ଗ୍ରାମକୁ ମଦମୁକ୍ତ ପାଇଁ ଅଣ୍ଟାଭିଡ଼ିଲେ ମହିଳା, ମଦଦୋକାନ ବନ୍ଦ ପାଇଁ ଧାରଣା ଦେଲେ ଗ୍ରାମବାସୀ

ବୁଗୁଡ଼ା,୨୦ା୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ କରିବାପାଇଁ ଅଣ୍ଟା ଭିଡିଲେ ମହିଳା। ଗ୍ରାମର ମୁଖ୍ଯ ସଡକ ପାର୍ଶ୍ବରେ ମଦ ଦୋକାନ ଖୋଲିବାର ନିୟମ ନଥିଲେ ମଧ୍ଯ ଦୀର୍ଘ ଦିନହେବ ମଦ ଦୋକାନ ଦୁଇଟି ଖୋଲିଥିଲା । ଫଳରେ ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି ହେବାସହ ଗ୍ରାମ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି।

ଅଧିକାଂଶ ସମୟରେ ମଦୁଆଙ୍କ ଉନ୍ମତ୍ତକାଣ୍ଡ ଯୋଗୁଁ ଛାତ୍ରୀମାନେ ପାଠ ପଢି ଯିବାକୁ କୁଣ୍ଠାବୋଧ ପ୍ରକାଶ କରୁଥିଲେ । ଅନ୍ୟପଟେ ଛାତ୍ର ଏବଂ ଯୁବଗୋଷ୍ଠି ମଦ ପିଇ ପଥଭ୍ରଷ୍ଟ ହୋଇଗଲେଣି । ଯାହାଫଳରେ ଗ୍ରାମରେ ବିଭିନ୍ନ ସମୟରେ ଅଶାନ୍ତ ଓ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ଏବଂ ମଦୁଆଙ୍କୁ ସାବାଡ୍ କରିବାପାଇଁ ମହିଳା ମାନେ ଏକଜୁଟ ହୋଇ ମଦଦୋକାନ ଆଗରେ ହୋହାଲ୍ଲା କରିବା ସହ ମଦ ଦୋକାନ ବନ୍ଦ କରିବାକୁ ଅଡି ବସିଥିଲେ। ଖବର ପାଇ ଭଞ୍ଜନଗର ଉପଖଣ୍ଡ ଅବକାରୀ ଇନିସପେକ୍ଟର ପ୍ରଦୀପ କୁମାର ମହାନ୍ତି, ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସେନାପତି ଏବଂ ଅନ୍ଯ ଅବକାରୀ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ମଦ ଦୋକାନରେ ତାଲା ପକାଇବାକୁ ବାଧ୍ୟ ହୋଇଥିଲେ ।

ଆଗାମୀ ଦିନରେ ଯଦି ପୁଣି ଏଠାରେ ମଦଦୋକାନ ଖୋଲାହୁଏ ତେବେ ମଦଦୋକାନ ଭାଙ୍ଗିବା ସହ ନିଆଁ ଲଗାଇଦେବେ ବୋଲି ମହିଳାମାନେ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭାରକାନିଠାରେ ବିଜିସିସି ନକ୍‌ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ: ବାରାକାଉଡ଼ିକୁ ହରାଇ କାଠକୁରା ଚମ୍ପିୟାନ୍

ଥୁଆମୂଳ ରାମପୁର, ୨୦।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡିଆଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରକାନି ପୁରୁଣା ଖେଳ ପଡ଼ିଆ (କାଶୀପୁର ରୋଡ)…

ପଶ୍ଚିମବଙ୍ଗରୁ ଅନୁପ୍ରବେଶକାରୀଙ୍କୁ ତଡ଼ିବା ପ୍ରକ୍ରିୟା ଆରମ୍ଭ: ଗିରଫ କରି ସିଧାସଳଖ BSFକୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କୋଲକାତା, ୨୦।୬: ପଶ୍ଚିମବଙ୍ଗରୁ ବେଆଇନ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜ୍ୟର ନବର୍ନିବାଚିତ ଭାଜପା ସରକାରର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ରାଜ୍ୟ…

ଭଞ୍ଜନଗର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଶେଷ: ସ୍ଥାୟୀ ମଣ୍ଡପ ଅଭିମୁଖେ ବାହାରିଲେ ଦୁଇ ଭଉଣୀ, ପୁଣି ୩ ବର୍ଷ ପରେ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଦୀର୍ଘ ୨୫ ଦିନ ଧରି ଚାଲିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ପୁଣି ୩ ବର୍ଷ ପରେ ଦେବୀଙ୍କ…

ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଉତ୍ତେଜନା

ବାଣପୁର, ୨୦।୫(ଦିଲ୍ଲୀପ କୁମାର ସ୍ବାଇଁ): ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ସମୟରେ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ଖେମୁଣ୍ଡି କଲେଜ ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ଚନ୍ଦ୍ରକାନ୍ତ-ରୁଦ୍ର ଯୁଗ୍ମ ଟପ୍ପର, କଳାରେ ବାଜି ମାରିଲେ…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଚନ୍ଦ୍ରକାନ୍ତ ବିଷୋୟୀ ଏବଂ ରୁଦ୍ର ପ୍ରସାଦ…

ଜାତିସଂଘର ଚେତାବନୀ, ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ! ଦେଖାଦେଇପାରେ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ,୨୦।୫:  ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ବୁଧବାରଏକ ଗମ୍ଭୀର ବିଶ୍ୱ ଖାଦ୍ୟ ସଙ୍କଟ ସମ୍ପର୍କରେ ଏକ ଚେତାବନୀ ଜାରି କରିଛି । FAO ଅନୁଯାୟୀ,…

ମଉସାଘରକୁ ବୁଲିବାକୁ ଆସିଥିଲେ, ବୈତରଣୀ ନଦୀରେ ବୁଡି ନାବାଳକ ନିଖୋଜ

ପାଟଣା,୨୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ବୈତରଣୀ ନଦୀର ଚଢ଼େଇତଭୋଳ ଫାଣ୍ଡି ଅଞ୍ଚଳ ବୈତରଣୀ ନଦୀରେ ବୁଧବାର ଅପରାହ୍ନରେ ବୁଡି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି।…

ଶିକାର କରିବାକୁ ଜଙ୍ଗଲରେ ବୁଲୁଥିଲେ, ମାଡ଼ି ବସିଲା ତାରସିଂ ପୋଲିସ; ବନ୍ଧୁକ ସହ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଡିମିରିଝୋଲି ଜଙ୍ଗଲରୁ ପୋଲିସ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ବଡ ଡିମିରିଝୋଲିର ସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri