ସୋସିଆଲ ମିଡିଆରେ ଏମିତି ଦୁଃଖଭରା ବାର୍ତ୍ତା ଲେଖିଲେ ଏହି ବ୍ୟକ୍ତି, ସହାୟତା ପାଇଁ ଆଗେଇ ଆସିଲେ ଲକ୍ଷାଧିକ ଲୋକ

କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। ଅନେକ ଲୋକ ଦୀର୍ଘମାସ ଧରି ବେକାର ଅଛନ୍ତି ଏବଂ ନୂତନ ଚାକିରିର ସୁଯୋଗ ମଧ୍ୟ ହ୍ରାସ ପାଇଛି। ଏପରି ଜଣେ ବେକାର ବ୍ୟକ୍ତି ଟୁଇଟରରେ କିଛି ବାର୍ତ୍ତା ଲେଖିଛନ୍ତି, ଯାହା ପଢ଼ି ଅନେକ ଲୋକ ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। ସେ ଟୁଇଟର ପେଜ୍‌ରେ ଲେଖିଛନ୍ତି ‘ମୁଁ ଭଲ ନାହିଁ’। ତାଙ୍କର ବାର୍ତ୍ତା ଏତେମାତ୍ରାରେ ଭାଇରାଲ ହେଲା ଯେ, ପ୍ରାୟ ୧ ଲକ୍ଷ ଲୋକ ତାଙ୍କୁ ଉତ୍ସାହ ଏବଂ ସାହାଯ୍ୟର ବାର୍ତ୍ତା ପଠାଇଛନ୍ତି।

ସେ ଲେଖିଛନ୍ତି, ‘ମୁଁ ଭଲ ନାହିଁ, ବହୁତ ଖରାପ ଅନୁଭବ କରୁଛି। ଯଦି ଏହି ଟୁଇଟ୍‌ ଉପରେ ଆପଣଙ୍କ ନଜର ପଡ଼େ ତେବେ ଦୟାକରି କିଛି ସେକେଣ୍ଡ ବାହାର କରନ୍ତୁ ଏବଂ ହ୍ୟାଲୋ କୁହନ୍ତୁ। ଧନ୍ୟବାଦ।

ସୋସିଆଲ ମିଡିଆରେ ଏପରି ଖୋଲାଖୋଲି ନିଜର ଭାବନାକୁ ପ୍ରକାଶ କରିଛନ୍ତି ୫୧ ବର୍ଷୀୟ ଏଡମଣ୍ଡ୍‌ ଓଲୋରୀ। ସେ ବ୍ରିଟେନରେ ରୁହନ୍ତି। ତାଙ୍କର ଏହି ଟୁଇଟ୍‌ ଉପରେ ଦୁଇ ଦିନରେ ୧୮ ହଜାରରୁ ଅଧିକ ଲୋକ ରିଟୁଇଟ୍‌ କରିଛନ୍ତି। ଏଡମଣ୍ଡଙ୍କ ଟୁଇଟ୍‌ ଉପରେ ଜଣେ ୟୁଜର ଲେଖିଛନ୍ତି, ଆମେ ଦୁହେଁ ଦୁହିଁଙ୍କୁ କେହି ଜାଣିନେ। ମାତ୍ର ଏତିକି ଜାଣିଛି, ଅଧିକାଂଶ ଲୋକ ଆପଣଙ୍କ ପରି ମନେ କରୁଛନ୍ତି। ଚଳିତବର୍ଷ ସମସ୍ତଙ୍କ ପାଇଁ ବେଶ୍‌ ଭାରୀ ପଡ଼ିଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆପଣ ଏକା ନୁହନ୍ତି, ଭଲ ଦିନ ଆସୁଛି। ଆଉ ଜଣେ ୟୁଜର ଲେଖିଛନ୍ତି, ଆପଣ ଖୋଲା ଅନୁଭବ ବାଣ୍ଟି ଅନ୍ୟମାନଙ୍କୁ ଉତ୍ସାହିତ କଲେ।
ତେବେ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ହୋଇଥିବା ଏଡମୁଣ୍ଡ ଦୀର୍ଘଦିନ ଧରି ମାନସିକ ସ୍ତରରେ ଆଘାତ ପାଇଆସୁଥିଲେ। ସେ କହିଛନ୍ତି, ସାଧାରଣ ଦିନରେ ଡିପ୍ରେସନର ଶିକାର ହେବା ଅଲଗା କଥା। କିନ୍ତୁ ମହାମାରୀ ସମୟରେ ଡିପ୍ରେସନର ମୁକାବିଲା କରିବା ବହୁତ କଷ୍ଟ।

