ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାମବାସୀ

କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ପକ୍ଷରୁ ଟିକରପଡ଼ାଠାରୁ କୁଡ଼ିଆଘର ପର୍ଯ୍ୟନ୍ତ ଦୀର୍ଘ ୯ କିଲୋମିଟର ରାସ୍ତା କାମ ନିର୍ମାଣ ଚାଲିଛି। ୫ କୋଟି ୩୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବେଳେ ଅହେତୁକ ବିଳମ୍ବ ଏବଂ ନିମ୍ନମାନର କାମକୁ ନେଇ ସଦର ବ୍ଲକ୍‌ ମହାଦେଈଯୋଡ଼ା ପଞ୍ଚାୟତ ଡାଳିମ୍ବାପୁର ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଉକ୍ତ ରାସ୍ତାର ଡାଳିମ୍ବାପୁରଠାରେ ଏକ ସ୍ଲାବ୍‌ କଲଭର୍ଟ କରାଯାଉଛି। ୩ ମିଟର ଚଉଡ଼ା ଏବଂ ୨ ମିଟର ଉଚ୍ଚତାର ସ୍ଲାବ୍‌ କଲଭର୍ଟ କାମ ଜାରି ରହିଛି। ଉପଯୁକ୍ତ ତଦାରଖ ଅଭବାରୁ ନିମ୍ନମାନର କାମ ହେଉଛି। ସିମେଣ୍ଟ ଭାଗମାପ ଠିକ୍‌ ହେଉ ନ ଥିବାବେଳେ ଠିକ୍‌ ମାନର ଝଡ୍‌ ବ୍ୟବହାର ହେଉ ନ ଥିବାରୁ କଲଭର୍ଟର ଦୃଢ଼ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେହିପରି ରାସ୍ତା ନିର୍ମାଣରେ ନିମ୍ନମାନର ମାଟି ବ୍ୟବହାର ହେଉଥିବାରୁ ରାସ୍ତା ଦବିଯିବାର ଆଶଙ୍କା କରି ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉକ୍ତ ନାଳରେ ବିଶେଷ ବର୍ଷା ଦିନରେ ବହୁ ପରିମାଣରେ ପାହାଡ଼ରୁ ପାଣି ନିଷ୍କାସିତ ହୋଇଥାଏ। ଏଣୁ ପୂର୍ବରୁ ୮ଟି ବଡ଼ ପାଇପ ଉକ୍ତ ସ୍ଥାନରେ ବ୍ୟବହାର ହୋଇଥିଲା। ଫଳରେ ବର୍ଷା ପାଣି ବିନା ବାଧାରେ ନିଷ୍କାସିତ ହେଉଥିଲା। ଏବେ ୩ ମିଟର ଚଉଡ଼ାର କଲର୍ଭଟ ସ୍ଲାବ କରାଯାଉଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜିବ ବୋଲି ଗ୍ରାମବାସୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷେ ପ୍ରକଳ୍ପ ସମାପ୍ତ ଅବଧି ୫ ମାସ ପରେ ମଧ୍ୟ ୫୦ ପ୍ରତିଶତ କାମ ସରି ନ ଥିବାରୁ ଠିକାଦାରଙ୍କୁ ଆଉ ୬ ମାସ ସମୟ ଦେବାକୁ ଇଓଟି (ଏକ୍ସଟେନସନ ଅଫ ଟାଇମ) ପାଇଁ ବିଭାଗ ପକ୍ଷରୁ ଉପରସ୍ଥ ଅଧିକାରୀଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି।
କାମ ବିଳମ୍ବ ଯୋଗୁ ଟିକରପଡ଼ା, କୁଡିଆଘରା, ଡାଳିମ୍ବାପୁର, ସଲରାପେଣ୍ଠ, ନାଉପଦା, ଉପର କଇଁସାରୀ, ନିତିଗୋଠ ଗ୍ରାମର ଲୋକମାନେ ଅସୁବିଧା ଭୋଗ କରୁଛନ୍ତି। ଜିଲଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଉଚିତ୍‌ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଜନର କନିଷ୍ଠ ଯନ୍ତ୍ରୀ ଇଂ ସରୋଜ ସେନାପତି କହିଛନ୍ତି, ଲୋକଙ୍କ ଅଭିଯୋଗ ଉପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଠିକା ସଂସ୍ଥାର ଅଧିକାରୀ ଉମାକାନ୍ତ ପରିଡ଼ା କହିଛନ୍ତି, ଗଛ କାଟିବା ପାଇଁ ବନ ବିଭାଗର ଅନୁମତି ଏବଂ ଲୋକ ଜମି ପାଇଁ ସେମାନଙ୍କ ସହମତି ନେବାରେ ବିଳମ୍ବ ହେଉଛି। କାମର ମାନ୍‌ ଠିକ୍‌ ରହିଛି। ଖୁବଶୀଘ୍ର ସାରିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ ସିରପ ଜବତ :୨ ଅଟକ, ଜଣେ ଫେରାର

ଝାରସୁଗୁଡ଼ା ଅଫିସ,୯।୩: ଝାରସୁଗୁଡ଼ା ସହର ମଙ୍ଗଳ ବଜାର ନିକଟସ୍ଥ ମିଲତ କଲୋନୀରେ ସୋମବାର ଝାରସୁଗୁଡ଼ା ପୋଲିସ ପକ୍ଷରୁ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ୨୦୦ରୁ ଅଧିକ...

କୋଭିଡ-୧୯ ମୁକାବିଲା: ନିଜର ଏକ ମାସର ଦରମା ପ୍ରଦାନ କଲେ ନୀଳଗିରି ବିଧାୟକ

ସଜନାଗଡ଼,୩।୪(ଡି.ଏନ୍‌.ଏ.): କରୋନା ମହାମାରୀ ସହ ମୁକାବିଲା ଲାଗି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସହାୟତାର ସୁଅ ଛୁଟୁଛି। ଏହି କ୍ରମରେ ବାଲେଶ୍ୱର ଜିଲା ନୀଳଗିରି ବିଧାୟକ...

ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା : ନବବଧୂ ଜୀବନ୍ତ ଦଗ୍ଧ

ଭଦ୍ରକ ଅଫିସ୧୩।୫: ଭଦ୍ରକ ସହର ଉପକଣ୍ଠ ଉଗାଳପୁର ମାଝିସାହିରେ ରବିବାର ମଧ୍ୟାହ୍ନରେ ଭୟାଭୟ ଅଗ୍ନିକାଣ୍ଡ ଘଟି ପଙ୍କଜିନୀ ଟୁଡୁ (୨୨) ନାମ୍ନୀ ଜଣେ ନବବଧୂ ଜୀବନ୍ତଦଗ୍ଧ...

ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ବାଗତ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲା ସଭାପତି ସୀମନ ଦାସମହାପାତ୍ରଙ୍କ ନେତୃତ୍ୱରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା...

ଚିକିତ୍ସାରେ ଅର୍ଥ ବାଧକ

ଚମ୍ପୁଆ, ୧୨ ।୩(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦଲକ ପଞ୍ଚାୟତର ମଙ୍ଗଳପୁର ମୁଣ୍ଡା ସାହିରେ ସୋନୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଅର୍ଥ...

ଚାନ୍ଦିନୀ ସହ ୧୦ ଫୁଟ ଦବିଗଲା କୂଅ

ତାଳଚେର,୧୫ା୮(ନି.ପ୍ର.) ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳ ୧୩ ନମ୍ବର ୱାର୍ଡର ଗୁରୁବକ୍ସ ସିଂଙ୍କ ଘର ଅଗଣାରେ ଥିବା କୂଅ ମଙ୍ଗଳବାର ରାତିରେ ଚାନ୍ଦିନୀ ସହ ୧୦ ଫୁଟ...

ପିଆର୍‌ଏମ୍‌ ମେଡ଼ିକାଲ୍‌ରେ ଅବ୍ୟବସ୍ଥା ନେଇ ବିକ୍ଷୋଭ

ବାରିପଦା ଅଫିସ,୨୦ା୨- ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସପିିଟାଲ୍‌ (ପିଆରଏମ୍‌)ର ଅଧୀକ୍ଷକ ବୈକୁଣ୍ଡ ନାଥ ମହାପାତ୍ରଙ୍କ ବହିଷ୍କାର ଦାବିରେ ଭଞ୍ଜସେନା ପକ୍ଷରୁ...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୨୫।୧୧(ସ୍ବ.ପ୍ର.): କୋରାପୁଟ ଟାଉନ ଥାନା ଅନ୍ତର୍ଗତ କେଚଲା ନଦୀ ପାର୍ଶ୍ୱରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ମୃତକଙ୍କ ବୟସ ୩୦ରୁ...

Advertisement
Archives

Model This Week