିଛି ରଖିଥିଲେ। ପରେ ପିପିଲିରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ପଳାଇଥିଲେ। ହେଲେ ସମ୍ପର୍କୀୟ ଜଣକ ରଖିବାକୁ ମନା କରିଦେବାରୁ ଦୀପ୍ତିରଞ୍ଜନ ସେଠାରୁ ନୟାଗଡ଼ ପଳାଇଥିଲେ ବୋଲି ତଦନ୍ତ ସମୟରେ ଅଭିଯୁକ୍ତଙ୍କଠାରୁ ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ଘଟଣାସ୍ଥଳକୁ ଯାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ଯାଞ୍ଚ କରିବା ସହ ରକ୍ତ ଲଗା ଛୁରି, ଏକ ଭିଜିଟିଂ କାର୍ଡ ଆଦି ଜବତ କରିଥିଲା। ପରେ ଜବତ ଜିନିଷରୁ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ ପଠାଯିବା ସହ ରକ୍ତ ନମୁନା ସଂଗ୍ରହ କରାଯାଇ ଡିଏନ୍‌ଏ ଟେଷ୍ଟ ପାଇଁ ଲାବ୍‌କୁ ପଠାଯାଇଥିଲା।
ନୃଶଂସ ଭାବେ ବେକ,ମୁଣ୍ଡକୁ ହାଣିଥିଲେ
ଟଙ୍କା ଓ ସୁନା ଅଳଙ୍କାର ଲୁଟ ପାଇଁ ଦୀପ୍ତିରଞ୍ଜନ ଏତେ ନୃଶଂସ ହୋଇପଡିଥିଲେ ଯେ ନିଜ ମାଲିକାଣୀଙ୍କୁ ଛୁରିରେ ବାରମ୍ବାର ଭୁସି ଚାଲିଥିଲେ। ଅଟୋପ୍ସି ରିପୋର୍ଟ ଅନୁଯାୟୀ ବଚ୍ଚନସୁଧାଙ୍କ ଦେହରେ ୬ଥର ଛୁରିରେ ଭୁସାଯାଇଥିଲା। ତାଙ୍କ ବେକରେ ତିନିଥର, ମୁଣ୍ଡରେ ଥରେ ଓ କାନ୍ଧରେ ଦୁଇଥର ଛୁରା ମାଡ଼ ହୋଇଥିଲା। ଫଳରେ ଅଧିକ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା।

ଘର ପଛପଟ ଡ୍ରେନ୍‌ରୁ ମିଳିଥିଲା
ରକ୍ତ ଭିଜା ଶାର୍ଟ, ଭ୍ୟାନିଟି
ଦୀପ୍ତିରଞ୍ଜନ ବଚ୍ଚନସୁଧାଙ୍କୁ ହତ୍ୟା କରିବା ପରେ ଧରା ନ ପଡ଼ିବା ପାଇଁ ପ୍ରମାଣ ନଷ୍ଟ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ହତ୍ୟାପରେ ନିଜ ରକ୍ତ ଲଗା ଶାର୍ଟ, ବଚ୍ଚନସୁଧାଙ୍କ ଫୋନ ଓ ଭ୍ୟାନିଟି ବ୍ୟାଗ୍‌ ହତ୍ୟାକାଣ୍ଡ ଘଟିଥିବା ଘରର ପଛପଟେ ଥିବା ଏକ ଡ୍ରେନ୍‌ରେ ପକାଇ ଦେଇଥିଲେ। ପୋଲିସ ଏହାକୁ ଜବତ କରିବା ସହ ସାଇଣ୍ଟିଫିକ୍‌ ଯାଞ୍ଚ ପାଇଁ ପଠାଇଥିଲା।
ଅଭିଯୁକ୍ତଙ୍କ ସାଇକୋ- ଆନାଲିଷ୍ଟ
ଟେଷ୍ଟ କରାଯାଇଥିଲା
ହତ୍ୟାକାଣ୍ଡର କୌଣସି ସାକ୍ଷୀ ନ ଥିବାବେଳେ ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରି ଅଭିଯୁକ୍ତ ଦୀପ୍ତିରଞ୍ଜନଙ୍କୁ ଗିରଫ କରିଥିଲା। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟାକାଣ୍ଡରେ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରିଥିଲା। ଏଥିପାଇଁ ୨୦୧୩ ସେପ୍ଟେମ୍ବର ୧୭ରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିଥିଲା। ହେଲେ ରିମାଣ୍ଡ ସମୟରେ ଅଭିଯୁକ୍ତ ଦୀପ୍ତିରଞ୍ଜନ ହତ୍ୟାକାଣ୍ଡ ସମ୍ବନ୍ଧରେ ଅନେକ କିଛି ମାନି ନ ଥିଲେ। ଏହା ପରେ ତାଙ୍କର ସାଇକୋ-ଆନାଲିସିସ୍‌ ଟେଷ୍ଟ କରାଯାଇଥିଲା। ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଫରେନ୍‌ସିକ ସାଇନ୍ସ ଲାବୋରେଟୋରିର କ୍ଲିନିକାଲ୍‌ ସାଇକୋଲୋଜିଷ୍ଟ ଆଶା ଶ୍ରୀବାସ୍ତବ ଏହି ଟେଷ୍ଟ କରିଥିଲେ।
ବାନ୍ଧବୀଙ୍କ ଆଗରେ ବଖାଣିଥିଲେ ହତ୍ୟାକାଣ୍ଡର କାହାଣୀ
ବଚ୍ଚନସୁଧାଙ୍କୁ ହତ୍ୟା କରିବା ପରେ ଦୀପ୍ତିରଞ୍ଜନ ଆତ୍ମଗୋପନ ପାଇଁ ବିଭିନ୍ନ ସ୍ଥାନ ଘୁରିବୁଲି ଥିଲେ। ଘଟଣା ପରେ ସେ ପଳାଶୁଣୀରେ ରହୁଥିବା ତାଙ୍କ ବାନ୍ଧବୀଙ୍କ ଘରକୁ ଯାଇଥିଲେ। ପରେ ସେଠାରୁ ସେ ନୟାଗଡ଼ ପଳାଇଥିଲେ। ନୟାଗଡ଼ରେ ଗୋଟେ ଦିନ ରହିବା ପରେ ପୁଣି ଥରେ ତାଙ୍କ ବାନ୍ଧବୀଙ୍କ ପାଖକୁ ଫେରି ଆସିଥିଲେ। ଏହା ସହ ବାନ୍ଧବୀଙ୍କୁ ହତ୍ୟାକାଣ୍ଡର ସମସ୍ତ କାହାଣୀ ଶୁଣାଇଥିଲେ। ଦୀପ୍ତିରଞ୍ଜନ ପଳାଶୁଣୀରେ ଥିବା ତାଙ୍କ ବାନ୍ଧବୀଙ୍କ ଘରେ ଥିବାନେଇ ପୋଲିସ ବିଶ୍ୱସ୍ତସୂତ୍ରରୁ ଜାଣିବାକୁ ପାଇ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।
ହୀରା ଲକେଟ୍‌ ପାଇଁ ହତ୍ୟା କରିଥିଲେ
ବଚ୍ଚନସୁଧାଙ୍କ ସ୍ବାମୀ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ। ହତ୍ୟାକାଣ୍ଡର ଦୁଇମାସ ତଳେ ଦୀପ୍ତିରଞ୍ଜନ ସୁରକ୍ଷା କର୍ମୀ ଭାବେ ବଚ୍ଚନସୁଧାଙ୍କ ଘରେ ରହିଥିଲେ। ସୁରକ୍ଷା କର୍ମୀ ଭାବେ ରହିବା ପରେ ଘର ମାଲିକଙ୍କ ଆଭିଜାତ୍ୟ ଓ ବିଳାସପୂର୍ଣ୍ଣ ଚଳଣି ଦେଖି ତାଙ୍କ ମନରେ ସୈତାନ ବୁଦ୍ଧି ଜାଗ୍ରତ ହୋଇଥିଲା। ଏଥିସହିତ ପ୍ରତିଦିନ ବଚ୍ଚନସୁଧା ପିନ୍ଧିଥିବା ହୀରା ଲକେଟ୍‌ ଦେଖି ଦୀପ୍ତିରଞ୍ଜନ ସୁଯୋଗ ଦେଖି ଲୁଟ୍‌ କରିବାର ପ୍ଲାନ୍‌ ପ୍ରସ୍ତୁତ କରିଥିଲେ। ଏହା ପରେ ଘରେ କେହି ନ ଥିବା ସମୟରେ ସେ ବଚ୍ଚନସୁଧାଙ୍କୁ ହତ୍ୟା କରି ତାଙ୍କ ନିକଟରୁ ହୀରା ଲକେଟ୍‌ ଲୁଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ ୟୁନିଟ୍‌ ସ୍ଥାପନ ପ୍ରସଙ୍ଗ: ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର/କଟକ ଅଫିସ, ୨୦ା୭(ବ୍ୟୁରୋ): ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ (ଲିଭର ଟ୍ରାନ୍ସପ୍ଲାଣ୍ଟ୍‌) ୟୁନିଟ୍‌...

ଫିକା ପଡ଼ିବ ଶକ୍ତିପୀଠ

ବଅଁରପାଳ, ୨୩ା୧୦(ଡି.ଏନ.ଏ.) ଚଳିତ ବର୍ଷ ଆଡମ୍ବରବିହୀନ ହେବ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତଳମୂଳସ୍ଥିତ ଦୁର୍ଗା ପୂଜା। ପ୍ରସିଦ୍ଧ ଦୁର୍ଗା ଦେବୀ ମନ୍ଦିରରେ ସବୁ ବର୍ଷ...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର ୧୫।୯(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍‌ ଅଫିସର ସ୍ତରରେ ଏକ ବଡଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ ଓ ରାଜସ୍ବ ବିଭାଗ ପକ୍ଷରୁ...

ଭଦ୍ରକରେ ପୁଣି ୨ ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା, ଦୁଇଜଣ ଯାକ ସୁରଟ ଫେରନ୍ତା

ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲାରେ ଶୁକ୍ରବାର ସକାଳୁ ପୁଣି ଦୁଇ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ବାସୁଦେବପୁର ମ୍ୟୁନିସିପାଲିଟିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ...

କରୋନା ଗୁଜବ ଯୋଗୁ କ୍ଷତିରେ କୁକୁଡା ଚାଷୀ

ଭୁବନେଶ୍ୱର,୪ା୩: ବ୍ରଏଲର କୁକୁଡ଼ା ମାଂସରେ କରୋନା ବ୍ୟାପିବାର ଗୁଜବ ଯୋଗୁ ଏବେ ଏହି ସାରା ଦେଶରେ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଓଡ଼ିଶାରେ କୁକୁଡ଼ା...

ଆଜି ମହାପ୍ରଭୁଙ୍କର ବନକଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୨୭।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଶ୍ରୀମନ୍ଦିର...

ଲଙ୍କାଗଡରେ ମାଓବାଦୀ ପୋଷ୍ଟର: ପୋଲିସ ଇନ୍‌ଫର୍ମରଙ୍କୁ ଚେତାବନୀ

ବାଲିଗୁଡା,୧୭ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଲଙ୍କାଗଡ଼ ପଞ୍ଚାୟତର ବିଭିନ୍ନ ଗଁାରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ମାଓବାଦୀ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର...

ରାଜଧାନୀରୁ କୋକେନ୍‌ କାରବାର : ୨ ଅଭିଯୁକ୍ତ ଯିବେ ରିମାଣ୍ଡରେ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜଧାନୀରୁ କୋକେନ୍‌ ମିଳିବା ଘଟଣାରେ ଗିରଫ ଅଭିଯୁଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଖୋଳତାଡ଼ କରିବ। ୨ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ...

Advertisement
Archives

Model This Week