ମ୍ୟାନମାରରେ ହିଂସା ଯୋଗୁ ସ୍ଥିତି ଅସମ୍ଭାଳ: ଜାତିସଂଘ…

ଜେନେଭା,୩୧।୧ : ମ୍ୟାନମାରରେ ସେନା ଦୁଇ ବର୍ଷ ପୂର୍ବେ ସରକାରଙ୍କଠାରୁ କ୍ଷମତା ଦଖଲ କରିଥିଲା। ବର୍ତ୍ତମାନ ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଦେଶର ଲୋକଙ୍କ ଗଣତାନ୍ତ୍ରିକ ଆକାଂକ୍ଷା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ଏହା ସହ ସେ ଚେତାବନୀ ଦେଇଛନ୍ତି ଯେ ସାଧାରଣ ନାଗରିକ ତଥା ରାଜନୈତିକ ନେତାଙ୍କ ଉପରେ ହେଉଥିବା କଟକଣା ମଧ୍ୟରେ ସାମରିକ ଶାସକଙ୍କର ଯୋଜନାବଦ୍ଧ ନିର୍ବାଚନ ଦେଶରେ ଅସ୍ଥିରତା ବଢ଼ାଇପାରେ।

ଜାତିସଂଘ ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଛନ୍ତି ଯେ ମ୍ୟାନମାରରେ ହୋଇଥିବା ସମସ୍ତ ପ୍ରକାର ହିଂସାକୁ ଆମେ ନିନ୍ଦା କରୁଛୁ। କାରଣ ଏହା ଦେଶର ସ୍ଥିତିକୁ ଆହୁରି ଖରାପ କରୁଛି ଏବଂ ଏହାର ଆଞ୍ଚଳିକ ପ୍ରଭାବ ରହିଛି।
ଜାତିସଂଘ ମୁଖପାତ୍ର କହିଛନ୍ତି ଯେ ରାଜନୈତିକ ନେତା, ସାମାଜିକ କାର୍ଯ୍ୟକର୍ତ୍ତା ତଥା ଗଣମାଧ୍ୟମ ପ୍ରତିନତିଧିଙ୍କୁ ଗିରଫ ତଥା ନିର୍ଯାତନା ଦେବା ଉପରେ ଗୁଟେରସ ଆପତ୍ତି ଜଣାଇଛନ୍ତି। ଏଥିସହ, ବାୟୁସେନା ବିସ୍ଫୋରଣ ଏବଂ ସାଧାରଣ ନାଗରିକଙ୍କ ଘର ପୋଡି ଆଦିକୁ ସେନାର ଘୋଷିତ ଉଦ୍ଦେଶ୍ୟକୁ ନେଇ ସେ ଚିନ୍ତିତ ଅଛନ୍ତି। ଜାତିସଂଘର ମୁଖ୍ୟ କହିଛନ୍ତି ଯେ ଏହି ପ୍ରସ୍ତାବିତ ନିର୍ବାଚନ ଦ୍ୱାରା ଦେଶରେ ଅସ୍ଥିରତା ବୃଦ୍ଧି ପାଇବ। ଦୁଜାରିକ କହିଛନ୍ତି ଯେ ଜାତିସଂଘ ଶାନ୍ତିପୂର୍ଣ୍ଣ, ନ୍ୟାୟପୂର୍ଣ୍ଣ ସମାଜ ତଥା ରୋହିଙ୍ଗ୍ୟା ସମେତ ସମସ୍ତ ସମ୍ପ୍ରଦାୟର ସୁରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣଙ୍କର ଗଣତାନ୍ତ୍ରିକ ଆକାଂକ୍ଷାକୁ ସମର୍ଥନ କରେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ: ଶୁଣିଲେ ପାକିସ୍ତାନର ଉଡ଼ିଯିବ ହୋଶ୍‌

ମସ୍କୋ/ନୂଆଦିଲ୍ଲୀ,୧।୭: ରୁଷିଆ ଭାରତକୁ Su-57E ଷ୍ଟିଲ୍ଥ ଲଢ଼ୁଆ ବିମାନର ଯୋଗାଣ ଏବଂ ମିଳିତ ଉତ୍ପାଦନ ସମ୍ପର୍କରେ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି। ଏହି ଚୁକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri