Posted inଫୁରସତ

ଏମିତି ଗାଁ, ଯେଉଁଠି ଲୋକଙ୍କୁ ଚପଲ ମନା, ପିନ୍ଧିଲେ ମିଳେ କଠୋର ଦଣ୍ଡ

ଆଜିକାଲି ଲୋକମାନେ ଚପଲ ବିନା ଗୋଟିଏ ପାଦ ମଧ୍ୟ ଚାଲିପାରିବେ ନାହିଁ, କିନ୍ତୁ ଆପଣ ସବୁଦିନ ପାଇଁ ଜୋତା ଏବଂ ଚପଲ ବିନା ବଞ୍ଚିପାରିବେ କି? ବୋଧ୍‌ହୁଏ ଆପଣ ଏହାକୁ କଳ୍ପନା ମଧ୍ୟ କରିପାରିବେ ନାହିଁ। କିନ୍ତୁ ଭାରତରେ ଏପରି ଏକ ଗାଁ ଅଛି, ଯେଉଁଠାରେ ଚପଲ ପିନ୍ଧିବା ସମ୍ପୂର୍ଣ୍ଣ ନିଷେଧ। ଏହା ବିଶ୍ୱାସ ନ ହେଲେ ମଧ୍ୟ ସତ।

ଏପରି ଗାଁ ଭାରତର ତାମିଲନାଡୁରେ ରହିଛି। ଏହା ତାମିଲନାଡୁର ପ୍ରସିଦ୍ଧ ସହର ମଦୁରାଇଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ କଲିମାୟନ ଗାଁ। ଏହି ଗାଁର ଲୋକମାନେ ନିଜ ପିଲାମାନଙ୍କୁ ଚପଲ ଏବଂ ଜୋତା ପିନ୍ଧିବାକୁ ମଧ୍ୟ ଦିଅନ୍ତି ନାହିଁ। ଯଦି ଏହି ଗାଁର କେହି ଭୁଲ୍‌ରେ ଜୋତା କିମ୍ବା ଚପଲ ପିନ୍ଧନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଏ।

କୁହାଯାଏ, ଏହି ଗାଁର ଲୋକମାନେ ଶତାବ୍ଦୀ ଧରି ‘ଆପାଛି’ ନାମକ ଦେବତାଙ୍କୁ ପୂଜା କରିଆସୁଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ, କେବଳ ଏହି ଦେବତା ସେମାନଙ୍କୁ ସୁରକ୍ଷା ଦିଅନ୍ତି। ସେମାନଙ୍କର ଦେବତାଙ୍କ ଉପରେ ବିଶ୍ୱାସ ଥିବାରୁ ଗାଁ ସୀମା ଭିତରେ ଜୋତା ଏବଂ ଚପଲ ପିନ୍ଧିବାକୁ ବାରଣ କରାଯାଇଛି।

ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗାଁରେ ରହୁଥିବା ଲୋକମାନେ ଶତାବ୍ଦୀ ଧରି ଏହି ଅଦ୍ଭୁତ ପରମ୍ପରାକୁ ଅନୁସରଣ କରି ଆସୁଛନ୍ତି। ଯଦି କାହାକୁ ବାହାରକୁ ଯିବାକୁ ପଡ଼େ, ସେ ହାତରେ ଜୋତା ଏବଂ ଚପଲ ନେଇ ଗାଁର ସୀମା ସରିବା ପରେ ପିନ୍ଧନ୍ତି। ଯେବେ ଫେରନ୍ତି ପୁଣି ଗାଁ ସୀମା ପୂର୍ବରୁ ଚପଲ କାଢ଼ି ଆସନ୍ତି।

ଏହି ପରମ୍ପରା କେବେଠାରୁ ଚାଲିଆସିଛି ସେ ବିଷୟରେ କେହି ଜାଣି ନାହାନ୍ତି, ମାତ୍ର ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ଗାଁର ଲୋକମାନେ ବହୁ ପିଢ଼ି ଧରି ଏହି ପରମ୍ପରାକୁ ଅନୁସରଣ କରୁଛନ୍ତି। ଏଠାକାର ପିଲାମାନେ ମଧ୍ୟ ଖାଲି ପାଦରେ ସ୍କୁଲ ଯାଆନ୍ତି। ଚପଲ ନାଁ ଶୁଣିଲେ ଲୋକେ ରାଗିଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?