ବ୍ୟବସାୟ ସମ୍ପ୍ରସାରଣ କରିବ ବେଦାନ୍ତ

ଭୁବନେଶ୍ୱର,୧୬।୯:ଦେଶର ପ୍ରମୁଖ ଘରୋଇ କମ୍ପାନୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ଜାରି ରଖିଥିବା ବ୍ୟବସାୟିକ କାର୍ଯ୍ୟକଳାପଗୁଡ଼ିକର ସମ୍ପ୍ରସାରଣ କରିବ ବୋଲି ଜଣାପଡ଼ିଛି। ଏପରିକି ନିକଟରେ ଓଡ଼ିଶା ସରକାରଙ୍କ ଦ୍ୱାରା ମୁମ୍ବାଇଠାରେ ଆୟୋଜିତ ମେକ୍‌ ଇନ୍‌ ଓଡ଼ିଶା-୨୦୨୨ ରୋଡ୍‌ଶୋରେ ବେଦାନ୍ତ ରିସୋର୍ସେସ୍‌ର ଚେୟାରମ୍ୟାନ ଅନୀଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିଥିଲେ। ବେଦାନ୍ତ ଗ୍ରୁପ୍‌ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ବୃହତ୍‌ ପୁଞ୍ଜି ବିନିଯୋଗ କରି ଆସିଛି। ବିଶେଷକରି ଆଲୁମିନିୟମ ଉପତ୍ାଦନ କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳା, ଫେରୋକ୍ରମ, ଖଣି ଓ ମୂଲ୍ୟଯୋଗ କ୍ଷେତ୍ରରେ କମ୍ପାନୀ ପ୍ରାୟ ୮୦,୦୦୦ କୋଟି ଟଙ୍କାର ନିବେଶ କରିଛି। ସେହିଭଳି କମ୍ପାନୀ ମଧ୍ୟ ୫ଲକ୍ଷରୁ ଅଧିକ ଜୀବିକା ନିର୍ବାହ ସୁଯୋଗ ସୃଷ୍ଟି କରି ରାଜ୍ୟରେ ଶହ ଶହ ଏମ୍‌ଏସ୍‌ଏମ୍‌ଇ ଗଠନ କରିଛି। ଏ ସମ୍ପର୍କରେ ଅନୀଲ ଅଗ୍ରୱାଲ କହିଛନ୍ତି, ଆମେ ମେକ୍‌ ଇନ୍‌ ଓଡ଼ିଶାର ପଦକ୍ଷେପକୁ ସଫଳ କରିବାରେ ପ୍ରମାଣିତ କରିଛୁ। ଏହା ଭାରତରେ ସବୁଠାରୁ ଏକ ଅନୁକୂଳ ନିବେଶ ଲକ୍ଷ୍ୟସ୍ଥଳ ମଧ୍ୟରେ ରହିଛି। ଏହା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ପାଇଁ ସହଜରେ ବ୍ୟବସାୟ କରିବା ଲାଗି ସୁଯୋଗ ଆଣି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପତ୍ନୀଙ୍କ ଠାରୁ ଗରିବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ...

ସାହାରା ରିଫଣ୍ଡ ଲାଗି ଆସିଛି କି ଏଭଳି ମେସେଜ? ନୂଆ ପୋର୍ଟାଲରେ ଏଭଳି କରନ୍ତୁ ପୁନଃ ଆବେଦନ…

ନୂଆଦିଲ୍ଲୀ,୭।୧୨:ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା...

କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ରାଗିଲେ ରତନ ଟାଟା, ପୋଷ୍ଟ କରି କହିଲେ ଏମିତି

ନୂଆଦିଲ୍ଲୀ,୭।୧୨: ଏଆଇର ବ୍ୟବହାର ଦିନକୁ ଦିନ ମଣିଷର ସହଚର୍ଯ୍ୟ ବଦଳରେ ଚିନ୍ତାର କାରଣ ପାଲଟିଛି। ସଦ୍ୟ ଉଦାହରଣ ହେଉଛି ନିକଟରେ ହୋଇଥିବା ଡିପଫେକ ମାମଲା। ଯେଉଁଥିରେ...

ଅଟୋ ରିଟେଲ ସେଲ୍‌ରେ ରେକର୍ଡ

ଭୁବନେଶ୍ୱର, ୭।୧୨(ଅଭୟ ଦାଶ)ଚଳିତ ବର୍ଷ ନଭେମ୍ବରରେ ରେକର୍ଡ ପରିମାଣରେ ଅଟୋ ରିଟେଲ ସେଲ୍‌ ହୋଇଛି। ଏପରିକି ୨୦୨୩ ନଭେମ୍ବରରେ ଦେଶର ମୋଟ ୨୮, ୫୪, ୨୪୨...

ଆଜିଠୁ ଆଜିଓର ବିଗ୍‌ ବୋଲ୍ଡ ସେଲ୍‌

ଭୁବନେଶ୍ୱର, ୭।୧୨ଦେଶର ପ୍ରମୁଖ ଫ୍ୟାଶନ ଇ-ଟେଲର ଆଜିଓ ପକ୍ଷରୁ ‘ବିଗ୍‌ ବୋଲ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଡିସେମ୍ବର ୭...

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଏମ୍‌ଇଏମ୍‌ସି ଉଇକ୍‌

ଭୁବନେଶ୍ୱର,୭।୧୨ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌ର ମାଇନିଂ ୟୁନିଟ୍‌ ପକ୍ଷରୁ ୨୫ତମ ମାଇନ୍ସ ଏନ୍‌ଭରାମେଣ୍ଟ ଆଣ୍ଡ ମିନେରାଲ କଞ୍ଜରଭେଶନ (ଏମ୍‌ଇଏମ୍‌ସି) ସପ୍ତାହ...

ଟାଟା ମୋଟର୍ସର ଅଲ୍‌ ନ୍ୟୁ ଏସ୍‌ସିଭି ରେଞ୍ଜର ଅନାବରଣ

ଭୁବନେଶ୍ୱର,୭।୧୨(ଅଭୟ ଦାଶ)ଭାରତର ସର୍ବବୃହତ୍‌ ବାଣିଜି୍ୟକ ଯାନ ଉପତ୍ାଦନକାରୀ ‘ଟାଟା ମୋଟର୍ସ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏସ୍‌ସିଭି (ସ୍ମଲ କମର୍ସିଆଲ...

ନୀତାଙ୍କୁ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ଭୁବନେଶ୍ୱର,୭।୧୨ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri