ନକଲି ନମ୍ବର ଟ୍ରେଲରକୁ ଖସାଇଦେଲେ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୨୩।୧୦:ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ୩ଟି ନକଲି ନମ୍ବର ଥିବା ଟ୍ରେଲରକୁ ପୋଲିସ ଓ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ବିଭାଗ(ଆର୍‌ଟିଓ) ଅଧିକାରୀ ସଲାସୁତୁରା କରି ଖସେଇ ଦେଇଥିବା ଅଭିଯୋଗ ହେଉଛି।
ଗତ ୧୨ ତାରିଖରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌) କାରଖାନାରୁ ବାହାରୁଥିବା ସମୟରେ କଳିଙ୍ଗନଗର ଥାନା ପୋଲିସ ୨ଟି ଟ୍ରେଲର(ପିବି୨୩ଜି୯୬୩୪ ଓ ପିବି୨୩ଜି୯୭୩୪)କୁ ଜବତ କରି ନିଜ ଅଧୀନରେ ରଖିଥିଲା। ପୋଲିସ ଜବତ କରୁଥିବା ଜାଣି ତୃତୀୟ ଟ୍ରେଲରଟି କାରଖାନାରୁ ବାହାରି ନ ଥିଲା। ପରେ ଉକ୍ତ ଟ୍ରକକୁ ସଲାସୁତୁରାରେ ଉଭାନ କରାଯାଇଥିବା କୁହାଯାଉଛି। ଗୁରୁବାର ଚଣ୍ଡିଖୋଲ ଆରଟିଓର ଜୁନିୟର ଏମ୍‌ଭିଆଇ ଜବତ ଗାଡିଗୁଡ଼ିକର ତଦନ୍ତ କରିବା ପରେ ପୋଲିସକୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ଗାଡ଼ି ମାଲିକ, ପୋଲିସ, ଆର୍‌ଟିଓଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ପରେ ଏଭଳି ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଛି।
ନୀଳାଚଳ କାରଖାନାରେ ପିଗ୍‌ ଆଇରନ ଲୋଡିଂ କରିବାକୁ ୨୦୧୯ରେ ଗୁରୁଦେବ ଇସ୍ପାତ ଇମ୍ପେକ୍ସ ପ୍ରାଇଭେଟ ଲିଃ ପରିବହନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ପରିବହନ ସଂସ୍ଥା ପକ୍ଷରୁ ଟାଟା ଲେଖାଥିବା ୩ଟି ଟ୍ରେଲର କାରଖାନା ଭିତରକୁ ଯାଇଥିଲା। ୨ ବର୍ଷ ହେଲା ଏହି ୩ଟି ଗାଡ଼ି କାରଖାନା ଭିତରେ କୌଣସି ଲୋଡିଂ କାମ ନ କରି ଠିଆ ହୋଇଥିଲା, ଯାହାକି କାରଖାନାର କର୍ମଚାରୀମାନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଏହି ୩ ଗାଡ଼ି (ପିବି୨୩ଇ୪୮୩୪, ପିବି୨୩ଜି୯୬୩୪ ଓ ପିବି୨୩ଜି୯୭୩୪) ନମ୍ବରକୁ ନେଇ ‘ବାହାନ’ ଓ୍ବେବ୍‌ସାଇଟ୍‌ରେ ତଦନ୍ତ କରାଯାଇଥିଲା। ସେଥିରୁ ୨ଟି ଟ୍ରେଲର (ପିବି୨୩ଜି୯୬୩୪ ଓ ପିବି୨୩ଜି୯୭୩୪) ଅଶୋକ ଲିଲାଣ୍ଡ କମ୍ପାନୀ ନିର୍ମିତ ଗାଡ଼ି ଏବଂ ପଞ୍ଜାବ ପଟିଆଲା ଆର୍‌ଟିଓରେ ରେଜିଷ୍ଟ୍ରେଶନ ହୋଇଥିବା ଜଣାପଡ଼ିଥିଲା। ଅର୍ଥାତ୍‌ ୨ଟି ଅଶୋକ ଲେଲାଣ୍ଡ ଗାଡ଼ିର ଚେଚିସ୍‌ ନମ୍ବରକୁ ଚୋରା ଟାଟା ଗାଡ଼ିରେ ଲଗାଯାଇଥିବା ନେଇ ଅଭିଯୋଗ ହେଉଛି
ସୂଚନାଯୋଗ୍ୟ ଯେ, ୨୦୧୬ରେ ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ ୨୮ଟି ଗାଡ଼ି ଧରାପଡ଼ିଥିଲା। ସେଗୁଡ଼ିକର ମାଲିକ ନିଜର ବହୁ ପୁରୁଣା ଗାଡ଼ି ପାଇଁ ନୂଆ ଗାଡ଼ିର ଇଞ୍ଜିନ ଓ ଚେଚିସ୍‌ ନମ୍ବର ଉଲ୍ଲେଖ ଥିବା ଜାଲ୍‌ ସେଲ୍‌ ଲେଟର ଓ ଇନ୍‌ଭଏସ୍‌ ପ୍ରସ୍ତୁତ କରି ପଞ୍ଜୀକୃତ କରାଉଥିଲେ। ଏହା ମାଧ୍ୟମରେ ଦଲାଲମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। ଗାଡିକୁ ଠିକ ଭାବେ ନ ଦେଖି କିଭଳି ଭାବେ ପଞ୍ଜୀକୃତ କରାଯାଇଥିଲା ସେ ନେଇ ଅଭିଯୋଗ ହୋଇଥିଲା। ଏହି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯିବାରୁ ସମ୍ପୃକ୍ତ ଆରଟିଓ, ଏମ୍‌ଭିଆଇ ପ୍ରମୁଖ ନିଲମ୍ବିତ ହୋଇଥିଲେ। ଏବେ ନୀଳାଚଳ କାରଖାନା ମଧ୍ୟରେ ରହିଥିବା ୩ଟି ଟ୍ରେଲରରେ ଅନୁରୂପ ଭାବେ ଜାଲ ହୋଇଥିବା ସ୍ପଷ୍ଟ ହେଉଛି। ଏହାବାଦ ଏହି ୩ ଗାଡ଼ିର ରୋଡ୍‌ ଟ୍ୟାକ୍ସ ଓ ବୀମା ପ୍ରାୟ ୫ ବର୍ଷ ପୂର୍ବରୁ ଶେଷ ହୋଇସାରିଛି। ଏଭଳି ସ୍ଥଳେ ସମ୍ପୃକ୍ତ ପରିବହନ ସଂସ୍ଥାକୁ କେଉଁ ଆଧାରରେ କ୍ଲିନ୍‌ଚିଟ୍‌ ଦିଆଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହିକ୍ରମରେ ଯାଜପୁର ଜିଲାର ବିଭିନ୍ନ ଖଣି, ଶିଳ୍ପ କାରଖାନାରେ ଏକାଧିକ ନକଲି ନମ୍ବରରେ ଗାଡ଼ି ପଞ୍ଜୀକୃତ ହୋଇ ପରିବହନ ଚାଲିଥିବା ସନ୍ଦେହ ଘନୀଭୂତ ହୋଇଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଆହୁରି ନକଲି ଗାଡି ନମ୍ବରର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ଦାବି ଉଠିଛି।
ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଟିଓ କେଶବ ନାଏକଙ୍କୁ ପଚାରିବାରେ ସେ କହିଛନ୍ତି, ଟ୍ରେଲର ଗାଡି ଛଡ଼ାଯିବା ବିଷୟ ତାଙ୍କ ପାଖରେ ଖବର ନାହିଁ। ଆବଶ୍ୟକ ତଦନ୍ତ କରି ନକଲି ନମ୍ବର ସଂକ୍ରାନ୍ତରେ ସତ୍ୟତା ମିଳିଳେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?