ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାମବାସୀ

କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ପକ୍ଷରୁ ଟିକରପଡ଼ାଠାରୁ କୁଡ଼ିଆଘର ପର୍ଯ୍ୟନ୍ତ ଦୀର୍ଘ ୯ କିଲୋମିଟର ରାସ୍ତା କାମ ନିର୍ମାଣ ଚାଲିଛି। ୫ କୋଟି ୩୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବେଳେ ଅହେତୁକ ବିଳମ୍ବ ଏବଂ ନିମ୍ନମାନର କାମକୁ ନେଇ ସଦର ବ୍ଲକ୍‌ ମହାଦେଈଯୋଡ଼ା ପଞ୍ଚାୟତ ଡାଳିମ୍ବାପୁର ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଉକ୍ତ ରାସ୍ତାର ଡାଳିମ୍ବାପୁରଠାରେ ଏକ ସ୍ଲାବ୍‌ କଲଭର୍ଟ କରାଯାଉଛି। ୩ ମିଟର ଚଉଡ଼ା ଏବଂ ୨ ମିଟର ଉଚ୍ଚତାର ସ୍ଲାବ୍‌ କଲଭର୍ଟ କାମ ଜାରି ରହିଛି। ଉପଯୁକ୍ତ ତଦାରଖ ଅଭବାରୁ ନିମ୍ନମାନର କାମ ହେଉଛି। ସିମେଣ୍ଟ ଭାଗମାପ ଠିକ୍‌ ହେଉ ନ ଥିବାବେଳେ ଠିକ୍‌ ମାନର ଝଡ୍‌ ବ୍ୟବହାର ହେଉ ନ ଥିବାରୁ କଲଭର୍ଟର ଦୃଢ଼ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେହିପରି ରାସ୍ତା ନିର୍ମାଣରେ ନିମ୍ନମାନର ମାଟି ବ୍ୟବହାର ହେଉଥିବାରୁ ରାସ୍ତା ଦବିଯିବାର ଆଶଙ୍କା କରି ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉକ୍ତ ନାଳରେ ବିଶେଷ ବର୍ଷା ଦିନରେ ବହୁ ପରିମାଣରେ ପାହାଡ଼ରୁ ପାଣି ନିଷ୍କାସିତ ହୋଇଥାଏ। ଏଣୁ ପୂର୍ବରୁ ୮ଟି ବଡ଼ ପାଇପ ଉକ୍ତ ସ୍ଥାନରେ ବ୍ୟବହାର ହୋଇଥିଲା। ଫଳରେ ବର୍ଷା ପାଣି ବିନା ବାଧାରେ ନିଷ୍କାସିତ ହେଉଥିଲା। ଏବେ ୩ ମିଟର ଚଉଡ଼ାର କଲର୍ଭଟ ସ୍ଲାବ କରାଯାଉଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜିବ ବୋଲି ଗ୍ରାମବାସୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷେ ପ୍ରକଳ୍ପ ସମାପ୍ତ ଅବଧି ୫ ମାସ ପରେ ମଧ୍ୟ ୫୦ ପ୍ରତିଶତ କାମ ସରି ନ ଥିବାରୁ ଠିକାଦାରଙ୍କୁ ଆଉ ୬ ମାସ ସମୟ ଦେବାକୁ ଇଓଟି (ଏକ୍ସଟେନସନ ଅଫ ଟାଇମ) ପାଇଁ ବିଭାଗ ପକ୍ଷରୁ ଉପରସ୍ଥ ଅଧିକାରୀଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି।
କାମ ବିଳମ୍ବ ଯୋଗୁ ଟିକରପଡ଼ା, କୁଡିଆଘରା, ଡାଳିମ୍ବାପୁର, ସଲରାପେଣ୍ଠ, ନାଉପଦା, ଉପର କଇଁସାରୀ, ନିତିଗୋଠ ଗ୍ରାମର ଲୋକମାନେ ଅସୁବିଧା ଭୋଗ କରୁଛନ୍ତି। ଜିଲଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଉଚିତ୍‌ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଜନର କନିଷ୍ଠ ଯନ୍ତ୍ରୀ ଇଂ ସରୋଜ ସେନାପତି କହିଛନ୍ତି, ଲୋକଙ୍କ ଅଭିଯୋଗ ଉପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଠିକା ସଂସ୍ଥାର ଅଧିକାରୀ ଉମାକାନ୍ତ ପରିଡ଼ା କହିଛନ୍ତି, ଗଛ କାଟିବା ପାଇଁ ବନ ବିଭାଗର ଅନୁମତି ଏବଂ ଲୋକ ଜମି ପାଇଁ ସେମାନଙ୍କ ସହମତି ନେବାରେ ବିଳମ୍ବ ହେଉଛି। କାମର ମାନ୍‌ ଠିକ୍‌ ରହିଛି। ଖୁବଶୀଘ୍ର ସାରିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri