ସିଏସ୍‌ଆର୍‌ କାର୍ଯ୍ୟ ପରିସର ବୁଲିଲେ ବିମଳେନ୍ଦ୍ର

ଭୁବନେଶ୍ୱର,୧୬।୯:ଦେଶର ପ୍ରମୁଖ ଘରୋଇ କମ୍ପାନୀ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଜାରି ରହିଥିବା କାର୍ଯ୍ୟ ଓ ଯୋଜନାଗୁଡ଼ିକର ବାସ୍ତବ ସ୍ଥିତ ସମ୍ପର୍କରେ ଅବଗତ ନିମନ୍ତେ ଜେଏସ୍‌ପିର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝା ନିକଟରେ ଏକ ସମୀକ୍ଷା ବୈଠକ ସହ କ୍ଷେତ୍ର ପରିଦର୍ଶନ କରିଥିଲେ। ବିଶେଷକରି ଝା ଜେଏସ୍‌ପି ଫାଉଣ୍ଡେଶନ ଦ୍ୱାରା ଅନୁଗୋଳ ଜିଲାରେ କାର୍ଯ୍ୟକାରୀ ହେଉଥିବା କମ୍ପାନୀର ବିଭିନ୍ନ ସିଏସ୍‌ଆର୍‌ କାର୍ଯ୍ୟ ପରିସର ଆଦି ବୁଲି ଦେଖିଥିଲେ। ସେହିଭଳି ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଜେଏସ୍‌ପି ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ଆଶା ଦି ହୋପ୍‌ କେନ୍ଦ୍ରକୁ ଝା ପ୍ରଥମେ ପରିଦର୍ଶନକରି କେନ୍ଦ୍ରର ୯୪ ଭିନ୍ନକ୍ଷମ ଶିଶୁ ଏବଂ ସେମାନଙ୍କ ପିତାମାତାଙ୍କ ସହ କଥାବାର୍ତ୍ତା କରିଥିଲେ। ଏହା ପରେ ଡିଏଭି ସାବିତ୍ରୀ ଜିନ୍ଦଲ ବିଦ୍ୟାଳୟ ପରିଦର୍ଶନ କରି ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ରମାନଙ୍କ ସହିତ କଥାବାର୍ତ୍ତା କରିବା ସହ ଲାବ୍‌ ଆଧାରିତ ଶ୍ରେଣୀଗୃହ ବ୍ୟବସ୍ଥା କରିବା ପାଇଁ ଝା ପରାମର୍ଶ ଦେଇଥିଲେ। ସେହିପରି ଜିନ୍ଦଲ ଜନଜୀବିକା କେନ୍ଦ୍ରରେ ମହିଳାମାନଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଔଦ୍ୟୋଗିକ କାର୍ଯ୍ୟଗୁଡିକୁ ମଧ୍ୟ ସେ ବୁଲି ଦେଖିଥିଲେ। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀର ବଜାର ସଂଯୋଗକୁ ଅଧିକ ଦୃଢ଼ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ବାସୁଦେବପୁର କମ୍ୟୁନିଟି ସେଣ୍ଟରରେ ସ୍ବସ୍ତି ଏକ୍ସପ୍ରେସ୍‌ କାର୍ଯ୍ୟକ୍ରମର ସ୍ବାସ୍ଥ୍ୟ ଶିବିରରେ ଡାକ୍ତରୀ ଦଳ ସହ କଥାବାର୍ତ୍ତା କରିଥିଲେ। ଜେଏସ୍‌ପି ଫାଉଣ୍ଡେଶନର କିଶୋରୀ ଏକ୍ସପ୍ରେସ୍‌ରେ ହିମୋଗ୍ଲୋବିନ ପରୀକ୍ଷା କରୁଥିବା କିଶୋରୀମାନଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯାଇ ନାବାଳକଙ୍କ ମୃତ୍ୟୁ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଧୀନ କୂଆଖାଇ ନଦୀ କୂଳରେ ରବିବାର ଛଟପୂଜା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ପୂଜାର୍ଚ୍ଚନା ଚାଲିଥିବାବେଳେ ଅସାବଧାନତା ବଶତଃ...

ଆଖି ବୁଜିଲା ହାତୀ ପ୍ରେମା

ବାରଙ୍ଗ,୨୮।୧୦(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣ ସାଜିଥିବା ମାଈ ହାତୀ ପ୍ରେମା ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କ ଦ୍ୱାରା ଚାଲିଥିବା...

ଏଡିଏମ୍‌ଙ୍କ ଚାମ୍ବରୁ ସିଲିଂ ଖସି ଅଧିକାରୀ ଆହତ

ବଲାଙ୍ଗୀର ଅଫିସ,୫।୪: ବଲାଙ୍ଗୀର ଜିଲାପାଳଙ୍କ ଅଫିସ ପରିସରରେ ଗୁରୁବାର ଛାତ ସିଲିଂ ଖସି ଜଣେ ଅଧିକାରୀ ଆହତ ହୋଇଛନ୍ତି। ଏଡିଏମ୍‌ ଅନନ୍ତ ସିଂ ଲାଗୁରୀଙ୍କ ଚାମ୍ବର...

ଭୁବନେଶ୍ୱର କୋର୍ଟ ୭ ଦିନ ପର୍ଯ୍ୟନ୍ତ ହେଲା ସିଲ୍‌

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏପରିକି ସରକାରୀ କାର୍ଯ୍ୟାଳୟରେ ମଧ୍ୟ କରୋନାର ପ୍ରଭାବ ପଡିଛି। ବିଭିନ୍ନ କର୍ମଚାରୀ କରୋନରେ ଆକ୍ରାନ୍ତ...

‘ଓଡିସିଏଲ୍‌ ୟୁନିଟ୍‌ ବିକ୍ରି କରା ନ ଯାଉ’

ଭୁବନେଶ୍ୱର, ୨୪ା୫(ବ୍ୟୁରୋ):ମହାମାରୀ ସମୟରେ ଓଡ଼ିଶାରେ ଥିବା ଏକମାତ୍ର ଔଷଧ ବିନିର୍ମାଣ ୟୁନିଟ୍‌ ଓଡ଼ିଶା ଡ୍ରଗ୍ସ ଆଣ୍ଡ୍‌ କେମିକାଲ୍ସ ଲିମିଟେଡ୍‌ (ଓଡିସିଏଲ୍‌)କୁ ବିକ୍ରି କରିବାକୁ କେନ୍ଦ୍ର ସରକାର...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍‌-୨୦୨୧ ରାଜ୍ୟ ସଭାରେ ଗୃହୀତ

ଭୁବନେଶ୍ୱର, ୧୦।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଜ୍ୟ ସଭାରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ)...

ବୌଦ୍ଧରେ ପୁଣି ୪୫ ଡିଗ୍ରୀ

ଭୁବନେଶ୍ୱର,୨୯ା୪(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ବୌଦ୍ଧରେ ରାଜ୍ୟରେ ସର୍ବାଧିକ ତାପମାତ୍ରା...

ଆଜି ମା’ଙ୍କ ମହାସପ୍ତମୀ ପୂଜା: ରାତି ପାହିଲେ ମହାଷ୍ଟମୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଶୁକ୍ରବାର ହେଉଛି ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା। ମା’ ଜଗତ୍‌ଜନନୀଙ୍କ ପୂଜା କରୋନା କଟକଣା ମଧ୍ୟରେ ବେଶ ଫିକା ପଡ଼ିଛି। ଏବର୍ଷ ଚଳଚଞ୍ଚଳ ହେଉନି...

Advertisement
Archives

Model This Week