ଦର୍ଶକଙ୍କ ମନ ମୋହିଲା ସୌରିନ, ଶୁଭାଶିଷଙ୍କ ସଙ୍ଗୀତ

ଖଇରା, ୧୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସୁଣ୍ଢିରାଠାରେ ଗୁରୁବାର ସନ୍ଧ୍ୟାରେ ବାରପଡ଼ା ସୁଣ୍ଢିରା ଦୋଳ ମହୋତ୍ସବ ନୃତ୍ୟଗୀତର ତାଳେ ତାଳେ ଉଦ୍‌ଘାଟିତ ହୋଇଯାଇଛି ା ଉଦ୍‌ଘାଟନୀ ସଭାରେ କମିଟି ସଭାପତି ବିଜୟ କୁମାର ରାୟ ପୌରୋହିତ୍ୟ କରିଥିଲେ। ଅଧ୍ୟାପକ ଅଭିମନ୍ୟୁ ମାହୁନ୍ତ, ଅବସରପ୍ରାପ୍ତ ଶିକ୍ଷକ ଶଙ୍କର୍ଷଣ ରାୟ, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାମଲ, କୃପାସିନ୍ଧୁ ଖଟୁଆ, ଦକ୍ଷ ସଙ୍ଗଠକ ନରହରି ମହାକୁଡ଼, ପର୍ଶୁରାମ ନାୟକ ଓ ଦାମୋଦର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ତୋଷ କୁମାର ପଣ୍ଡା ବେଦପାଠ, ନିରଞ୍ଜନ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ମହୋତ୍ସବ ସମାଜ, ଦେଶ ଓ ଜାତି ମଧ୍ୟରେ ଯୋଡ଼ିବାରେ ସେତୁଭଳି କାର୍ଯ୍ୟ କରିଥାଏ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ସମ୍ପାଦକ ନିତ୍ୟାନନ୍ଦ ରାଉଳ ବିବରଣୀ ପାଠ ଓ ଲକ୍ଷ୍ମୀକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସୁନାମଧନ୍ୟ କଣ୍ଠଶିଳ୍ପୀ ସୌରିନ ଭଟ୍ଟ, ଶୁଭାଶିଷ ମହାକୁଡ଼ ଓ ଶ୍ରୀମନ ଦାସ ତଥା ଗୀତ ସଙ୍ଗୀତ ଅକେଷ୍ଟ୍ରାର ଅନ୍ୟ କଳାକାରଙ୍କ ଆଲବମ ସାଙ୍ଗକୁ ନୂଆପୁରୁଣା ଚଳଚ୍ଚିତ୍ରର ସଙ୍ଗୀତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଦୋଳ ମହୋତ୍ସବ କମିଟିର ସମସ୍ତ ସଭ୍ୟ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri