Posted inଖେଳ

ହଙ୍ଗେରୀରେ ଟ୍ରେନିଂ ନେବେ ଭିନେଶ

ନୂଆଦିଲ୍ଲୀ, ୨୬ା୧୨ (ପି.ଟି.)-ଚାମ୍ପିୟନ ରେସ୍‌ଲର ଭିନେଶ ଫୋଗତଙ୍କ ୪୦ ଦିନିଆ କ୍ୟାମ୍ପ ପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଭିନେଶଙ୍କ ସହିତ ତାଙ୍କ ବ୍ୟକ୍ତିଗତ କୋଚ୍‌ ଓଲର ଆକସ୍‌, ସ୍ପେୟାରିଂ ପାର୍ଟନର ପ୍ରିୟଙ୍କା ଫୋଗତ ଏବଂ ଫିଜିଓଥେରାପିଷ୍ଟ ପୂର୍ଣ୍ଣିମା ରମଣ ନାଗମଦିର ଏହି କ୍ୟାମ୍ପରେ ସାମିଲ ହେବେ। ଏ ବାବଦରେ ମୋଟ ୧୫.୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କ୍ୟାମ୍ପ ପାଇଁ ସରକାରଙ୍କ ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ ଅର୍ଥ ମଞ୍ଜୁର ହେବ। ଡିସେମ୍ବର ୨୮ରୁ ଜାନୁୟାରୀ ୨୪ ପର୍ଯ୍ୟନ୍ତ ହଙ୍ଗେରୀର ବୁଦାପେଷ୍ଟସ୍ଥିତ ଭାସାସ ସ୍ପୋଟର୍‌ସ କ୍ଲବ ଏବଂ ଜାନୁୟାରୀ ୨୪ରୁ ଫେବୃୟାରୀ ୫ ପର୍ଯ୍ୟନ୍ତ ପୋଲାଣ୍ଡର ସିଜ୍ରକ୍‌ସ୍ଥିତ ଅଲିମ୍ପିକ ଟ୍ରେନିଂ ସେଣ୍ଟରଠାରେ କ୍ୟାମ୍ପ ଅନୁଷ୍ଠିତ ହେବ। ପକେଟ୍‌ ଭତ୍ତା ବ୍ୟତୀତ ବିମାନ ଯାତ୍ରା, ସ୍ଥାନୀୟ ପରିବହନ, ବୋର୍ଡିଂ ଏବଂ ଲଜିଂ ବାବଦରେ ସମସ୍ତ ଖର୍ଚ୍ଚ ହିସାବରେ ରହିଛି। ଭିନେଶ ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ୍‌ରେ ସ୍ଥାନ ପାଇଛନ୍ତି। ଟୋକିଓ ଗେମ୍ସରେ ତାଙ୍କଠାରୁ ପଦକ ଆଶା କରାଯାଉଛି। ଭିନେଶଙ୍କ ବ୍ୟକ୍ତିଗତ କୋଚ୍‌ ଆକସ ଏବଂ ଟ୍ରେନିଂ କ୍ୟାମ୍ପର ଯୋଜନା କରିଛନ୍ତି। କ୍ୟାମ୍ପରେ ୟୁରୋପିଆନ ରେସ୍‌ଲରମାନଙ୍କ ସହ ଟ୍ରେନିଂ ନେବା ଦ୍ୱାରା ଭିନେଶଙ୍କ ଦକ୍ଷତା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ସହ ସୁଖୀ ଦାମ୍ପତ୍ୟ ଜୀବନ ବିତାଇବାର ରାଜ୍‌ ଖୋଲିଲେ ସାକ୍ଷୀ

ନିକଟରେ ମହେନ୍ଦ୍ର ସିଂ ଧୋନୀ ଏବଂ ସାକ୍ଷୀ ଧୋନୀ ସେମାନଙ୍କର ଦଶମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ୨୦୧୦ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଧୋନୀ ଡେରାଡୁନରେ...

ବିବାହରେ ଭାରତୀୟ କ୍ରିକେଟରଙ୍କୁୁ ଆମନ୍ତ୍ରଣ କରିବେ ହସନ ଅଲି

କରାଚୀ,୫।୮(ପି.ଟି.)- ପାକିସ୍ତାନ ପେସର ହସନ ଅଲି ସେପ୍ଟେମ୍ବର ୨୦ରେ ଭାରତୀୟ ନାଗରିକ ସମିଆ ଆର୍ଜୁଙ୍କୁ ଦୁବାଇଠାରେ ବିବାହ କରିବେ। ତାଙ୍କ ବିବାହ ଉତ୍ସବକୁ ଭାରତୀୟ କ୍ରିକେଟରଙ୍କୁ...

ଟିମ୍‌ ଇଣ୍ଡିଆ ଆଗରେ ୧୦୯ ରନ୍‌ର ବିଜୟ ଲକ୍ଷ୍ୟ

ଡବଲିଂ,୨୬।୬: ସ୍ଥାନୀୟ ଦି ଭିଲେଜ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ୧୨ ଓଭରରେ ୪ ଉଇକେଟ...

ସ୍ପେନ୍‌- ସ୍ବିଡେନ ମ୍ୟାଚ୍‌ ଗୋଲ ଶୂନ୍ୟ

ସେଭିଲେ,୧୬।୬: ୟୁରୋକପ୍‌ରେ ଗ୍ରୁପ୍‌ ଇ’ରେ ସୋମବାର ସ୍ପେନ୍‌ ଓ ସ୍ବିଡେନ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଶେଷ ହେବା...

ପ୍ରଥମ ଥର ଝିଅଙ୍କ ସହ ବିଜ୍ଞାପନରେ ନଜର ଆସିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ମାତ୍ର ୫ ବର୍ଷର। ମାତ୍ର ୫ ବର୍ଷ ବୟସରୁ ସେ...

‘ଟ୍ରୋଲର୍ସ ରିଅଲ ଫ୍ୟାନ୍ସ ନୁହଁନ୍ତି’

ନୂଆଦିଲ୍ଲୀ,୨୮।୨: ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ଭାରତୀୟ ଦଳ ପରାସ୍ତ ହେବା ପରେ ମହମ୍ମଦ ଶାମିଙ୍କୁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନା କରାଯାଇଥିଲା। ଏପରି କି ତାଙ୍କୁ...

ଆଉ ଗୋଟିଏ ଶତକ ମାରିଲେ ବିଶ୍ୱ ରେକର୍ଡ ଭାଙ୍ଗିବେ କୋହଲି

ଅହମ୍ମଦାବାଦ,୨।୩: ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଇଂଳଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ...

ଜଣଙ୍କ ପାଇଁ ଅନ୍ୟ ଖେଳାଳିଙ୍କୁ ସାମ୍ପେନ୍‌ ଖୋଲିବାକୁ ମନା କଲେ

ହୋବାର୍ଟ,୧୭।୧: ନିକଟରେ ଶେଷ ହୋଇଥିବା ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ୪-୦ରେ ବିଜୟୀ କରାଇବା ପରେ ଅନେକ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଅଧିନାୟକ ପାଟ କୁମିନ୍ସ।...

Advertisement
Archives

Model This Week