ସିଏସ୍‌ଆର୍‌ କାର୍ଯ୍ୟ ପରିସର ବୁଲିଲେ ବିମଳେନ୍ଦ୍ର

ଭୁବନେଶ୍ୱର,୧୬।୯:ଦେଶର ପ୍ରମୁଖ ଘରୋଇ କମ୍ପାନୀ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଜାରି ରହିଥିବା କାର୍ଯ୍ୟ ଓ ଯୋଜନାଗୁଡ଼ିକର ବାସ୍ତବ ସ୍ଥିତ ସମ୍ପର୍କରେ ଅବଗତ ନିମନ୍ତେ ଜେଏସ୍‌ପିର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝା ନିକଟରେ ଏକ ସମୀକ୍ଷା ବୈଠକ ସହ କ୍ଷେତ୍ର ପରିଦର୍ଶନ କରିଥିଲେ। ବିଶେଷକରି ଝା ଜେଏସ୍‌ପି ଫାଉଣ୍ଡେଶନ ଦ୍ୱାରା ଅନୁଗୋଳ ଜିଲାରେ କାର୍ଯ୍ୟକାରୀ ହେଉଥିବା କମ୍ପାନୀର ବିଭିନ୍ନ ସିଏସ୍‌ଆର୍‌ କାର୍ଯ୍ୟ ପରିସର ଆଦି ବୁଲି ଦେଖିଥିଲେ। ସେହିଭଳି ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଜେଏସ୍‌ପି ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ଆଶା ଦି ହୋପ୍‌ କେନ୍ଦ୍ରକୁ ଝା ପ୍ରଥମେ ପରିଦର୍ଶନକରି କେନ୍ଦ୍ରର ୯୪ ଭିନ୍ନକ୍ଷମ ଶିଶୁ ଏବଂ ସେମାନଙ୍କ ପିତାମାତାଙ୍କ ସହ କଥାବାର୍ତ୍ତା କରିଥିଲେ। ଏହା ପରେ ଡିଏଭି ସାବିତ୍ରୀ ଜିନ୍ଦଲ ବିଦ୍ୟାଳୟ ପରିଦର୍ଶନ କରି ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ରମାନଙ୍କ ସହିତ କଥାବାର୍ତ୍ତା କରିବା ସହ ଲାବ୍‌ ଆଧାରିତ ଶ୍ରେଣୀଗୃହ ବ୍ୟବସ୍ଥା କରିବା ପାଇଁ ଝା ପରାମର୍ଶ ଦେଇଥିଲେ। ସେହିପରି ଜିନ୍ଦଲ ଜନଜୀବିକା କେନ୍ଦ୍ରରେ ମହିଳାମାନଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଔଦ୍ୟୋଗିକ କାର୍ଯ୍ୟଗୁଡିକୁ ମଧ୍ୟ ସେ ବୁଲି ଦେଖିଥିଲେ। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀର ବଜାର ସଂଯୋଗକୁ ଅଧିକ ଦୃଢ଼ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ବାସୁଦେବପୁର କମ୍ୟୁନିଟି ସେଣ୍ଟରରେ ସ୍ବସ୍ତି ଏକ୍ସପ୍ରେସ୍‌ କାର୍ଯ୍ୟକ୍ରମର ସ୍ବାସ୍ଥ୍ୟ ଶିବିରରେ ଡାକ୍ତରୀ ଦଳ ସହ କଥାବାର୍ତ୍ତା କରିଥିଲେ। ଜେଏସ୍‌ପି ଫାଉଣ୍ଡେଶନର କିଶୋରୀ ଏକ୍ସପ୍ରେସ୍‌ରେ ହିମୋଗ୍ଲୋବିନ ପରୀକ୍ଷା କରୁଥିବା କିଶୋରୀମାନଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜ ନିର୍ବାଚନ: ସରିଲା ପ୍ରଚାର, ବିରିୟାନି-ଗୁପ୍‌ଚୁପ୍‌ରେ କମ୍ପିଲା କଲେଜ କ୍ୟାମ୍ପସ୍…

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରର ଶେଷ ଦିନରେ କଲେଜ ପରିସର ଚଳଚଞ୍ଚଳ…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?