ଗତ ୧୮ ମାସ ଧରି ଏଡମୁଣ୍ଡ ବେକାର ଅଛନ୍ତି। ଏହାପୂର୍ବରୁ ସେ ମାନସିକ ସ୍ବାସ୍ଥ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ। ସେ କହିଛନ୍ତି, କରୋନା ମହାମାରୀ ସହିତ ଚଳିତବର୍ଷ ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆକୁ ଘେରିବାକୁ ପୁଣି ଅଣ୍ଟା ଭିଡିଲାଣି ଆମେରିକା

ୱାଶିଂଟନ,୨୭ ।୬: ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ ଦିନକୁ ଦିନ ରୁଷିଆର ସମସ୍ୟା ବଢିବାରେ ଲାଗିଛି । ଆମେରିକା ଓ ୟୁରୋପ ଏବେ ରୁଷିଆ ଉପରେ ନୂଆ...

ଖୁବ୍‌ଶୀଘ୍ର ପାକିସ୍ତାନକୁ କବ୍‌ଜା କରିବାକୁ ଘୋଷଣା କଲା ଆତଙ୍କବାଦୀ ସଂଗଠନ ଟିଟିପି

ଇସଲାମାବାଦ୍‌,୩୧।୧: ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ନିକଟରେ ଏକ ଅଡିଓ ରିଲିଜ କରିଛି। ଏହି ଅଡିଓ ବାର୍ତ୍ତାରେ ତେହେରିକ-ଇ-ତାଲିବାନର ଜଣେ ପ୍ରମୁଖ ନେତା ଶେଖ ଅବଦୁଲ୍ଲା...

କରୋନା ମୃତ୍ୟୁ ସଂଖ୍ୟା ୭୪ ହଜାର ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୪୮ ହଜାର

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଇତିମଧ୍ୟରେ ୭୪ ହଜାର ୭୯୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ...

ଟୁଇଟର ଡିଲ୍‌ରେ ନୂଆ ପ୍ରତିବନ୍ଧକ, ଏଲୋନ ମସ୍କଙ୍କ ବିରୋଧରେ ମାମଲା, ୨୦୨୫ ପର୍ଯ୍ୟନ୍ତ ରୋକ ଦାବି …

ଓ୍ବାଶିଂଟନ୍‌, ୭।୫ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲୋନ ମସ୍କଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍‌ସନ ଫଣ୍ଡ୍‌ ଏହି...

ୟୁକ୍ରେନ ଉପରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼

କିଭ୍‌,୧୪ା୧: ଦୀର୍ଘ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷିଆ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନରେ ବ୍ୟାପକ କ୍ଷତି ଘଟାଇସାରିଲାଣି। ଏହି...

ରାଜକୁମାରୀ ଡାଏନା-କିଙ୍ଗ୍‌ ଚାଲର୍‌ସଙ୍କ ବିବାହ କେକ୍‌ ନିଲାମ ହେବ

ଲଣ୍ଡନ,୧୯ା୧୦: ରାଜକୁମାରୀ ଡାଏନା ଏବଂ କିଙ୍ଗ ଚାଲର୍‌ସଙ୍କ ବିବାହ ଏକ ନିଲାମ ହେବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୧୯୮୧ ମସିହାରେ ଏହି ରାଜକୀୟ ବିବାହରେ...

ଚାଇନାକୁ ଟ୍ରମ୍ପ୍‌ଙ୍କ ଚେତାବନୀ: ଭୋଗିବାକୁ ପଡ଼ିବ କୁକର୍ମର ଫଳ

ଓ୍ବାଶିଂଟନ, ୮।୧୦:କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଚାଇନାକୁ କୁକର୍ମର...

ମୌସୁମୀ ଆସିବାର ୭ ଦିନ ପୂର୍ବରୁ ଏହି ମନ୍ଦିରରୁ ମିଳିଥାଏ ସଙ୍କେତ, ଛାତରୁ ଅଚାନକ ଗଳେ ପାଣି

ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଉତ୍ତର ପ୍ରଦେଶର କାନପୁରରେ ଥିବା ଏକ ମନ୍ଦିରରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଏଠାରେ ମୌସୁମୀ...

Advertisement
Archives

Model This Week