Posted inଖେଳ

ବାୟୋ-ବବଲ ନିୟମ ଉଲ୍ଲଂଘନ: ୧କୋଟି ଜରିମାନା, ୨ପଏଣ୍ଟ କାଟ୍‌ ବ୍ୟବସ୍ଥା

ନୂଆଦିଲ୍ଲୀ, ୨ା୧୦ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବାୟୋ-ବବଲ (କ୍ରିକେଟ ଟିମ୍‌କୁ ଅନ୍ୟମାନଙ୍କଠାରୁ ଦୂରରେ ରଖିବା) ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଏହାର ଉଲ୍ଲଂଘନ କଲେ ଦଳକୁ ଏକ କୋଟି ଟଙ୍କା ଜରିମାନା ବ୍ୟତୀତ ୨ ପଏଣ୍ଟ କାଟ୍‌ ବ୍ୟବସ୍ଥା ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ପ୍ରତିଯୋଗିତାରେ ଭାଗ ନେଉଥିବା ସମସ୍ତ ୮ ଫ୍ରାଞ୍ଚାଇଜ୍‌କୁ ଏବିଷୟରେ ଅବଗତ କରାଇ ଦିଆଯାଇଛି। ବବଲ ଅଞ୍ଚଳରୁ ଯଦି କୌଣସି ଖେଳାଳି ବିନା ଅନୁମତିରେ ବାହାରକୁ ଯାଇଥାନ୍ତି ତେବେ ସମ୍ପୃକ୍ତ ଖେଳାଳିଙ୍କୁ ୬ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଏହି ଅପରାଧ ଦୋହରାଇଲେ ଖେଳାଳି ଜଣଙ୍କୁ ଗୋଟିଏ ମ୍ୟାଚ୍‌ରୁ ସସ୍‌ପେଣ୍ଡ କରାଯିବ। ତୃତୀୟ ଥର ଏହି ଭୁଲ କଲେ ସମ୍ପୃକ୍ତ ଖେଳାଳିଙ୍କୁ ଟୁର୍ନାମେଣ୍ଟରୁ ସମ୍ପୂର୍ଣ୍ଣ ବିଦା କରିଦିଆଯିବ। ତାଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ବଦଳ କରାଯାଇ ପାରିବ ନାହିଁ। ଯଦି କୌଣସି ଖେଳାଳି ତାଙ୍କ ଦୈନିକ ସ୍ବାସ୍ଥ୍ୟ ପାସ୍‌ପୋର୍ଟ ପ୍ରସ୍ତୁତ ରଖି ନ ଥାନ୍ତି, ଜିପିଏସ୍‌ ଟ୍ରାକ୍‌ର ପରିଧାନ ନ କରିଥାନ୍ତି ଅବା କୋଭିଡ୍‌-୧୯ ଟେଷ୍ଟକୁ ଏଡାଇ ଦିଅନ୍ତି ତେବେ ଭାରତୀୟ ମୁଦ୍ରାରେ ୬୦,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ସମାନ ନିୟମ ପରିବାର ସଦସ୍ୟ ଏବଂ ଟିମ୍‌ ଅଫିସିଆଲଙ୍କ ପାଇଁ ମଧ୍ୟ ପ୍ରଜୁଯ୍ୟ। ୟୁଏଇରେ ପ୍ରତି ୫ମ ଦିବସରେ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କର କୋଭିଡ୍‌ ଟେଷ୍ଟ ହେଉଛି। ବାୟୋ-ବବଲ ନିୟମ ପ୍ରତି ଯନତ୍ବାନ ହେବାକୁ ଟିମ୍‌ ଅଫସିଆଲମାନଙ୍କୁ କୁହାଯାଇଛି। ଯଦି ଏକ ଫ୍ରାଞ୍ଚାଇଜ୍‌ ଖେଳାଳି/ ସପୋର୍ଟ ଷ୍ଟାଫ୍‌ଙ୍କ ସହିତ କଥାବାର୍ତ୍ତା ହେବା ଲାଗି କୌଣସି ବ୍ୟକ୍ତିଙ୍କୁ ବବ୍‌ଲ ଭିତରକୁ ପ୍ରବେଶ ପାଇଁ ସୁଯୋଗ ଦିଅନ୍ତି ତେବେ ପ୍ରଥମ ଭୁଲ ପାଇଁ ୧ କୋଟି ଟଙ୍କା ଜରିମାନା, ଦ୍ୱିତୀୟ ଥର ଏହି କାର୍ଯ୍ୟପାଇଁ ଗୋଟିଏ ପଏଣ୍ଟ କାଟ୍‌ର ବ୍ୟବସ୍ଥା ରହିଛି। ତୃତୀୟ ଥର ଏହି ଅପରାଧ ପାଇଁ ୨ ପଏଣ୍ଟ କାଟ୍‌ର ବ୍ୟବସ୍ଥା ରାହିଛି, ଯାହାକି ଏକ ମ୍ୟାଚରେ ବିଜୟ ସହ ସମାନ। କରୋନା ମହାମାରୀ ସମୟରେ ଇଭେଣ୍ଟର ଆୟୋଜନ କରାଯାଉଥିବାରୁ ଏକାଧିକ ଥର ସ୍ବାସ୍ଥ୍ୟ ଓ ସୁୂରକ୍ଷା ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ଟିମ୍‌କୁ ବିସିସିଆଇ ତଦନ୍ତର ସାମ୍ନା କରିବାକୁ ପଡ଼ିବ। ସୂଚନାଯୋଗ୍ୟ, ଟୁର୍ନାମେଣ୍ଟ ଆରମ୍ଭ ହେବାପୂର୍ବରୁ କୋଭିଡ୍‌ ଟେଷ୍ଟରେ ୨ ଖେଳାଳିଙ୍କ ସମେତ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର୧୩ଜଣ ସଦସ୍ୟ ବିଫଳ ହାଇଥିଲେ। ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ ପରେ ସେମାନେ ସମସ୍ତେ ସୁସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri