Posted inଫୁରସତ

୨୪ ହଜାର କୋଟିର କମ୍ପାନୀ ଦାନକଲେ ପରିବେଶପ୍ରେମୀ

ଓ୍ବାଶିଂଟନ୍‌:ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ, ପ୍ରାକୃତିକ ବିପର୍ଯ୍ୟୟ, ଯୁ୍‌ଦ୍ଧ ଆଦି ବିଭିନ୍ନ କାରଣରୁ ପୃଥିବୀ ବିନାଶ ମୁହଁା ହେବାରେ ଲାଗିଛି। ଏଥିରେ ବ୍ୟଥିତ ହୋଇ ଜଣେ ଅରବପତି ତାଙ୍କ ୩ ବିଲିୟନ ଡଲାର (ପ୍ରାୟ ୨୪ ହଜାର କୋଟି ଟଙ୍କା)ମୂଲ୍ୟର କମ୍ପାନୀକୁ ଏକ ଅଣଲାଭକାରୀ ସଂସ୍ଥା (ଏନ୍‌ଜିଓ)କୁ ଦାନ କରିଛନ୍ତି। ସେ ହେଲେ ଆମେରିକୀୟ ବ୍ୟବସାୟୀ ୟୋଭନ୍‌ ଚୌଇନାର୍ଡ। ୮୩ ବର୍ଷୀୟ ପରିବେଶବିତ୍‌ ତଥା ଫିଲାନ୍ଥ୍ରୋପିଷ୍ଟ ତାଙ୍କ ଆଉଟ୍‌ଡୋର୍‌ କ୍ଲଥିଙ୍ଗ କମ୍ପାନୀ ପାଟାଗୋନିଆକୁ ଚାରିଟିକୁ ଦାନ କରିଥିବା ଏହାର ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରି ଘୋଷଣା କରିଛନ୍ତି।
ଅନୁସାରେ, ଚୌଇନାର୍ଡ ୧୯୭୩ରେ ପାଟାଗୋନିଆ ପ୍ରତିଷ୍ଠା କରିଥିଲେ। ଏହାର ମୁଖ୍ୟାଳୟ କାଲିଫର୍ନିଆରେ ରହିଛି। ୧୦ ଦେଶରେ କମ୍ପାନୀର ଶତାଧିକ ଷ୍ଟୋର ରହିଛି। ୧୬ ଦେଶରେ ଏହାର ନିଜର ଫ୍ୟାକ୍ଟ୍ରି ଅଛି। ଚୌଇନାର୍ଡ ଜଣେ ପରିବେଶ ପ୍ରେମୀ ଭାବେ ଜଣା। ପରିବେଶ ସୁରକ୍ଷା ଦିଗରେ ତାଙ୍କର ଅନେକ କାର୍ଯ୍ୟ ପାଇଁ ସେ ଲୋକପ୍ରିୟତା ହାସଲ କରିଛନ୍ତି। ପାଟାଗୋନିଆର ଓ୍ବେବ୍‌ସାଇଟ୍‌ରେ ସେ କମ୍ପାନୀ ଦାନ କରିବା ନେଇ ଲେଖିଛନ୍ତି, ପୃଥିବୀ ହିଁ ଆମର ଏକମାତ୍ର ଶେୟାରହୋଲ୍ଡର। ବିଶ୍ୱତାପନ, ଜୈବ ବିବିଧତା ନଷ୍ଟ ହେଉଥିବା ଆମେ ପାଖରୁ ଦେଖୁଛେ। ଏସବୁକୁ ରୋକିବା ପାଇଁ ଆମ ଅବଦାନ ଜରୁରୀ। ପାଟାଗୋନିଆ ଏହାର ଦାୟିତ୍ୱ ତୁଲାଇବ ବୋଲି ସେ କହିଛନ୍ତି। ଦାନ ପରେ କମ୍ପାନୀ ଏହାର ପୋଷାକ ତିଆରି ଜାରି ରଖିବ। ଏଥିରୁ ବାହାରିବାକୁ ଥିବା ସମସ୍ତ ଲାଭ ପରିବେଶ ସୁରକ୍ଷା ଦିଗରେ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଏମାନେ ବି କରୋନା ଯୋଦ୍ଧା

କରୋନା ଲଢେଇରେ କେବଳ ପ୍ରଶାସନ ନୁହେଁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅଧିକାଂଶ ନିଜର ସାଧ୍ୟମତେ କାମ କରିଚାଲିଛନ୍ତି। ତେବେ ଏହି ମୁକାବିଲା ପାଇଁ ଆଗେଇ ଆସିଥିବା...

ମଣିଷଙ୍କ ପାଇଁ ଲାଞ୍ଜ; ଚାହୁଁଥିଲେ ପାଇପାରିବେ

କୁକୁର, ବିଲେଇଙ୍କ ଭଳି ମଣିଷର ଲାଞ୍ଜ ଥିଲେ କେମିତି ଦେଖାଯାଇଥାଆନ୍ତା କେବେ ଭାବିଛନ୍ତି? ଭାରି କୌତୁକିଆ ଦେଖାଯିବ ମଣିଷ। କିନ୍ତୁ ଏହା କ’ଣ କେବେ ସମ୍ଭବ।...

ଭାରତର ସବୁଠୁ ଛୋଟ ଏବଂ ବଡ଼ ନାମଧାରୀ ରେଳ ଷ୍ଟେଶନ

ଭାରତୀୟ ରେଳବାଇକୁ ଆମ ଦେଶର ଜୀବନ ରେଖା କୁହାଯାଏ। ଅଧିକାଂଶ ଭାରତୀୟ ଯାତ୍ରା କରିବା ପାଇଁ ଟ୍ରେନ୍‌ରେ ଯିବା ଆସିବା କରିଥାନ୍ତି। କାରଣ ଭାରତୀୟ ରେଳ...

ପିକ୍‌ନିକ୍‌ ସ୍ପଟ୍‌: କରଞ୍ଜେଇ ପୀଠ

ଗଞ୍ଜାମ ସହରରେ ରହିଛି ବହୁ ଦୈବୀପୀଠ ଓ ପିକ୍‌ନିକ୍‌ ସ୍ପଟ୍‌, ସେଥିମଧ୍ୟରୁ ଶେରଗଡର କରଞ୍ଜେଇ ପୀଠ ଅନ୍ୟତମ। କରଞ୍ଜେଇ ଓ ପାକିଡି ପାହାଡ ମଝିରେ ରହିଛି...

ଗୁଜରାଟରେ ହେବ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା

ନୂଆଦିଲ୍ଲୀ, ୨୧।୧୨: ଭାରତରେ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା ନିର୍ମାଣ ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ (ଆରଆଇଏଲ୍‌) ଗୁଜରାଟର ଜାମନଗରରେ ଏହି ବୃହତ୍‌...

ଲକ୍‌ଡାଉନ୍‌ରେ ଘରେ ବସି ରାତାରାତି କୋଟିପତି ହେଲେ ଏହି ବ୍ୟକ୍ତି

କରୋନା କବଳରେ ସମଗ୍ର ବିଶ୍ୱ । ଏଥିପାଇଁ ଜନଜୀବନ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକଙ୍କ ଜୀବିକା ମଧ୍ୟ ଚାଲିଯାଇଛି। କାମ...

ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍‌

କାଠମାଣ୍ଡୁ: ଏଭରେଷ୍ଟ୍‌ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍‌...

ଅଜବ ପରମ୍ପରା: ଯେଉଁଠି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କରାଯାଏ ହତ୍ୟା

ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ...

Advertisement
Archives

Model This Week