ଦେଢ଼ ବର୍ଷର ଝିଅଙ୍କୁ କୋଳରେ ଧରି ଡ୍ୟୁଟି କରୁଥିଲେ ଡିଏସ୍‌ପି; ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ…

କଥାରେ ଅଛି ନାରୀ ସର୍ବଗୁଣସମ୍ପନ୍ନା। କର୍ତ୍ତବ୍ୟ ସହ ପରିବାରର ଦାୟିତ୍ୱକୁ ସେ ଠିକ୍‌ ଭାବେ ତୁଲାଇପାରେ। ଏହାର ଅନେକ ଉଦାହରଣ ସମାଜରେ ଦେଖିବାକୁ ମିଳିଥାଏ। ଏହି କ୍ରମରେ ଅଲିରାଜପୁରର ଜଣେ ମହିଳା ପୋଲିସ ଅଧିକାରୀ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। କାରଣଟି ହେଲା ସେ ନିଜ କୋଳରେ ଦେଢ଼ ବର୍ଷର ଝିଅଙ୍କୁ ଧରି ଡ୍ୟୁଟି କରୁଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ପୋଲିସ ଅଫିସରଙ୍କ ପ୍ରଶଂସକ ପାଲଟିଛନ୍ତି। ସେ ନିଜର ସୋସିଆଲ ପୃଷ୍ଠାରେ ତାଙ୍କର କିଛି ଫଟୋ ଟୁଇଟ୍‌ କରିଛନ୍ତି।

ମହିଳା ଡିଏସ୍‌ପିଜଣଙ୍କ ହେଲେ ମୋନିକା ସିଂହ। ସେ ଏକ ହେଲିପ୍ୟାଡ୍‌ରେ ଦେଢ଼ ବର୍ଷ ଝିଅଙ୍କୁ କୋଳରେ ଧରି ଡ୍ୟୁଟି କରୁଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଶିବରାଜ ପହଞ୍ଚିବାର କାର୍ଯ୍ୟକ୍ରମ କତିଲା। ଜୋବଟ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଲାଗି ଦୁଇ ଦିନିଆ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ସେଠାରେ ପହଞ୍ଚିଥିଲେ। ମହିଳା ଅଫିସରଙ୍କୁ ପିଲା ସହ ଦେଖି ସେ ଭାବୁକ ହୋଇଯାଇଥିଲେ।

ମୋନିକା ଏବଂ ତାଙ୍କ ଶିଶୁଙ୍କ ସହ ନିଜର ଫଟୋ ଶେୟାର କରି ଶିବରାଜ ଲେଖିଛନ୍ତି, ଅଲିରାଜପୁର ଯାତ୍ରା ସମୟରେ ଡିଏସ୍‌ପି ମୋନିକା ନିଜର ଦେଢ଼ ବର୍ଷର ଝିଅକୁ ବେବି କ୍ୟାରିୟର ବ୍ୟାଗ୍‌ରେ ଧରି ଡ୍ୟୁଟି କରୁଥିବା ଦେଖିଥିଲି। ନିଜର କର୍ତ୍ତବ୍ୟ ପ୍ରତି ଏଭଳି ସମର୍ପଣକୁ ଅଭିନନ୍ଦନ ଜଣାଉଛି। ମଧ୍ୟପ୍ରଦେଶ ଆପଣଙ୍କୁ ନେଇ ଗର୍ବ କରେ। ଶୁଭକାମନା ସହ ଗେହ୍ଲି ଝିଅକୁ ଆଶୀର୍ବାଦ ଦେଉଛି ବୋଲି ସେ କହିଛନ୍ତି। ଫଟୋଗୁଡ଼ିକୁ ଏବେ ବେଶ ପସନ୍ଦ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri