ରାସ୍ତା ମରାମତି ନ ହେଲେ ଭୋଟ ବର୍ଜନ

ବୈଶିଙ୍ଗା,୧୧ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ରଘୁପୁର ପଞ୍ଚାୟତର ଖୁଣ୍ଟାପୁର ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାର ମରାମତି କାର୍ଯ୍ୟ ତୁରନ୍ତ କରା ନ ଗଲେ ସ୍ଥାନୀୟ ଲୋକେ ଆସନ୍ତା ସାଧାରଣ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ୨୫ ବର୍ଷ ତଳେ ଖୁଣ୍ଟାପୁର ସ୍କୁଲ ଛକଠାରୁ ଗ୍ରାମ ଭିତର ଦେଇ ଅସ୍ତପୁରା ଗ୍ରାମକୁ ଦେଢ଼ କି.ମି. ଲମ୍ବର ପିଚୁ ରାସ୍ତାଟିଏ ନିର୍ମାଣ କରାଯାଇଥିଲା। କିଛି ବର୍ଷ ପରେ ପିଚୁ ଉଠିଯାଇ ଖାଲଖମାରେ ରାସ୍ତାଟି ପରିଣତ ହେଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କାର ଅର୍ଥ ମଞ୍ଜୁରୀ ହେବାପରେ ଗ୍ରାମାଞ୍ଚଳରେ ଏହା କିପରି କାର୍ଯ୍ୟକାରୀ ହେଉଛି, ଠିକାଦାର କିପରି କାର୍ଯ୍ୟ ସମ୍ପାଦନ କରୁଛି, ଚୁକ୍ତି ମୁତାବକ ପାଞ୍ଚବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ହେଉଛି କି ନାହିଁ, ଏ ସବୁ ଦେଖିବା ପାଇଁ ବିଭାଗୀୟ ଅଧିକାରୀଙ୍କ ପାଖରେ ସମୟ ନାହିଁ। ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗର ଉଚ୍ଚ ପଦାଧିକାରୀମାନେ କାର୍ଯ୍ୟାଳୟ ଆସୁ ନ ଥିବା ଯୋଗୁ ଗ୍ରାମବାସୀ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହି ରାସ୍ତାରେ ବଡ଼ବଡ଼ ମେଟାଲ ସବୁ ଉଠିଯାଇ ରାସ୍ତାରେ ଏଣେତେଣେ ବିଛୁଡି ହୋଇପଡ଼ିି ଥିବାରୁ ଗାଡି,ବାଇକ୍‌ ଚଳାଚଳ କରିବା ଦୂରର କଥା, ଖାଲି ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏହି ୨୫ ବର୍ଷ ମଧ୍ୟରେ ଅନେକ ସାଂସଦ, ବିଧାୟକ ଓ ସରପଞ୍ଚ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ବିଦାୟ ନେଇ ସାରିଲେଣି, ମାତ୍ର ଏହି ରାସ୍ତା ପ୍ରତି କାହାରି ଦରଦ ଥିବା ଭଳି ପରିଲକ୍ଷିତ ହୋଇନାହିଁ। ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନା ଓ ବଡ଼ସାହି ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର ନିର୍ବାଚନ ପୂର୍ବରୁ ଓ ପରେ ଏହି ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପ୍ରତିଶ୍ରୁତିରେ ରହିଯାଇଛି। ବର୍ତ୍ତମାନର ଭାଜପା ବିଧାୟକ ସନାତନ ବିଜୁଳି ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତାର ଭାଗ୍ୟ ବଦଳି ନାହିଁ। ଏଣୁ ଜିଲାପାଳ ତୁରନ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରିବା ଅତ୍ୟାବଶ୍ୟକ ହୋଇ ପଡିଛି। ରାସ୍ତା ମରାମତି ନ ହେଲେ ସଞ୍ଜୟ କୁମାର ମିଶ୍ର, ଭିକାରୀ ନାଥ, ଦୀପକ ରାଉଳ, ବିଜୟ ପ୍ରଧାନ, ଜୟନ୍ତ ପ୍ରଧାନ ପ୍ରମୁଖ ଅଞ୍ଚଳବାସୀ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ଅଟକିଲା ସୁରତ-ବ୍ରହ୍ମପୁର ସ୍ବତନ୍ତ୍ର ଟ୍ରେନ୍‌: ଶ୍ରମିକଙ୍କୁ ଖାଦ୍ୟ ଦେଲା ରେଳ ବିଭାଗ

ରାୟଗଡା ଅଫିସ,୩ା୫: ସୁରଟରୁ ଶ୍ରମିକଙ୍କୁ ନେଇ ରବିବାର ବ୍ରହ୍ମପୁର ଆସିଥିବା ସ୍ବତନ୍ତ୍ର ଟ୍ରେନ୍‌ ରବିବାର କିଛି ସମୟ ପାଇଁ ରାୟଗଡ଼ା ଷ୍ଟେଶନରେ ଅଟକିଥିଲା। ସେଠାରେ ରେଳ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: କୋଟିପତି ଫରେଷ୍ଟର ଅଟକ

ବ୍ରହ୍ମପୁର ଅଫିସ,୨୯ା୧୨: ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ବ୍ରାହ୍ମଣୀଗଁା ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କୁ ଶନିବାର ଅଟକ ରଖିଛି। ଶୁକ୍ରବାର ତାଙ୍କ...

ହାଇଦରଙ୍କୁ ଦିଆଗଲା କବର

କେନ୍ଦ୍ରାପଡ଼ା ଅଫିସ, ୨୫ା୭: ପୋଲିସ ଏନ୍‌କାଉଣ୍ଟରରେ ଶନିବାର ମୃତ୍ୟୁ ଘଟିଥିବା ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦରଙ୍କୁ କେନ୍ଦ୍ରାପଡ଼ା ସହରର ରଣପଡ଼ା କବରସ୍ଥାନରେ ରବିବାର ରାତିରେ କବର ଦିଆଯାଇଛି।...

ଯନ୍ତ୍ରୀଙ୍କୁ ମାଡ଼ ମାରି ପୂର୍ବତନ ସରପଞ୍ଚ ଗିରଫ

ଆନନ୍ଦପୁର,୧୬ା୧୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ବିଦ୍ୟୁତ୍‌ ସେକ୍ସନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରାକେଶ ପଲଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଥାନାରେ ଏକ ମାମଲା...

ପୁରୀ ଷ୍ଟେଶନରେ ଅଭାବନୀୟ ଦୃଶ୍ୟ: ଟ୍ରେନ୍‌ ସିଟ୍‌ ତଳୁ ଉଦ୍ଧାର ହେଲା ନବଜାତ ଶିଶୁ

ପୁରୀ ଅଫିସ,୨୭।୭: ପୁରୀ ଷ୍ଟେଶନରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୪ ନଂ ପ୍ଲାଟଫର୍ମରେ ଛିଡା ହୋଇଥିବା ତପସ୍ବିନୀ ଏକ୍ସପ୍ରେସର ଏକ ବଗି...

୧୭ ପିଲା, ଶିକ୍ଷକ ଗୁରୁତର

ଦେବଗଡ଼, ୨୦ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ କୁଟୁରାପସି ପ୍ରାଥମିକ ବିଦ୍ୟାଳୟ ଉପରେ ବଜ୍ରପାତ ହେବାରୁ ୧୭ ଛାତ୍ରୀଛାତ୍ରଙ୍କ ସମେତ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି।...

ଗୋଖାଦ୍ୟ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ

ଚଣ୍ଡିଖୋଲ,୪/୧୦(ଡି.ଏନ୍‌.ଏ.): ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ପ୍ରତି ମାସରେ ହିତାଧିକାରୀଙ୍କୁ ୫କେଜି ଚାଉଳ ଅଥବା ଗହମ ଦିଆଯାଉଛି। ଗହମ ଗଚ୍ଛିତ ନ...

ଭାଇରାଲ ହେଉଛି ସୁକାନ୍ତ, ପବିତ୍ରଙ୍କ କଣ୍ଠର ଯାଦୁ

ଖୋର୍ଦ୍ଧା ଅଫିସ,୧୯। ୯: ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧୀନ କାଇମାଟଆ ଗ୍ରାମର ସୁକାନ୍ତ ଓ ପବିତ୍ର ଭୋଇଙ୍କଠାରେ ରହିଛି ଅନନ୍ୟ ପ୍ରତିଭା। ସୁକାନ୍ତ ଗୀତ...

Advertisement
Archives

Model This Week