ମେଶିନରେ ଚେକ୍‌ ଡ୍ୟାମ କାମକୁ ଗ୍ରାମବାସୀଙ୍କ ବିରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ମାଗୁରବେଡା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗରୀ ଗାଁରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ଦୁଇଟି ଚେକ୍‌ ଡ୍ୟାମ କାମ କରାଯାଉଛି। ବିନା ସୂଚନା ଫଳକରେ ଏବଂ ଶ୍ରମିକ ବଦଳରେ ବେଆଇନ ଭାବେ ଜେସିବି ମେଶିନ ଲଗାଯାଇ କାମ କରାଯାଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହାପରେ କାମକୁ ବନ୍ଦ କରି ଦିଆଯାଇଥିବା ଜଣାଯାଇଛି ା ସୂଚନା ଅନୁଯାୟୀ, ୨୦୧୮-୧୯ ଆର୍ଥିକ ବର୍ଷରୁ ବ୍ରାହ୍ମଣୀଡୁଙ୍ଗରୀ ଗାଁର ବନ୍ଧତଲ ଓ ବ୍ରାହ୍ମଣୀଡୁଙ୍ଗରୀ ନାଲାରେ ଦୁଇଟି ଚେକଡ୍ୟାମ ନିର୍ମାଣ ପାଇଁ ଡିଆରଡିଏରୁ ମଞ୍ଜୁରୀ ମିଳିଛି ା ଏଥିପାଇଁ ୭ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଇତିମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ହେଁ ବିଭିନ୍ନ କାରଣରୁ ତାହା ନିର୍ମାଣ ହୋଇପାରିନାହିଁ। ଏବେ ପଞ୍ଚାୟତ ପକ୍ଷରୁ ଚେକଡ୍ୟାମ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। କିଛିିଦିନ ତଳେ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଯୁଧିଷ୍ଠିର ଦେହୁରୀ କ୍ଷେତ୍ରକୁ ଯାଇ ଲେ ଆଉଟ ଦେଲା ପରେ ମେଶିନରେ ନିଅଁ ଖୋଳା ଆରମ୍ଭ କରାଯାଇଥିଲା। ତେବେ ବିନା ସୂଚନା ଫଳକରେ ବନ୍ଧତଲ ଚେକଡ୍ୟାମ ପାଇଁ ନିଅଁ ଖୋଳା ସରିଯାଇଛି ା ସେହିପରି ବ୍ରହ୍ମଣୀଡୁଙ୍ଗରୀ ନାଲା ଠାରେ ନିଅଁ ଖୋଲାଯାଉଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ବିନା ସୂଚନା ଫଳକ ଏବଂ ଶ୍ରମିକ ବଦଳରେ ମେଶିନରେ କାମ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏମଜିଏନଆରଇଜିଏସ କାମରେ ମେଶିନ ଲାଗିବା ବେଆଇନ ଅଭିଯୋଗ କରି ଗ୍ରାମବାସୀ କାମକୁ ବିରୋଧ କରିଥିଲେ। ଏହା ଶ୍ରମିକ ମାରଣନୀତି ଅଭିଯୋଗ କରି ଗ୍ରାମବାସୀ ବ୍ରାହ୍ମଣୀ ଡୁଙ୍ଗରୀ ନାଲାରେ ଚାଲିଥିବା ନିଅଁ ଖୋଲା କାମ ବନ୍ଦ ରଖିବାକୁ କହିଥିଲେ ା ଏ ସମ୍ପର୍କରେ ଜିଆରଏସ ଶିବପ୍ରସାଦ ସା କହିଛନ୍ତି, ପୂର୍ବ ରେକର୍ଡ କାମ ସମ୍ପର୍କରେ ଜାଣିନାହିଁ କିମ୍ବା ଡିମାଣ୍ଡ ଖୋଲା ଯାଇନାହିଁ। କେମିତି ଏବଂ କିଏ କାମ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ବିଭାଗୀୟ ଯନ୍ତ୍ରୀ ଯୁଧିଷ୍ଠିର ଦେହୁରୀ କହିଛନ୍ତି, ଲେ ଆଉଟ ଦିଆଯାଇଥିଲା। ଡିମାଣ୍ଡ ଖୋଲି କାମ କରିବା କଥା। ମେଶିନରେ କାମ କରିବା ବେଆଇନ ବୋଲି କହିଥିଲେ। ଜାଣିଲା ପରେ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ସେ କହିଥିଲେ। ସରପଞ୍ଚ ସଜଂୟ ଗଡତ୍ୟା କହିଛନ୍ତି, ଶ୍ରମିକମାନେ କାମ କରୁଥିଲେ। ବଡ ପଥର ପଡିବାରୁ ମେଶିନ ଲଗାଯାଇଥିଲା। ଅପରପକ୍ଷେ ନିଜ ତରଫରୁ ଡିମାଣ୍ଡ ଖୋଲା ଯାଇ ନ ଥିବା କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ସଡକ ରାସ୍ତାରୁ କପିଲପଡାକୁ କରାଯାଇଥିବା ରାସ୍ତା ଉନ୍ନତୀକରଣ କାମରେ ମେଶିନ ଲଗାଇ ଶ୍ରମିକ ନାମରେ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri