Posted inଜାତୀୟ

ଟିକେଟ୍‌ ଦେବା ସତ୍ତ୍ୱେ ଭାଜପାରେ ମିଶିବାକୁ ମନା କଲେ ତୃଣମୂଳ କଂଗ୍ରେସ ନେତ୍ରୀ

କୋଲକାତା,୧୯।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ପ୍ରାର୍ଥୀ ଚୟନ ଚାଲିଛି। ଏବେ ଦଳଳେ ମିଶି ନ ଥିବା ଦୁଇ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇ ଚର୍ଚ୍ଚାକୁ ଆସିଛି ଭାଜପା। ପୂର୍ବତନ କଂଗ୍ରେସ ନେତା ସ୍ବର୍ଗତ ସୋମନ ମିତ୍ରଙ୍କ ସ୍ତ୍ରୀ ଶିଖା ମିତ୍ରଙ୍କୁ ଚୌରିଙ୍ଗି ଆସନରୁ ପ୍ରାର୍ଥୀ ଘୋଷଣା କରିଥିଲା। ଏହା ତାଙ୍କ ଅନୁମୋଦନ ବିନା ଘୋଷଣା କରାଯାଇଛି ଏବଂ ସେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଶିଖା କହିଛନ୍ତି। ଭାଜପାରେ ଯୋଗଦେବା ଚର୍ଚ୍ଚାରେ ମଧ୍ୟ ସେ ବିରାମ ଲଗାଇଛନ୍ତି। ଭାଜପା ନେତା ତଥା ପାରିବାରିକ ବନ୍ଧୁ ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ ପରେ ଏଭଳି କଳ୍ପନାଜଳ୍ପନା ତୀବ୍ର ହୋଇଥିଲା। ଶିଖା ମିତ୍ର ଗଣମାଧ୍ୟମକୁ କହିଛନ୍ତି, ମୁଁ କୌଣସି ସ୍ଥାନରୁ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ। ମୋର ଅନୁମତି ବିନା ମୋର ନାମ ଘୋଷଣା କରାଯାଇଥିଲ। ମୁଁ ମଧ୍ୟ ଭାଜପାରେ ଯୋଗଦେବି ନାହିଁ। ମୁଁ ତୃଣମୂଳ କଂଗ୍ରେସ ସହିତ ଅଛି ଏବଂ ରହିବି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ସମୁଦାୟ ୮ଟି ପର୍ଯ୍ୟାୟରେ ୨୯୪ଟି ଆସନ ପାଇଁ ଭୋଟିଂ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୭ରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଦିଆଯିବ, ଶେଷ ପର୍ଯ୍ୟାୟରେ ଏପ୍ରିଲ ୨୯ରେ ହେବ। ମେ ୨ ରେ ଭୋଟ ଗଣାଯିବ ଏବଂ ଫଳାଫଳ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପେହଲୁଙ୍କ ବିରୋଧରେ ମରଣୋତ୍ତର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୦ା୬(ଆଇଏଏନ୍‌ଏସ୍‌): ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନ ପୋଲିସ ଶନିବାର ମୃତ ପେହଲୁ ଖାନ୍‌ଙ୍କ ସମେତ ତାଙ୍କର ଦୁଇପୁଅଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିବା ଖବର ପ୍ରକାଶ...

ପଞ୍ଜାବରେ ନିଜ ଦମ୍‌ରେ ଏକେଲା ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଅଶ୍ୱିନି ଶର୍ମା

ମାଲୋଟ,୮ ।୧: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବରେ ନିଜ ଦମରେ ଲଢିବ । ପଞ୍ଜାବରେ ଥିବା ସମସ୍ତ ୧୩ଟି...

ଦେଶରେ ଆଇନଗତ ସଚେତନତାର ପ୍ରସାରଣ ଜରୁରୀ…

ମୁମ୍ବାଇ,୨୪।୧୦: ଦେଶରେ ଆଇନଗତ ସଚେତନତାର ପ୍ରସାରଣ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ମହାରାଷ୍ଟ୍ର ଆଇନ ସେବା ପ୍ରାଧିକରଣ ଦ୍ୱାରା...

ଭାଜପାରୁ ପ୍ରାର୍ଥୀ ହେବାକୁ ମନା କଲେ ଏମ୍‌ବିଏ ଗ୍ରାଜୁଏଟ୍‌

ଥିରୁଭାନନ୍ତପୁରମ, ୧୫।୩ – ଆସନ୍ତା ମାସରେ କେରଳରେ ହେବାକୁ ଯାଉଛି ନିର୍ବାଚନ। ଓ୍ବାୟାନାଡ୍‌ ଜିଲାର ମନନ୍ଥଓ୍ବାଡି ଆସନରୁ ୩୧ ବର୍ଷୀୟ ଏମ୍‌ବିଏ ଗ୍ରାଜୁଏଟ୍‌ଙ୍କୁ ପ୍ରାର୍ଥୀ କରିଥିଲା...

ଆଇଏସ ସହ ସମ୍ପର୍କ: ୩ ସନ୍ଦିଗ୍ଧଙ୍କୁ ଏନଆଇଏର ଜେରା

ନୂଆଦିଲ୍ଲୀ,୨୯ା୪: ଆଇଏସ ସହ ସମ୍ପର୍କ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ କେରଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ପ୍ରଥମେ ୩ ସନ୍ଦିଗ୍ଧଙ୍କ ମଧ୍ୟରୁ...

ବାବା ରାମଦେବଙ୍କ ବଡ ନିଷ୍ପତ୍ତି, ରାମ ନବମୀରେ ୧୦୦ ଯୁବତୀ-ଯୁବକଙ୍କୁ କରିବେ ସନ୍ୟାସୀ

ଲକ୍ଷ୍ନୌ,୨୩ ।୩: ଯୋଗ ଗୁରୁ ବାବା ରାମଦେବ ରାମ ନବମୀ ଦିନ ୧୦୦ ଜଣଙ୍କୁ ସନ୍ୟାସ ଦିକ୍ଷା ଦେବେ । ସେଥିପାଇଁ ପତଞ୍ଜଳି ଯୋଗ ପୀଠରେ...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ବ୍ୟବସାୟୀ ଅରୁଣ ପିଲ୍ଲାଇ ଗିରଫ

ହାଇଦ୍ରାବାଦ୍‌,୭।୩: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ହାଇଦ୍ରାବାଦସ୍ଥିତ ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କୁ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଏହି ଦୁର୍ନୀତି ସହ ଜଡ଼ିତ ମାମଲାରେ...

ସୋନିଆଙ୍କୁ ପୁଣି କରୋନା

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସେ ସରକାରଙ୍କ...

Advertisement
Archives

Model This Week