ଅନୁଷ୍କାଙ୍କ ଜନ୍ମଦିନରେ ବିରାଟ ଦେଲେ ସ୍ବତନ୍ତ୍ର ଉପହାର, ସୋସିଆଲ ମିଡିଆରେ ଏସ୍‌ଏମ୍‌ଏସ୍‌ ଲେଖି ଅଜାଡ଼ି ଦେଲେ…

ମୁମ୍ବାଇ,୧ା୫: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଅର୍ଥାତ୍‌ ମେ’ ୧ରେ ୩୭ ବର୍ଷରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲି ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ବିରାଟ ଅନୁଷ୍କାଙ୍କ ପାଇଁ ଏପରି କିଛି କରିଛନ୍ତି, ଯାହା ପ୍ରକୃତରେ ସମସ୍ତଙ୍କୁ ହସାଇବ। ବିରାଟଙ୍କ ଏହି ଉପହାର କେବଳ ଅନୁଷ୍କାଙ୍କୁ ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପସନ୍ଦ ଆସିବ। ବିଶେଷକରି ଯେଉଁମାନେ କେବେ କାହା ପ୍ରେମରେ ପଡ଼ିଛନ୍ତି। ପ୍ରକୃତରେ ବିରାଟ ଅନୁଷ୍କାଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଅନୁଷ୍କାଙ୍କ ସହ ଏକ ଫଟୋ ପୋଷ୍ଟ କରି ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଏସ୍‌ଏମ୍‌ଏସ୍‌ ଲେଖିଛନ୍ତି।

ବିରାଟ ଲେଖିଛନ୍ତି, ‘My best friend, my companion, my safest place, my best half, my everything. You are the light of all our lives. We love you more every day. Happy birthday my love.’ ବିରାଟ ଏହି ପୋଷ୍ଟରେ ଅନୁଷ୍କାଙ୍କ ପାଇଁ ତାଙ୍କର ସମସ୍ତ ଭାବନା ଢାଳି ଦେଇଛନ୍ତି। ବିରାଟ ଅନୁଷ୍କାଙ୍କୁ ଅନେକ ଉପହାର ଦେଇଥିବେ କିନ୍ତୁ ଏହି ପୋଷ୍ଟରେ ସେ ଅନୁଷ୍କାଙ୍କ ପାଇଁ ଯେଉଁ କିଛି ଶବ୍ଦ ଲେଖିଛନ୍ତି, ତାହା କୌଣସି ମୂଲ୍ୟବାନ ଉପହାରଠାରୁ କମ୍‌ ନୁହେଁ।

ଅନୁଷ୍କା-ବିରାଟଙ୍କ ଲଭ୍‌ ଷ୍ଟୋରି:
ଅନୁଷ୍କା ଏବଂ ବିରାଟ କୋହଲି ୨୦୧୩ରେ ଏକ ବିଜ୍ଞାପନ ଶୁଟିଂ ସମୟରେ ପରସ୍ପରକୁ ଭେଟିଥିଲେ। ସେମାନେ ଦୁହେଁ ବନ୍ଧୁ ହୋଇଗଲେ। ପରେ ସେମାନଙ୍କର ମଧ୍ୟରେ ସମ୍ପର୍କ ବଢ଼ିଲା। ତା’ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏହା ପରଠୁ ଅନୁଷ୍କା ତାଙ୍କ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚି ଯାଉଥିଲେ। ୨୦୧୭ରେ ବିରାଟ ଏବଂ ଅନୁଷ୍କା ଅଫିସିଆଲ ଭାବେ ସେମାନଙ୍କ ସମ୍ପର୍କକୁ ସ୍ବୀକାର କରିଥିଲେ। ଉଭୟ ୨୧ ଡିସେମ୍ବର ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ଇଟାଲୀରେ ବିବାହ କରିଥିଲେ। ଯେଉଁଥିରେ କିଛି ଖାସ୍‌ ଲୋକ ଯୋଗ ଦେଇଥିଲେ। ଆଜି ଅନୁଷ୍କା ଏବଂ ବିରାଟ ଦୁଇଟି ସନ୍ତାନର ମା-ବାପା ମଧ୍ୟ। ତାଙ୍କ ଝିଅର ନାମ ଭାମିକା ଏବଂ ପୁଅର ନାମ ଅକାୟ।

ଅନୁଷ୍କା କୋହଲିଙ୍କ ଜୀବନକୁ ବହୁତ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ପାର୍ଟି କରିବାକୁ ଏବଂ ମଜା କରିବାକୁ ଭଲ ପାଉଥିଲେ କିନ୍ତୁ ଏବେ ସେ ବହୁତ ଶୃଙ୍ଖଳିତ। ତାଙ୍କର ଫିଟନେସ୍‌, ତାଙ୍କର ଜୀବନଶୈଳୀ, ଏପରିକି ତାଙ୍କର ଚିନ୍ତାଧାରା ମଧ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। କେବଳ ଏତିକି ନୁହେଁ, ସେ ଧାର୍ମିକ ମଧ୍ୟ ହୋଇଗଲେଣି। ପ୍ରାୟତଃ ସେ ତାଙ୍କ ସ୍ତ୍ରୀ ଅନୁଷ୍କାଙ୍କ ସହିତ ମହାନ ସନ୍ଥ ଏବଂ ଋଷିମାନଙ୍କୁ ଭେଟିବାକୁ ଯାଆନ୍ତି। ବିରାଟ ମଧ୍ୟ ନୈନିତାଲର ନିମ୍‌ କାରୋଲି ବାବାଙ୍କୁ ବହୁତ ମାନନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?